ସୁକାନ୍ତ କୁମାର ନାୟକ

ଓଡ଼ିଆ ରାଜନୀତିଜ୍ଞ

ସୁକାନ୍ତ କୁମାର ନାୟକ (ଜନ୍ମ: ୨୪ ଅପ୍ରେଲ ୧୯୬୬) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାର ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ୨୦୨୪ ଓ ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ, ସେ ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ସୁକାନ୍ତ କୁମାର ନାୟକ
ବିଧାୟକ: ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୪ – ୨୦୨୪
ପୂର୍ବ ଅଧିକାରୀପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ
ପର ଅଧିକାରୀସନ୍ତୋଷ ଖଟୁଆ
ନିର୍ବାଚନ ମଣ୍ଡଳୀନୀଳଗିରି
ବ୍ୟକ୍ତିଗତ ସବିଶେଷ
ଜନ୍ମ (1966-04-24) ୨୪ ଅପ୍ରେଲ ୧୯୬୬ (ବୟସ ୫୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜନତା ପାର୍ଟି
ଜୀବନ ସାଥୀସଞ୍ଜୁକ୍ତା ରାଉତ
ବାପା/ବୋଉଶ୍ରୀନିବାସ ନାୟକ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ସମ୍ପାଦନା

ସୁକାନ୍ତ କୁମାର ନାୟକ ୧୯୬୬ ମସିହାର ଅପ୍ରେଲ ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଶ୍ରୀନିବାସ ନାୟକ ଓ ପତ୍ନୀଙ୍କ ନାମ ସଞ୍ଜୁକ୍ତା ରାଉତ ।[୧]

ରାଜନୈତିକ ଜୀବନ

ସମ୍ପାଦନା

ସୁକାନ୍ତ କୁମାର ନାୟକ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି ।[୨] ପୂର୍ବରୁ ସେ ପ୍ରଥମେ ବିଜୁ ଜନତା ଦଳରେ ଓ ପରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ ।[୩]

୨୦୧୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସରକାରୀ ଚାକିରୀରୁ ଇସ୍ତଫା ଦେଇ[୪] ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ବିଧାନ ସଭା ନିର୍ବାଚନରେ ସେ ସମୁଦାୟ ୫୦,୫୧୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ସୁଷମା ବିଶ୍ୱାଳଙ୍କୁ ୧୩,୭୦୦ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୫]

ସୁକାନ୍ତ ୨୦୧୯ ମସିହାରେ ବିଜୁ ଜନତା ଦଳରୁ ଇସ୍ତଫା ଦେଇ[୬] ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।[୭] ୨୦୧୯ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାଜପା ପ୍ରାର୍ଥୀ ଭାବରେ ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ି ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୮]

୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଥିଲେ[୯] ଏବଂ ବିଜେଡିର ପ୍ରାର୍ଥୀ ଭାବରେ ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୬୮,୦୮୯ ଖଣ୍ଡ ଭୋଟ୍ ପାଇ ୨ୟ ସ୍ଥାନରେ ଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପାର୍ଥୀ ସନ୍ତୋଷ ଖଟୁଆଙ୍କ ଠାରୁ ୧୯,୮୩୯ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଥିଲେ ।[୧୦]

  1. ୧.୦ ୧.୧ "Shri Sukanta Kumar Nayak". odishaassembly.nic.in. Odisha Assembly. Retrieved 6 June 2019.
  2. "ବିଜେପିରେ ମିଶିଲେ ସୁକାନ୍ତ ନାୟକ, କେ ନାରାୟଣ ରାଓ; ବହୁ ଦକ୍ଷିଣ ନେତା ବି ଯୋଗଦେଲେ". ସମ୍ବାଦ. ଭୁବନେଶ୍ୱର: sambad.in. 21 March 2019. Archived from the original on 23 June 2022. Retrieved 23 June 2022.
  3. "Naveen Patnaik loses 3 MLAs to BJP ahead of polls in Odisha". Deccan Chronicle (in English). Bhubaneswar. 22 March 2019. Archived from the original on 23 June 2022. Retrieved 23 June 2022.{{cite news}}: CS1 maint: unrecognized language (link)
  4. "BJD MLA Sukanta Nayak resigns from party". The Tribune. Retrieved 24 June 2020.
  5. "Orissa 2014". Election Commission of India (in Indian English). Retrieved 2019-06-27.
  6. "Odisha assembly polls: BJD MLA Sukanta Nayak quits party". ଟାଇମ୍ସ ଅଫ ଇଣ୍ଡିଆ. 15 March 2019. Retrieved 24 June 2020.
  7. "Odisha: 3 BJD MLAs Join BJP Ahead of Polls". The Wire. 21 March 2019. Retrieved 24 June 2020.
  8. "Nilgiri Odisha". news18.com. Retrieved 24 June 2020.
  9. Dharitri; Rout, Manoj (2024-03-29). "ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ - Dharitri". Dharitri Odia News (in ଆମେରିକୀୟ ଇଂରାଜୀ). Retrieved 2024-06-29.
  10. "General Election to Assembly Constituencies 2024: Nilgiri (Odisha)". Election Commission of India. Retrieved 27 June 2024.