ସୁକାନ୍ତ କୁମାର ତ୍ରିପାଠୀ

ସ୍ୱର୍ଗତ ସୁକାନ୍ତ କୁମାର ତ୍ରିପାଠୀ ଜଣେ ଓଡ଼ିଆ ଇଲେକ୍ଟ୍ରୋନିକ୍ସ ଏବଂ ଅପଟିକ୍ସରେ ପଲିମରର ଗବେଷକ ଥିଲେ । ସେ ଭାରତୀୟ ପ୍ରଦ୍ୟୋଗିକୀ ଅନୁଷ୍ଠାନ, ଖଡ଼ଗପୁରରୁ ସ୍ନାତକ ଲାଭ କରି ୧୯୮୧ରେ କେସ ବେଷ୍ଟର୍ଣ ରିଜର୍ଭରୁ ଡକ୍ଟରେଟ ଉପାଧ୍ ପ୍ରାପ୍ତ କରିଥିଲେ ତଥା ୧୯୯୩ରେ କାର୍ଲ ଏସ. ମାର୍ଭେଲ କ୍ରିଏଟିଭ ପଲିମର କେମେଷ୍ଟ୍ରି ପୁରସ୍କାର ଲାଭ କରିଥିଲେ । ମାସାଚୁସେଟସ ବିଶ୍ୱବିଦ୍ୟାଳୟ, ଲୋବେଲର ରସାୟନ ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଭାବେ ସେ କାର୍ଯ୍ୟ କରିଥିଲେ ଓ ସେଣ୍ଟର ଫର ଆଡ଼ଭାନସଡ ମାଟେରିଆଲସର ପ୍ରତିଷ୍ଠାତା ନିର୍ଦ୍ଦେଶକ ଥିଲେ । ସେ ୨୦୦ରୁ ଅଧିକା ଗବେଷଣା ମୂଳକ ଲେଖା ଓ ୧୨ଟି ପାଟେଣ୍ଟର ଅଧିକାରୀ । [୧]

୨୦୦୧ ମସିହାରେ କୋଣାର୍କ ଟେକ୍ନୋଲୋଜିଜର ପ୍ରତିଷ୍ଠା ଡକ୍ଟର ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ମାସାଚୁସେଟସ ବିଶ୍ୱବିଦ୍ୟାଳୟ, ଲୋବେଲର କିଛି ବୈଜ୍ଞାନିକ ତଥା ୨୦୦୦ ମସିହାର ନୋବେଲ ପୁରସ୍କାର ବିଜେତା ଡକ୍ଟର ଆଲାନ ହିଜରଙ୍କ ମିଳିତ ଉଦ୍ୟମରେ ହୋଇଥିଲା । [୨]

ଆଧାର ସମ୍ପାଦନା