ସୀତେଶ ତ୍ରିପାଠୀ
ଓଡ଼ିଆ ସାହିତ୍ୟିକ
ସୀତେଶ ତ୍ରିପାଠୀ (୪ ଜାନୁଆରୀ ୧୯୫୭), ଜଣେ ଓଡ଼ିଆ ସାହିତ୍ୟିକ ।[୧] ମୁଖ୍ୟତଃ ଗଳ୍ପ ଲେଖୁଥିବା ସୀତେଶ କବିତା, ନାଟକ ଓ ଅନୁବାଦ ସାହିତ୍ୟ ମଧ୍ୟ ଲେଖନ୍ତି । ୨୦୧୧ ମସିହାରେ ନିଜ ଅନୁବାଦ ପୁସ୍ତକ "ତେଜସ୍ୱିନୀ" ପାଇଁ ସେ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର" ଲାଭ କରିଛନ୍ତି ।[୨]
ସୀତେଶ ତ୍ରିପାଠୀ | |
---|---|
ଜନ୍ମ | ସାଆନ୍ତ ସାହି,କଟକ | ୪ ଜାନୁଆରୀ ୧୯୫୭
ଜାତୀୟତା | ଭାରତୀୟ |
ଉଲ୍ଲେଖନୀୟ କୃତି | ତେଜସ୍ୱିନୀ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୧ |
ସୀତେଶ ୧୯୫୭ ମସିହା ଜାନୁଆରୀ ୪ ତାରିଖ ଦିନ[୩] କଟକର ସାଆନ୍ତ ସାହିରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପୈତୃକ ଗ୍ରାମ ଜଗତସିଂହପୁର ଜିଲ୍ଲାର ରାଉତରାପୁର । ମାଟ୍ରିକ ପଢିଲାବେଳେ, ତାଙ୍କ ପ୍ରଥମ ଲେଖା "ଚକ୍ରାନ୍ତ" ପତ୍ରିକାରେ ପ୍ରକାଶ ପାଇଥିଲା । ୧୯୮୫/୮୬ରେ ପ୍ରକାଶିତ ତାଙ୍କର ପ୍ରେମଗଳ୍ପ "ଜଟାୟୁ" ଓ ୧୯୯୧ରେ ପ୍ରକାଶିତ "ପଡୋଶୀ" ତାଙ୍କୁ ଲେଖକୀୟ ପରିଚିତି ଆଣିଦେଇଥିଲା ।
ରଚନାବଳୀ
ସମ୍ପାଦନା- ଫେରାର ମଣିଷ
- ମିତ
- ସେଇ ବୁଢାଲୋକ
- ଜେଜେମାଙ୍କ ଡାଏରୀ
- ବିଜେତା ଓ ଅନ୍ୟାନ୍ୟ ଗଳ୍ପ[୪]
- ତେଜସ୍ୱିନୀ (ଅନୁବାଦ)
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ) - ୨୦୧୧ (ତେଜସ୍ୱିନୀ)
- ଝଙ୍କାର ନାଟକ ପୁରସ୍କାର
- କୋଣାର୍କ ସାହିତ୍ୟ ସମ୍ମାନ
- ଡକ୍ଟର ହରେକୃଷ୍ଣ ମହତାବ ଗଳ୍ପ ପୁରସ୍କାର[୫]
- ଶତାବ୍ଦୀର କଳାକାର ସମ୍ମାନ - ୨୦୨୨ ( ଶତାବ୍ଦୀର କଳାକାର ନାଟ୍ୟାନୁଷ୍ଠାନ ପ୍ରଦତ୍ତ)[୬]
ଆଧାର
ସମ୍ପାଦନା- ↑ http://sahitya-akademi.gov.in/sahitya-akademi/pdf/multilingualwritersmeet_25-26-aug-2018.pdf
- ↑ http://inpr.odisha.gov.in/samachar/2015/Sep/data/10-09-2015/newssmishra_100915AAA.pdf
- ↑ "ମାଷ୍ଟ୍ରଘର ସାହିତ୍ୟିକ ସୀତେଶ". ଗୋପବନ୍ଧୁଙ୍କ ସତ୍ୟବାଦୀ. Retrieved 13 April 2019.
- ↑ "ପହିଲି ପୁଲକ". No. ଧରିତ୍ରୀ ସାହିତ୍ୟାୟନ ଅକ୍ଟୋବର ୧୭-୩୦, ୨୦୧୮ ପୃଷ୍ଠା ୮. Retrieved 22 October 2018.
- ↑ "ଅଳ୍ପ ଆଳାପ". No. ସମ୍ବାଦ ୦୮/୧୧/୨୦୨୦. ଇଷ୍ଟର୍ଣ୍ଣ ମିଡିଆ. Archived from the original on 14 November 2020. Retrieved 14 November 2020.
- ↑ "୨୦ରୁ କଳିଙ୍ଗ ନାଟ୍ୟ ମହୋତ୍ସବ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 31 March 2022. Retrieved 31 March 2022.