ସୀତାଦେବୀ ଖାଡ଼ଙ୍ଗା

ଓଡ଼ିଆ ସାହିତ୍ୟିକା, ସ୍ୱାଧୀନତା ସଂଗ୍ରାମୀ

ସୀତାଦେବୀ ଖାଡ଼ଙ୍ଗା (୧୯୦୨[୧] - ୧୯୮୩) ଜଣେ ମହିଳା ସ୍ୱାଧୀନତା ସଂଗ୍ରାମୀ ତଥା ନାଟ୍ୟକାର । ସେ ଏକାଧାରରେ ଜଣେ ଲେଖିକା, ପ୍ରାବନ୍ଧିକା, ଔପନ୍ୟାସିକା ତଥା ଅନୁବାଦିକା । [୨] [୩]ସୀତାଦେବୀ ଖାଡ଼ଙ୍ଗାଙ୍କ ଜନ୍ମ ୧୯୦୨ ମସିହାରେ ଗଞ୍ଜାମ ଜିଲ୍ଲାର ଆସ୍କାରେ ହୋଇଥିଲା । ତାଙ୍କ ପିତା ହରିହର ପଣ୍ଡା ସେ ସମୟରେ ନିଜ ଜିଲ୍ଲାରେ ଜଣେ ଆଗଧାଡ଼ିର ଓକିଲ ଓ ସ୍ୱାଧୀନତା ସଂଗ୍ରାମୀ ମଧ୍ୟ ଥିଲେ । ସୀତାଦେବୀ କୌଣସି ବିଦ୍ୟାଳୟ କିମ୍ବା ସଂସ୍ଥାନରୁ ଔପଚାରିକ ଶିକ୍ଷା ଗ୍ରହଣ କରିନଥିଲେ । କିନ୍ତୁ ପାରିବାରିକ ପ୍ରେରଣା ତାଙ୍କୁ ଜୀବନରେ ସଫଳତା ଦେଇଥିଲା । [୪] [୫]

ଓଡ଼ିଆ ସାହିତ୍ୟକୁ ଅବଦାନ ସମ୍ପାଦନା

ସୀତାଦେବୀ ବିଭିନ୍ନ ନାଟକର କାହାଣୀ ତଥା ପୁସ୍ତକ ଲେଖି ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଯାଇଛନ୍ତି । ତାଙ୍କ ଲିଖିତ ନାଟକ ଗୁଡ଼ିକ ମଧ୍ୟରୁ ସହୋଗର, ନାରୀ, ମନ୍ଦିର ପ୍ରବେଶ, ନୈଷ୍ଠିକ, ନିଷ୍ପତ୍ତି, ପ୍ରାଚୀନ, ପନ୍ଥ, ବସୁଧାର ପୀଡ଼ା, ମାତୃହୀନ ଇତ୍ୟାଦି । ଏହାସହ ସେ ଅନେକ ଉପନ୍ୟାସ ମଧ୍ୟ ଲେଖିଛନ୍ତି । ସେଗୁଡିକ ହେଲା, ପୋଷ୍ୟପୁତ୍ର, ପ୍ରତ୍ୟାବର୍ତ୍ତନ, ଅଗ୍ରଜ ଇଥ୍ୟାଦି । ଏହି ନାଟକ ତଥା ପୁସ୍ତକ ଗୁଡ଼ିକ ସମାଜର ବିଭିନ୍ନ ସମସ୍ୟା ଉପରେ ଆଧାରିତ । ଯାହା ସମାଜ ପାଇଁ ପରିବର୍ତ୍ତନର ବାର୍ତ୍ତା ନେଇ ଆସିଥାଏ । [୬] [୭]

ରାଜନୀତି ଜୀବନ ସମ୍ପାଦନା

ସୀତାଦେବୀ ଗଞ୍ଜାମ ଜିଲ୍ଲା କଂଗ୍ରେସ ଦଳରେ ଜଣେ ସକ୍ରିୟ ରାଜନେତା ଭାବେ କାର୍ଯ୍ୟରତ ଥିଲେ । ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଯୋଗଦାନ ତାଙ୍କୁ ସମାଜର ପରିବର୍ତ୍ତନ ଧାରାରେ ସାହାଯ୍ୟ କରିଥିଲା | ଏହାସହ ସେ ନିଜ ଜିଲ୍ଲାରେ ମହିଳା ସଶକ୍ତିକରଣ ଦିଗରେ ମଧ୍ୟ ଅନେକ ଉନ୍ନତିମୂଳକ କାର୍ଯ୍ୟ କରିଥିଲେ । [୮]

ବ୍ୟକ୍ତିଗତ ଜୀବନ ସମ୍ପାଦନା

ଔପଚାରିକ ଭାବେ ଶିକ୍ଷା ଗ୍ରହଣ ନକରିଥିଲେ ସୁଦ୍ଧା ତାଙ୍କୁ ପରିବାର ତଥା ସ୍ୱାମୀଙ୍କଠାରୁ ଅନେକ ପ୍ରେରଣା ମିଳିଥିଲା । ଯାହାଫଳରେ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେବା ସହ ସେ ଜଣେ ସଫଳ ସମାଜସେବୀ ମଧ୍ୟ ହୋଇପାରିଥିଲେ । ସୀତାଦେବୀଙ୍କ ଆତ୍ମଜୀବନୀ ମଧ୍ୟ ରହିଛି, ଯାହାର ନାଁ ମୋର ଜୀବନ ସ୍ମୃତି । ଏହି ଆତ୍ମଜୀବନୀର ଲେଖା ସରିଥିଲା ୧୯୭୬ ମସିହାରେ ସରିଥିଲା ଓ ୧୯୭୮ ମସିହାରେ ଏହା ପ୍ରକାଶିତ ହୋଇଥିଲା । [୯] [୧୦]

ଆଧାର ସମ୍ପାଦନା

  1. ମିଶ୍ର, ଅନ୍ତନ୍ତ. "ସୀତାଦେବୀ ଗ୍ରନ୍ଥାବଳୀ" (PDF). କଟକ ଷ୍ଟୁଡେଣ୍ଟ୍‌ସ ଷ୍ଟୋର. Retrieved 12 April 2017.
  2. http://indianliteraturetoday.com/category/old-author/sitadevi-khadanga/[permanent dead link]
  3. http://odisha.gov.in/e-magazine/Orissareview/2010/August/engpdf/18-24.pdf
  4. http://indianliteraturetoday.com/category/old-author/sitadevi-khadanga/[permanent dead link]
  5. http://odisha.gov.in/e-magazine/Orissareview/2010/August/engpdf/18-24.pdf
  6. http://indianliteraturetoday.com/category/old-author/sitadevi-khadanga/[permanent dead link]
  7. http://odisha.gov.in/e-magazine/Orissareview/2010/August/engpdf/18-24.pdf
  8. http://odisha.gov.in/e-magazine/Orissareview/2010/August/engpdf/18-24.pdf
  9. http://indianliteraturetoday.com/category/old-author/sitadevi-khadanga/[permanent dead link]
  10. http://odisha.gov.in/e-magazine/Orissareview/2010/August/engpdf/18-24.pdf