ସିସ୍ଟିସର୍କୋସିସ ସଂକ୍ଷିପ୍ତ
ସିସ୍ଟିସର୍କୋସିସ ଏକ ତନ୍ତୁ ସଂକ୍ରମଣ ରୋଗ ଯାହା ଏକ ପ୍ରକାର ଘୁଷୁରୀ ଫିତା କୃମି ଟିନିଆସୋଲିଅମରର ଛୁଆ ବା ଲାର୍ଭା ସିସ୍ଟିସର୍କସଦ୍ୱାରା ହୁଏ ।[୧][୨] ବର୍ଷ ବର୍ଷ ଧରି ଏହାର କୌଣସି ଲକ୍ଷଣ ପ୍ରକାଶ ନ ପାଇବା ପରେ ଏହା ଚର୍ମ ଓ ମାଂସପେଶିରେ ୧ରୁ ୨ ସେମି ବିଶିଷ୍ଟ ଯନ୍ତ୍ରଣାବିହୀନ ଟାଣ ଆବୁ ଆକାରରେ ବାହାରେ କିମ୍ବା ଯଦି ମସ୍ତିଷ୍କରେ ଥାଏ ତେବେ ସ୍ନାୟବିକ ଲକ୍ଷଣ ପ୍ରକାଶ ପାଏ ।[୩][୪] ମାସାଧିକ ବା ବର୍ଷାଧିକ କାଳ ପରେ ଏହି ଆବୁ ଯନ୍ତ୍ରଣାଦାୟକ ହୁଏ, ଫୁଲିଯାଏ ଓ ତାପରେ ଏହା କମିଯାଏ । ବିକାଶଶୀଳ ଦେଶମାନଙ୍କରେ ବାତ ଅପସ୍ମାର (seizure) ମାରିବାର ଏହା ଏକ ପ୍ରଧାନ କାରଣ ।[୩]
ସିସ୍ଟିସର୍କୋସିସ | |
---|---|
ଆଇସିଡ଼ି-୧୦ | B69. |
ଆଇସିଡ଼ି-୯-ସିଏମ୍ | 123.1 |
ରୋଗ ଡାଟାବେସ | 3341 |
ମେଡ଼ିସିନ-ପ୍ଲସ | 000627 |
ଇ-ମେଡ଼ିସିନ | emerg/119 med/494 ped/537 |
MeSH | D003551 |
ଫିତା କୃମିର ଅଣ୍ଡା ଅପମିଶ୍ରିତ ଖାଦ୍ୟ ଓ ଜଳ ଗ୍ରହଣ କଲେ ଏହି ସଂକ୍ରମଣ ହୁଏ । ରନ୍ଧା ହୋଇ ନ ଥିବା ପରିବା ଏହାର ଏକ ମୂଖ୍ୟ ଉତ୍ସ ।[୨] ବୟଃପ୍ରାପ୍ତ କୃମିର ଅଣ୍ଡା ସଂକ୍ରମିତ ଲୋକର ମଳରୁ ବାହାରେ ଯାହାକୁ ଟିନିଆସିସ କହନ୍ତି । [୩][୫] ଟିନିଆସିସ ଏକ ଅନ୍ୟ ରୋଗ ଯାହା ଭଲରୁପେ ରନ୍ଧା ହୋଇନଥିବା ଘୁଷୁରୀ ମାଂସ ଖାଇଲେ ହୁଏ ।[୨] ଦେହରେ ଫିତା କୃମି ଥିବା ଲୋକ ସଂସ୍ପର୍ଶରେ ଆସୁଥିବା ଲୋକର ଅଧିକ ରୋଗ ସଙ୍କଟ ଥାଏ ।[୫] ଏହାର ସିସ୍ଟ ଭିତରୁ ସୁକ୍ଷ୍ମ ଛୁଞ୍ଚି ସାହାଯ୍ୟରେ ବାହାର କରାଯାଇଥିବା ପଦାର୍ଥ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।[୩] ମସ୍ତିଷ୍କ ଭିତରେ ରୋଗ ଥିଲେ ସି.ଟି. ସ୍କାନ ବା ଏମ.ଆର.ଆଇ. ପରୀକ୍ଷାଦ୍ୱାରା ଜଣାଯାଏ । ସି.ଏସ୍.ଏଫ୍. ଓ ରକ୍ତ ପରୀକ୍ଷାରେ ଇଓସିନୋଫିଲ ଥିଲେ ଏହି ରୋଗର ସମ୍ଭାବନା ଥାଏ ।[୩]
ଏହି ସଂକ୍ରମଣକୁ ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷା ଓ ପରିମଳ ବ୍ୟବସ୍ଥାଦ୍ୱାରା ପ୍ରତିରୋଧ କରିହୁଏ । ଏହି ବ୍ୟବସ୍ଥାରେ ଭଲରୁପେ ରନ୍ଧା ଘୁଷୁରି ମାଂସ, ସଠିକ ଶୌଚାଳୟ ଓ ବିଶୁଦ୍ଧ ଜଳପାନକୁ ଅଗ୍ରାଧିକାର ଦିଆଯାଏ । ଏହି ରୋଗ ବ୍ୟାପିବାକୁ ପ୍ରତିରୋଧ କରିବା ଏକାନ୍ତ ଆବଶ୍ୟକ ।[୨] ମସ୍ତିଷ୍କରେ ରୋଗ ନ ଥିଲେ ଚିକିତ୍ସା ଦରକାର ହୁଏନି ।[୩] ମସ୍ତିଷ୍କରେ ରୋଗ ଥିଲେ ପ୍ରାଜିକ୍ୱାଣ୍ଟେଲ କିମ୍ବା ଆଲ୍ବେଣ୍ଡାଜୋଲ ଔଷଧ ଦିଆଯାଏ । ଏହା ଦୀର୍ଘ ଦିନ ଧରି ଦିଆଯାଏ । ପ୍ରଦାହ ନିମନ୍ତେ ସ୍ଟିରଏଡ୍ ଓ ବାତ ନ ମାରିବା ନିମନ୍ତେ ଔଷଧ ଦରକାର ହୋଇପାରେ । ସିସ୍ଟ ଦେହରୁ ବାହାର କରିବା ନିମନ୍ତେ ଅପରେଶନ ଆବଶ୍ୟକ ହୁଏ ।[୨]
ଏସିଆ, ସବ୍-ସାହାରା ଆଫ୍ରିକା ଓ ଲାଟିନ ଆମେରିକାରେ ଘୁଷୁରୀ ଫିତାକୃମି ସାଧାରଣତଃ ଦେଖାଯାଏ । [୩] କେତେକ ସ୍ଥାନରେ ୨୫ % ଲୋକ ସଂକ୍ରମିତ ହେବା ବିଶ୍ୱାସ କରାଯାଏ ।[୩] ବିକଶିତ ଦେଶମାନଙ୍କରେ ଏହା ଅତି ସାଧାରଣ । [୬] ସନ ୧୯୯୦ରେ ୧୨୦୦ ମୃତ୍ୟୁ ଘଟିଥିଲା ବେଳେ ସନ ୨୦୧୦ରେ ଏହା କମିଯାଇ ୭୦୦ ହୋଇଥିଲା ।[୭] ସିସ୍ଟିସର୍କୋସିସ ରୋଗ ଘୁଷୁରୀ ଓ ଗୋଜାତୀୟ ଜୀବଙ୍କୁ ଆକ୍ରମଣ କରେ କିନ୍ତୁ ଏଗୁଡ଼ିକ ବେଶୀଦିନ ବଞ୍ଚୁ ନ ଥିବାରୁ ଲକ୍ଷଣ ପ୍ରକାଶ ପାଏନି । [୨] ସମ୍ପୁର୍ଣ୍ଣ ଇତିହାସରେ ଏହି ରୋଗ ଥିବା ଜଣାଯାଏ । [୬] ଆଉ ମଧ୍ୟ ଏହା ଏକ ହେଳା କରାଯାଉଥିବା ରୋଗ ।[୮]
ଆଧାର
ସମ୍ପାଦନା- ↑ Roberts, Larry S.; Janovy, Jr., John (2009). Gerald D. Schmidt & Larry S. Roberts' Foundations of Parasitology (8 ed.). Boston: McGraw-Hill Higher Education. pp. 348–351. ISBN 978-0-07-302827-9.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Taeniasis/Cysticercosis Fact sheet N°376". World Health Organization. February 2013. Retrieved 18 March 2014.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ García HH, Gonzalez AE, Evans CA, Gilman RH (August 2003). "Taenia solium cysticercosis". Lancet. 362 (9383): 547–56. doi:10.1016/S0140-6736(03)14117-7. PMC 3103219. PMID 12932389.
{{cite journal}}
: CS1 maint: multiple names: authors list (link) - ↑ García HH, Evans CA, Nash TE,; et al. (October 2002). "Current consensus guidelines for treatment of neurocysticercosis". Clin. Microbiol. Rev. 15 (4): 747–56. doi:10.1128/CMR.15.4.747-756.2002. PMC 126865. PMID 12364377.
{{cite journal}}
: CS1 maint: extra punctuation (link) CS1 maint: multiple names: authors list (link) - ↑ ୫.୦ ୫.୧ "CDC - Cysticercosis".
- ↑ ୬.୦ ୬.୧ Bobes RJ, Fragoso G, Fleury A,; et al. (April 2014). "Evolution, molecular epidemiology and perspectives on the research of taeniid parasites with special emphasis on Taeniasolium". Infect. Genet.Evol. 23: 150–60. doi:10.1016/j.meegid.2014.02.005. PMID 24560729.
{{cite journal}}
: CS1 maint: extra punctuation (link) CS1 maint: multiple names: authors list (link) - ↑ Lozano R, Naghavi M, Foreman K,; et al. (December 2012). "Global and regional mortality from 235 causes of death for 20 age groups in 1990 and 2010: a systematic analysis for the Global Burden of Disease Study 2010". Lancet. 380 (9859): 2095–128. doi:10.1016/S0140-6736(12)61728-0. PMID 23245604.
{{cite journal}}
: CS1 maint: extra punctuation (link) CS1 maint: multiple names: authors list (link) - ↑ "Neglected Tropical Diseases". cdc.gov. June 6, 2011. Retrieved 28 November 2014.