ଟିନିଆସିସ

ଟିନିଆସିସ ଅନ୍ତନଳୀରେ ହେଉଥିବା ଏକ ରୋଗର ନାମ ଯାହା ଜେନସ ଅନ୍ତର୍ଗତ ଫିତାକୃମି ଯୋଗୁ ହୁଏ ।

 

Taeniasis
The life cycle of Taenia saginata, the beef tapeworm
ବିଭାଗInfectious disease
ଲକ୍ଷଣNone, weight loss, abdominal pain[୧]
କାରଣInfection with adult tapeworms[୨][୩]
ବିପଦ କାରକEating contaminated undercooked pork or beef[୧]
ରୋଗ ନିର୍ଣ୍ଣୟ ପଦ୍ଧତିExamination of stool samples[୪]
ପ୍ରତିକାରProperly cooking meat[୧]
ଚିକିତ୍ସାPraziquantel, niclosamide[୧]
ପୁନଃପୌନିକ50 million (with cysticercosis)[୫]

ଟିନିଆସିସ ଅନ୍ତନଳୀରେ ହେଉଥିବା ଏକ ରୋଗର ନାମ ଯାହା ଜେନସ ଅନ୍ତର୍ଗତ ଫିତାକୃମି ଯୋଗୁ ହୁଏ । [୬] [୭] ସାଧାରଣତଃ ଏହି ରୋଗରେ କୋଣସି ଲକ୍ଷଣ ନଥାଏ ବା କେବଳ ସାମାନ୍ୟ ଲକ୍ଷଣ ଦେଖାଯାଏ | [୬] ଲକ୍ଷଣଗୁଡ଼ିକ ମଧ୍ୟରେ ଓଜନ ହ୍ରାସ କିମ୍ବା ଉଦର ଯନ୍ତ୍ରଣା ହୋଇପାରେ | [୧] ମଳରେ ଫିତାକୃମିର କୌଣସି ଅଂଶ ଦେଖାଯାଇପାରେ | [୧] ଘୁଷୁରି ଫିତାକୃମି ଥିଲେ ରୋଗ ଜଟିଳ ହୋଇ ସିଷ୍ଟିସର୍କୋସିସ ହୋଇପାରେ । [୧]

ମଣିଷର ଅନ୍ତନଳୀରେ ଏହି ସଂକ୍ରାମକ ରୋଗ ସୃଷ୍ଟିକାରୀ ଫିତାକୃମିମାନଙ୍କର ନାମ ଟିନିଆ ସାଜିନାଟା (ଘୁଷୁରି ଫିତାକୃମି) ଓ ଟିନିଆ ଏସିଆଟିକା (ଏସିଆ ଫିତାକୃମି) ଅଟେ | [୬] ପ୍ରଦୂଷିତ ଅସିଦ୍ଧ ଗୋମାଂସ ଖାଇବା ହେତୁ ଟିନିଆ ସାଜିନାଟା ଓ ପ୍ରଦୂଷିତ ଅସିଦ୍ଧ ଘୁଷୁରୀ ମାଂସ ଖାଇବା ହେତୁ ଟିନିଆ ସୋଲିଅମ ସମ୍ପର୍କୀୟ ରୋଗ ହୁଏ । [୬] ମଳ ପରୀକ୍ଷା କରି ଏହି ରୋଗ ନିର୍ଣ୍ଣୟ କରାଯାଏ। [୮]

ଉପ‌ଯୁକ୍ତ ଭାବରେ ମାଂସ ରାନ୍ଧିବାଦ୍ୱାରା ଏହି ରୋଗର ପ୍ରତିରୋଧ କରିହୁଏ | [୧] ପ୍ରାଜିକ୍ୱାଣ୍ଟେଲ ଦେଇ ସାଧାରଣତଃ ଏହାର ଚିକିତ୍ସା କରାଯାଏ ଯଦିଓ ନିକ୍ଲୋସାମାଇଡ ମଧ୍ୟ ବ୍ୟବହାର କରାଯାଇପାରେ। [୧] ସିଷ୍ଟିକେରୋସିସ୍ ସହିତ ମିଶି ଏହି ରୋଗ ସାରା ବିଶ୍ୱରେ ବର୍ଷକୁ ୫୦ ନିୟୁତ ଲୋକଙ୍କୁ ସଂକ୍ରମିତ କରିଥାଏ । [୫] ବିକାଶଶୀଳ ଦେଶମାନଙ୍କରେ ଏହି ରୋଗ ସାଧାରଣତଃ ଅଧିକ ଦେଖାଯାଏ। [୧] ଯୁକ୍ତରାଷ୍ଟ୍ରରେ ବର୍ଷକୁ ପ୍ରୟ ୧୦୦୦ରୁ କମ ରୋଗୀ ହୁଅନ୍ତି । [୧]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ "CDC - Taeniasis - General Information - Frequently Asked Questions (FAQs)". www.cdc.gov (in ଆମେରିକୀୟ ଇଂରାଜୀ). 24 April 2019. Retrieved 16 December 2019.
  2. "CDC - Taeniasis". www.cdc.gov (in ଆମେରିକୀୟ ଇଂରାଜୀ). 24 April 2019. Retrieved 16 December 2019.
  3. "CDC - Taeniasis - Biology". www.cdc.gov (in ଆମେରିକୀୟ ଇଂରାଜୀ). 24 April 2019. Retrieved 16 December 2019.
  4. "CDC - Taeniasis - Diagnosis". www.cdc.gov (in ଆମେରିକୀୟ ଇଂରାଜୀ). 24 April 2019. Retrieved 17 December 2019.
  5. ୫.୦ ୫.୧ Griffiths, Jeffrey; Maguire, James H.; Heggenhougen, Kristian; Quah, Stella R. (2010). Public Health and Infectious Diseases (in ଇଂରାଜୀ). Elsevier. p. 216. ISBN 978-0-12-381507-1.
  6. ୬.୦ ୬.୧ ୬.୨ ୬.୩ ଆଧାର ଭୁଲ: ଅଚଳ <ref> ଚିହ୍ନ; CDC2019 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  7. ଆଧାର ଭୁଲ: ଅଚଳ <ref> ଚିହ୍ନ; CDC2019Def ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  8. ଆଧାର ଭୁଲ: ଅଚଳ <ref> ଚିହ୍ନ; CDC2019Diag ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।