ସିଦ୍ଧେଶ୍ୱର ପାଣିଗ୍ରାହୀ
ସିଦ୍ଧେଶ୍ୱର ପାଣିଗ୍ରାହୀ (ମୃତ୍ୟୁ: ୧୫ ଅପ୍ରେଲ ୨୦୧୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବ୍ରହ୍ମଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନବେଳେ ସକ୍ରିୟ ଯୋଗଦାନ କରିଥିଲେ ।[୧]
ସିଦ୍ଧେଶ୍ୱର ପାଣିଗ୍ରାହୀ | |
---|---|
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୪ – ୧୯୭୭ | |
ପୂର୍ବ ଅଧିକାରୀ | ଗୋପବନ୍ଧୁ ପାତ୍ର |
ପର ଅଧିକାରୀ | ଅଜୟ କୁମାର ଜେନା |
ନିର୍ବାଚନ ମଣ୍ଡଳୀ | ବ୍ରହ୍ମଗିରି |
ବ୍ୟକ୍ତିଗତ ସବିଶେଷ | |
ମୃତ୍ୟୁ | ୧୫ ଅପ୍ରେଲ ୨୦୧୦ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) |
ଜୀବନ ସାଥୀ | ହେମଲତା ପାଣିଗ୍ରାହୀ |
ବାପା/ବୋଉ | ଜଗନ୍ନାଥ ପାଣିଗ୍ରାହୀ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାସିଦ୍ଧେଶ୍ୱର ପୁରୀ ଜିଲ୍ଲାର ମଇନ୍ଦିପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ଜଗନ୍ନାଥ ପାଣିଗ୍ରାହୀ ଏବଂ ପତ୍ନୀଙ୍କ ନାମ ହେମଲତା ପାଣିଗ୍ରାହୀ ।[୨]
ରାଜନୈତିକ ଜୀବନ
ସମ୍ପାଦନାସିଦ୍ଧେଶ୍ୱର ଓଡ଼ିଶା ରାଜନୀତିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୨]
ମୃତ୍ୟୁ
ସମ୍ପାଦନାସିଦ୍ଧେଶ୍ୱର ପାଣିଗ୍ରାହୀ ୨୦୧୦ ମସିହାର ଅପ୍ରେଲ ୧୫ ତାରିଖରେ କଟକ ବଡ଼ଡାକ୍ତରଖାରେ ହୃଦ୍ଘାତ ଯୋଗୁଁ ମୃତ୍ୟୁବରଣ କରିଥିଲେ ।[୨][୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "ପୂର୍ବତନ ବିଧାୟକଙ୍କ ପରଲୋକ". ଧରିତ୍ରୀ. 16 April 2010. Archived from the original on 25 February 2021. Retrieved 25 February 2021.
- ↑ ୨.୦ ୨.୧ ୨.୨ "Shri Sidheswar Panigrahi". odishaassembly.nic.in. Odisha Assembly. Retrieved 25 February 2021.