ସିଦ୍ଧେଶ୍ୱର ଦେଉଳ, ହୀରାପୁର
ସିଦ୍ଧେଶ୍ୱର ଦେଉଳ (ହରିହର ଏକାତ୍ମ ନାମରେ ମଧ୍ୟ ଜଣା) ଓଡ଼ିଶାର ଯାଜପୁର ଜିଲ୍ଲାରେ ଥିବା ହୀରାପୁର ଗ୍ରାମରେ ଥିବା ଏକ ଶିବ ଦେଉଳ । ଏହା ଏକ ବୌଦ୍ଧ ସ୍ତୁପ ଭାବେ ୨ୟ - ୩ୟ ଶତାବ୍ଦୀରେ ପ୍ରତିଷ୍ଠିତ ହୋଇ ପରବର୍ତ୍ତୀ ସମୟରେ ସୋମବଂଶୀ ରାଜାମାନଙ୍କର ଶାସନ କାଳରେ ଶିବଲିଙ୍ଗ ପ୍ରତିଷ୍ଠା ହେଲା ପରେ ଶିବ ଦେଉଳରେ ପରିଣତ ହୋଇଥିଲା । ଏହି ଦେଉଳର ଉତ୍ତରବାହିନୀ ଭାବେ ବୈତରଣୀ ନଦୀ ସିଦ୍ଧବଟ ଚାରିପାଖେ ବହିଯାଇଛି । କପିଳ ସଂହିତାରେ ଏହି ଦେଉଳ ବାବଦରେ ବର୍ଣ୍ଣନା ରହିଛି ।[୧]
ସିଦ୍ଧେଶ୍ୱର ଦେଉଳ | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | ଯାଜପୁର |
Location | |
ସ୍ଥାନ | ହୀରାପୁର |
Country | ଭାରତ |
କିମ୍ବଦନ୍ତୀ
ସମ୍ପାଦନାକିମ୍ବଦନ୍ତୀ ଅନୁସାରେ ବ୍ରହ୍ମା ଯଜ୍ଞ ସାଧନ ପାଇଁ ବୈତରଣୀଙ୍କୁ ଆହ୍ୱାନ କରି ଆଣି ଯଜ୍ଞ ଶେଷରେ ତାଙ୍କୁ ନିଜ ସ୍ଥାନାଭିମୁଖୀ କରାଇ ଉତ୍ତର ଆଡ଼କୁ ବୁହାଇଥିଲେ । ଏଣୁ ନଦୀ ଉତ୍ତର ଦିଗକୁ ଗତିପଥ ବଦଳାଇ ସମୁଦ୍ରଗାମୀ ହୋଇଛି । ଏହାକୁ ସୁରମ୍ୟ ସ୍ଥାନ ବୋଲି ଭାବି କୃଷ୍ଣଙ୍କ ପୁଅ ପ୍ରଦ୍ୟୁମ୍ନ ଏଠାରେ ତପସ୍ଯା କରିଥିଲେ ।[୧]
ଆଧାର
ସମ୍ପାଦନାଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |