ସିକ୍ଲୋସ୍ପୋରିନ
ସିକ୍ଲୋସ୍ପୋରିନ (ଇଂରାଜୀ ଭାଷାରେ Ciclosporin, ଅନ୍ୟ ଉଚ୍ଚାରଣ ସାଇକ୍ଲୋସ୍ପୋରିନ/cyclosporine ବା cyclosporin, ଏକ ରୋଗ ପ୍ରତିହତକାରୀ ଔଷଧ (immunosuppressant medication) ଓ ଏକ ପ୍ରାକୃତିକ ପଦାର୍ଥ (natural product) ।[୩] ରିଉମାଟଏଡ ଆର୍ଥ୍ରାଇଟିସ, ସୋରିଆସିସ, କ୍ରନ୍ ରୋଗ, ନେଫ୍ରୋଟିକ ସିଣ୍ଡ୍ରୋମ (nephrotic syndrome) ରୋଗମାନଙ୍କରେ ଓ ପରିତ୍ୟକ୍ତ (rejection) ନ ହେବା ନିମନ୍ତେ ଅଙ୍ଗ ପ୍ରତିରୋପଣ (organ transplant) ଆଦି ଅବସ୍ଥାରେ ଏହା ପାଟିରେ ବା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ ।[୪][୩] ଏହା କେରାଟୋକଞ୍ଜଙ୍କଟିଭାଇଟିସ ସିକା (keratoconjunctivitis sicca) ବା ଶୁଷ୍କ ଆଖିରେ ଟୋପା ବା ଡ୍ରପ୍ (eye drops) ଆକାରରେ ପକାଯାଏ ।[୫]
Clinical data | |
---|---|
Pronunciation | /ˌsaɪkləˈspɔːrɪn/[୨] |
Trade names | Neoral, Sandimmune, others |
Synonyms | cyclosporine, cyclosporin, ciclosporin A,[୧] cyclosporine A, cyclosporin A (CsA) |
AHFS/Drugs.com | monograph |
MedlinePlus | a601207 |
Pregnancy category | |
Routes of administration | By mouth, IV, eye drops |
Drug class | immunosuppressant calcineurin inhibitor eye medication |
ATC code | |
Legal status | |
Legal status | |
Pharmacokinetic data | |
Bioavailability | Variable |
Metabolism | liver CYP3A4 |
Elimination half-life | Variable (about 24 hours) |
Excretion | biliary |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEMBL | |
ECHA InfoCard | 100.119.569 |
Chemical and physical data | |
Formula | C62H111N11O12 |
Molar mass | 1202.61 g/mol |
3D model (JSmol) | |
| |
| |
(what is this?) (verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତଚାପ, ମୁଣ୍ଡବଥା, ବୃକ୍କ ସମସ୍ୟା (kidney problems), ଅତ୍ୟଧିକ ଲୋମ ବୃଦ୍ଧି ଓ ବାନ୍ତି ହୋଇପାରେ । ପ୍ରତିକ୍ରିୟା ସାଂଘାତିକ ହେଲେ ସଂକ୍ରମଣ ସଂକଟ, ଯକୃତ ସମସ୍ୟା ଓ ଅଧିକ ଲିମ୍ଫୋମା ସଙ୍କଟ ରହେ । ପ୍ରତିକ୍ରିୟା ସଙ୍କଟ କମେଇବା ନିମନ୍ତେ ରକ୍ତରେ ଔଷଧର ସ୍ତର ତଦାରଖ କରିବା ଆବଶ୍ୟକ ।[୪] ଗର୍ଭାବସ୍ଥାରେ ଅପରିପକ୍ୱ ଜନ୍ମ (preterm birth) ସଙ୍କଟ ରହେ କିନ୍ତୁ ଜନ୍ମ ତୃଟି (birth defects) ରହିବା ଜଣାଯାଏନାହିଁ ।[୬]
ଲିମ୍ଫୋସାଇଟମାନଙ୍କ (lymphocytes) କାମ କମ୍ କରେଇ ସିକ୍ଲୋସ୍ପୋରିନ କାର୍ଯ୍ୟକ୍ଷମ ହୁଏ ।[୪] ଏହା ସାଇକ୍ଲୋଫିଲିନ (cyclophilin) ସହିତ ଏକ ଯୌଗିକ ସୃଷ୍ଟି କରି କାଲସିନିଉରିନର (calcineurin) ଫସଫାଟେଜ (phosphatase) କ୍ରିୟା ଅବରୋଧ କରେ ଯାହାଦ୍ୱାରାଟି-ଲିମ୍ଫୋସାଇଟମାନଙ୍କ (T‐lymphocytes|) ପ୍ରଦାହକାରୀ ସାଇଟିକାଇନସ (inflammatory cytokine) ପ୍ରସ୍ତୁତି କମିଯାଏ ।[୭]
ସନ ୧୯୭୧ରେ ଟୋଲିପୋକ୍ଲାଡିଅମ ଇନଫ୍ଲାଟମ ନାମକ ଏକ ଫିମ୍ପିରୁ ସିକ୍ଲୋସ୍ପୋରିନ ପ୍ରସ୍ତୁତ କରାଯାଇ ସନ ୧୯୮୩ରେ ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୮] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୯] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର ଡୋଜର ହୋଲସେଲ ମୂଲ୍ୟ ପ୍ରାୟ ୧୦୬.୫୦ ଆମେରିକୀୟ ଡଲାର ।[୧୦] ଇଂଲଣ୍ଡରେ ଏହାର ଏକ ମାସ ଡୋଜର ମୂଲ୍ୟ ପ୍ରାୟ ୧୨୧.୨୫ ପାଉଣ୍ଡ ।[୧୧] ଯୁକ୍ତରାଷ୍ଟ୍ର ଆମେରିକାରେ ଏକାର ଏକ ମାସର ମୂଲ୍ୟ ପ୍ରାୟ ୧୭୨.୯୫ ଆମେରିକୀୟ ଡଲାର ।[୧୨]
ଆଧାର
ସମ୍ପାଦନା- ↑ Laupacis A, Keown PA, Ulan RA, McKenzie N, Stiller CR (May 1982). "Cyclosporin A: a powerful immunosuppressant". Canadian Medical Association Journal. 126 (9): 1041–6. PMC 1863293. PMID 7074504.
- ↑ "cyclosporin". Dictionary.com Unabridged. Random House. n.d. Retrieved 2011-07-13.
- ↑ ୩.୦ ୩.୧ WHO Model Formulary 2008 (PDF). World Health Organization. 2009. p. 221. ISBN 9789241547659. Retrieved 8 December 2016.
- ↑ ୪.୦ ୪.୧ ୪.୨ "Cyclosporine". The American Society of Health-System Pharmacists. Retrieved 8 December 2016.
- ↑ "Cyclosporine eent". The American Society of Health-System Pharmacists. Retrieved 8 December 2016.
- ↑ "Cyclosporine Use During Pregnancy". www.drugs.com. Retrieved 20 December 2016.
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;Matsuda_2000
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ Watts, Richard; Clunie, Gavin; Hall, Frances; Marshall, Tarnya (2009). Rheumatology. Oxford University Press. p. 558. ISBN 978-0-19-922999-4.
{{cite book}}
: Unknown parameter|name-list-format=
ignored (|name-list-style=
suggested) (help) - ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ "Ciclosporin". International Drug Price Indicator Guide. Retrieved 8 December 2016.[permanent dead link]
- ↑ British national formulary: BNF 69 (69th ed.). British Medical Association. 2015. p. 632. ISBN 978-0-85711-156-2.
- ↑ "NADAC as of 2016-12-07 | Data.Medicaid.gov". Centers for Medicare and Medicaid Services. Archived from the original on 2016-12-21. Retrieved 20 December 2016.