ସିକନ୍ଦର ବେଗମ

ଭୋପାଳର ଦ୍ୱିତୀୟ ମହିଳା ଶାସକ

ସିକନ୍ଦର ବେଗମ (ସେପ୍ଟେମ୍ବର ୧୮୧୭ - ଅକ୍ଟୋବର ୧୮୬୮) ଭୋପାଳର ଦ୍ୱିତୀୟ ମହିଳା ଶାସକ ଥିଲେ । ପ୍ରଥମ ମହିଳା ଶାସକ ତାଙ୍କ ମାତା କୁଦସିଆ ବେଗମ ଥିଲେ । ସିକନ୍ଦର ବେଗମ ୧୮୬୦ ମସିହାରୁ ୧୮୬୮ ମସିହା ପର୍ଯ୍ୟନ୍ତ ଭୋପାଳର ନବାବ ଥିଲେ । ୧୮୪୪ ମସିହାରେ ତାଙ୍କର ନଅ ବର୍ଷର ଝିଅ ଶାହା ଜାହାନ ବେଗମ ରାଜପ୍ରତିନିଧି ଭାବରେ ନିଯୁକ୍ତ ହୋଇଥିଲେ, କିନ୍ତୁ ୧୮୬୦ ମସିହାରେ ସେ ନବାବ ଭାବରେ ମାନ୍ୟତା ପାଇଲେ । ୧୮୫୭ ମସିହାର ସିପାହୀ ବିଦ୍ରୋହ ସମୟରେ, ସିକନ୍ଦରଙ୍କ ବ୍ରିଟିଶ ସମର୍ଥକ ଆଭିମୁଖ୍ୟ ତାଙ୍କୁ ଜଣେ ଷ୍ଟାର ଅଫ ଇଣ୍ଡିଆ (ନାଇଟ ଗ୍ରାଣ୍ଡ କମାଣ୍ଡର) ଭାବରେ ପରିଣତ କରିଥିଲା ​​। ୧୮୬୩ ମସିହାରେ, ସେ ହଜ କରିଥିବା ପ୍ରଥମ ଭାରତୀୟ ମହିଳା ଶାସକ ଥିଲେ । ସିକନ୍ଦର ବେଗମ ଟଙ୍କାଶାଳା, ସଚିବାଳୟ, ସାଂସଦ ଏବଂ ଏକ ଆଧୁନିକ ନ୍ୟାୟପାଳିକା ଗଠନ ସମେତ ରାଜ୍ୟରେ ଅନେକ ସଂସ୍କାର ଆଣିଥିଲେ ।[[୧]]

ସିକନ୍ଦର ବେଗମ
ଆନୁଷ୍ଠାନିକ ପୋଷାକ ଏବଂ ମୁକୁଟ ସହିତ ସିକନ୍ଦର ବେଗମ
ଭୋପାଳର ନବାବ
ଶାସନକାଳ ୩୦ ସେପ୍ଟେମ୍ବର ୧୮୬୦ – ୩୦ ଅକ୍ଟୋବର ୧୮୬୮
ପୂର୍ବାଧିକାରୀ ଭୋପାଳର ଶାହା ଜାହାନ ବେଗମ (ପ୍ରଥମ ରାଜତ୍ୱ)
ଉତ୍ତରାଧିକାରୀ ଭୋପାଳର ଶାହା ଜାହାନ ବେଗମ (ଦ୍ୱିତୀୟ ରାଜତ୍ୱ)
ଭୋପାଳର ରାଜପ୍ରତିନିଧି
Reign ୧୮୪୪ – ୧୮୬୦
ରାଜତନ୍ତ୍ର ଭୋପାଳର ଶାହା ଜାହାନ ବେଗମ
ଜାହାଙ୍ଗୀର ମହମ୍ମଦ ଖାନ
ସନ୍ତାନସନ୍ତତିଗଣ
ଭୋପାଳର ଶାହା ଜାହାନ ବେଗମ
ବାପା ନାସିର ମହମ୍ମଦ ଖାନ
ମାଆ କୁଦସିଆ ବେଗମ, ଭୋପାଳର ବେଗମ
ଜନ୍ମ ୧୦ ସେପ୍ଟେମ୍ବର ୧୮୧୭
ଗୌହର ମହଲ, ଭୋପାଳ ରାଜ୍ୟ, ବ୍ରିଟିଶ ଭାରତ (ବର୍ତ୍ତମାନର [ମଧ୍ୟପ୍ରଦେଶ]], ଭାରତ)
ମୃତ୍ୟ ୩୦ ଅକ୍ଟୋବର ୧୮୬୮(1868-10-30) (ବୟସ ୫୧)
ମୋତି ମହଲ, ଭୋପାଳ ରାଜ୍ୟ, ବ୍ରିଟିଶ ଭାରତ (ବର୍ତ୍ତମାନର [ମଧ୍ୟପ୍ରଦେଶ]], ଭାରତ)
ସମାଧି ଫରହତ ଅଫଜା ବାଗ, ଭୋପାଳ
ଧର୍ମ ଇସଲାମ

ପ୍ରାରମ୍ଭ ଜୀବନ ସମ୍ପାଦନା

ସିକନ୍ଦର ୧୦ ସେପ୍ଟେମ୍ବର ୧୮୧୭ ମସିହାରେ ବ୍ରିଟିଶ ଭାରତର ଭୋପାଳ ରାଜ୍ୟର ଗୌହର ମହଲରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାମାତା ନାସିର ମହମ୍ମଦ ଖାନ ଏବଂ କୁଦସିଆ ବେଗମ ଏହି ରାଜ୍ୟର ପୂର୍ବତନ ନବାବ ଥିଲେ ।[୧]

ଶାସନ ସମ୍ପାଦନା

୩ ଜାନୁୟାରୀ ୧୮୪୭ ମସିହାରେ, ସିକନ୍ଦର ବେଗମଙ୍କ ନଅ ବର୍ଷର ଝିଅ "ଶାହା ଜାହାନ ବେଗମ" ରାଜପ୍ରତିନିଧି ଭାବରେ ଭୋପାଳର ସିଂହାସନ ଆରୋହଣ କରିଥିଲେ । ଭାରତର ଗଭର୍ଣ୍ଣର-ଜେନେରାଲଙ୍କ ରାଜନୈତିକ ପ୍ରତିନିଧି "ଜୋସେଫ ଡେଭି କୁନିଙ୍ଘମ" ସେହି ବର୍ଷ ୨୭ ଜୁଲାଇରେ ସିକନ୍ଦରଙ୍କୁ ରାଜପ୍ରତିନିଧି ଭାବରେ ନିଯୁକ୍ତ କରିବାକୁ ଘୋଷଣା କରିଥିଲେ । ଗଭର୍ନର-ଜେନେରାଲ ଶାହା ଜାହାନଙ୍କୁ ରାଜ୍ୟର କାର୍ଯ୍ୟନିର୍ବାହୀ କ୍ଷମତା ପ୍ରଦାନ କରିଥିଲେ ।

୧୮୫୭ ମସିହାର ସିପାହୀ ବିଦ୍ରୋହ ସମୟରେ ସିକନ୍ଦର ବ୍ରିଟିଶମାନଙ୍କ ପକ୍ଷ ରଖିଥିଲେ । ଭୋପାଳରେ ହୋଇଥିବା ବିଦ୍ରୋହକୁ ଦୂର କରିବା ପାଇଁ ସେ ବ୍ରିଟିଶ ବିରୋଧୀ ପ୍ରଚାର ପତ୍ର ପ୍ରକାଶନ ତଥା ପ୍ରଚାରକୁ ବାରଣ କରିଥିଲେ । ସେ ଗୁପ୍ତଚର ନେଟୱାର୍କକୁ ମଜବୁତ କରିବା ସହିତ ବ୍ରିଟିଶ ବିରୋଧୀ ସୈନିକମାନଙ୍କୁ ପାର୍ଶ୍ୱ ପରିବର୍ତ୍ତନ କରିବାକୁ ଲାଞ୍ଚ ଦେଇଥିଲେ । ଅଗଷ୍ଟ ମାସରେ, ସିପାହୀର ଏକ ଦଳ ସିହୋର ଏବଂ ବେରାସିଆରେ ବ୍ରିଟିଶର ରକ୍ଷକସେନା ଉପରେ ଆକ୍ରମଣ କରିଥିଲେ । ବ୍ରିଟିଶ ସମର୍ଥକ ଆଭିମୁଖ୍ୟ ଯୋଗୁଁ ରାଜ୍ୟରେ ତାଙ୍କ ପ୍ରତି କ୍ରୋଧ ବୃଦ୍ଧି ପାଇଥିଲା । ସିକନ୍ଦରଙ୍କ ମାତାଙ୍କଦ୍ୱାରା ଉତ୍ସାହିତ ହୋଇ ସିପାହୀ ଦଳ ଡିସେମ୍ବରରେ ତାଙ୍କ ପ୍ରାସାଦକୁ ଘେରି ଯାଇଥିଲେ । ସେମାନଙ୍କ ସହ ବୁଝାମଣା କରିବା ପାଇଁ ସିକନ୍ଦର ତାଙ୍କ ଜ୍ୱାଇଁ ଉମ୍ରାଓ ଦୌଲାଙ୍କୁ ପଠାଇଥିଲେ । ଯେତେବେଳେ ସେ ଘୋଷଣା କଲେ ଯେ ସେମାନଙ୍କର ଦରମା ବୃଦ୍ଧି କରାଯିବ ବୋଲି, ସେତେବେଳେ ସୈନିକମାନେ ଘେରାଉ ଶେଷ କରିଥିଲେ । ୧୮୬୧ ମସିହାରେ, ସିକନ୍ଦର ବିଦ୍ରୋହ ସମୟରେ ବ୍ରିଟିଶ ସମର୍ଥକଙ୍କ ଆଭିମୁଖ୍ୟ ପାଇଁ ନାଇଟ ଗ୍ରାଣ୍ଡ କମାଣ୍ଡର ପୁରସ୍କାର ଗ୍ରହଣ କରିଥିଲେ ।[୨] ବ୍ରିଟିଶମାନେ ସିକନ୍ଦରଙ୍କୁ ୩୦ ସେପ୍ଟେମ୍ବର ୧୮୬୦ ମସିହାରେ ଭୋପାଳର ନବାବ ଭାବରେ ସ୍ୱୀକୃତି ଦେଇଥିଲେ । ପରବର୍ତ୍ତୀ ବର୍ଷ ତାଙ୍କର ସାମରିକ ଅଭିବାଦନ ପାଇଁ ୧୯ଟି ବନ୍ଧୁକ ବୃଦ୍ଧି କରାଯାଇଥିଲା ।

ହଜ ସମ୍ପାଦନା

୧୮୬୩ ମସିହାରେ, ସିକନ୍ଦର ବେଗମ ହଜ କରିଥିବା ପ୍ରଥମ ଭାରତୀୟ ମହିଳା ଶାସକ ଥିଲେ । ତାଙ୍କ ସହିତ ପ୍ରାୟ ୧,୦୦୦ ହଜାର ଲୋକ ଥିଲେ, ସେଥିମଧ୍ୟରୁ ମୁଖ୍ୟତଃ ମହିଳାମାନେ ଅଧିକ ଥିଲେ । ସିକନ୍ଦର ଉର୍ଦ୍ଦୁରେ ନିଜର ଯାତ୍ରା ବିଷୟରେ ଏକ ସ୍ମୃତି ଲେଖିଥିଲେ ଏବଂ ୧୮୭୦ ମସିହାରେ ସେହି ଲେଖାର ଏକ ଇଂରାଜୀ ଅନୁବାଦ ପ୍ରକାଶ ପାଇଥିଲା ।

ସୁଧାର ସମ୍ପାଦନା

ସିକନ୍ଦର ରାଜ୍ୟକୁ ତିନୋଟି ଜିଲ୍ଲା ଏବଂ ୨୧ଟି ଉପ-ଜିଲ୍ଲାରେ ବିଭକ୍ତ କରିଥିଲେ । ପ୍ରତ୍ୟେକ ଜିଲ୍ଲା ପାଇଁ ଜଣେ ରାଜସ୍ୱ ଅଧିକାରୀ ଏବଂ ପ୍ରତ୍ୟେକ ଉପ-ଜିଲ୍ଲା ପାଇଁ ପ୍ରଶାସକ ନିଯୁକ୍ତ ହୋଇଥିଲେ । ସିକନ୍ଦର ଏକ ସୀମାଶୁଳ୍କ କାର୍ଯ୍ୟାଳୟ, ସଚିବାଳୟ, ଗୁପ୍ତଚର ନେଟୱାର୍କ, ଟଙ୍କାଶାଳା, ଡାକ ସେବା ଯାହାକି ରାଜ୍ୟକୁ ବାକି ଭାରତ ସହ ଯୋଡିଥିଲା ଏବଂ ଅଦାଲତ ସହିତ ଏକ ଆଧୁନିକ ନ୍ୟାୟପାଳିକା ପ୍ରତିଷ୍ଠା କରିଥିଲେ ।

ସେ ବାଳିକାମାନଙ୍କ ପାଇଁ ଭିକ୍ଟୋରିଆ ସ୍କୁଲ ଏବଂ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଅତି କମରେ ଗୋଟିଏ ଉର୍ଦ୍ଦୁ ଏବଂ ହିନ୍ଦୀ ମାଧ୍ୟମିକ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ୧୮୪୭ ମସିହାରେ ସିକନ୍ଦର ଏକ "ମଜଲିସ୍-ଇ-ଶୋରା" (ସଂସଦ) ଆରମ୍ଭ କରିଥିଲେ ।

ସ୍ଥାପତ୍ୟ ସମ୍ପାଦନା

ସିକନ୍ଦର ବେଗମ‌ ନାଲି ବାଲୁକା ପଥରରେ ନିର୍ମିତ ଏକ ମୋତି ମସଜିଦ,[୩] ମୋତି ମହଲ ଏବଂ ଶୌକତ ମହଲ ନାମରେ ପ୍ରାସାଦଗୁଡିକ ନିର୍ମାଣ କରିଥିଲେ ।

ବ୍ୟକ୍ତିଗତ ଜୀବନ ସମ୍ପାଦନା

୧୮ ଏପ୍ରିଲ ୧୮୩୫ ମସିହାରେ ସିକନ୍ଦର ବେଗମ ନବାବ ଜାହାଙ୍ଗୀର ମହମ୍ମଦ ଖାନଙ୍କୁ ବିବାହ କରିଥିଲେ ।[୪] ତାଙ୍କର ଗୋଟିଏ ଝିଅ ଶାହା ଜାହାନ ବେଗମ ଥିଲେ । ତାଙ୍କ ମାତା କୁଦସିଆ ବେଗମଙ୍କ ପରି ସିକନ୍ଦର ମଧ୍ୟ ଜଣେ ଧର୍ମନିଷ୍ଠ ମୁସଲମାନ ଥିଲେ ।

ସିକନ୍ଦର ବେଗମ ୩୦ ଅକ୍ଟୋବର ୧୮୬୮ ମସିହାରେ ବୃକ୍‌କ ବିଫଳତାରେ ମୃତ୍ୟୁ ବରଣ କରିଥିଲେ । ତାଙ୍କୁ ଫରହତ ଅଫଜା ବାଗରେ କବର ଦିଆଯାଇଥିଲା । ପରେ ସିକନ୍ଦରଙ୍କ ଝିଅ ଭୋପାଳର ନବାବ ଭାବରେ ଉତ୍ତରାଧିକାରୀ ହୋଇଥିଲେ ।

ଆଧାର ସମ୍ପାଦନା

  1. "ସିକନ୍ଦର ବେଗମ ୧୮୬୦ ମସିହାରେ ମୋତି ମସଜିଦର ନିର୍ମାଣ କରିଥିଲେ". Bhaskar.com. Retrieved 23 ଜାନୁୟାରୀ 2021. {{cite web}}: Check date values in: |access-date= (help)
  2. "Begums Of Bhopal - Saris and a scabbard". The Telegraph. 16 May 2010. Retrieved 5 April 2019.
  3. Podder, Tanushree (11 November 2010). "Fascinating Bhopal: City of Begums". The Economic Times. Retrieved 5 April 2019.
  4. "Nawab Sikander Begum". Governor of Madhya Pradash. Retrieved 5 April 2019.