ସିଆଲୋଲିଥିଆସିସ

ସିଆଲୋଲିଥିଆସିସ (ଇଂରାଜୀ ଭାଷାରେ Sialolithiasis ବା ଲାଳ ଗ୍ରନ୍ତି ପଥର) ରୋଗରେ ଲାଳ ଗ୍ରନ୍ତିର ନିଷ୍କସନ ନଳୀରେ ପଥର ତିଆର

ସିଆଲୋଲିଥିଆସିସ (ଇଂରାଜୀ ଭାଷାରେ Sialolithiasis ବା ଲାଳ ଗ୍ରନ୍ତି ପଥର) ରୋଗରେ ଲାଳ ଗ୍ରନ୍ତିର ନିଷ୍କସନ ନଳୀରେ ପଥର ତିଆରି ହୋଇଯାଏ । ଏହି ରୋଗ ସବମାଣ୍ଡିବୁଲାର ଗ୍ରନ୍ଥି, ପାରୋଟିଡ ଗ୍ରନ୍ଥି ଓ ସବଲିଙ୍ଗୁଆଲ ଗ୍ରନ୍ଥିରେ ହୋଇପାରେ । [୧] ଏହାର ଲକ୍ଷଣରେ ଖାଦ୍ୟ ଖାଇଲା ବେଳେ ସାଧାରଣତଃ ପ୍ରଭାବିତ ଗ୍ରନ୍ଥିରେ ଯନ୍ତ୍ରଣା ଏବଂ ଫୁଲା ହୁଏ ଯାହାକି କିଛି ଘଣ୍ଟା ମଧ୍ୟରେ ଉପଶମ ହୋଇଥାଏ | [୧] [୩] ରୋଗ ଜଟିଳ ହେଲେ ଗ୍ରନ୍ଥି ସଂକ୍ରମଣ କିମ୍ବା ଆବସେସ୍ ବା ପୁଞ୍ଜିତ ପୂଜ ହୋଇପାରେ ।[୧] [୪]

Sialolithiasis
Salivary calculi, salivary stones, sialoliths
Sialolithiasis.jpg
Salivary gland stones removed from the sublingual gland
ବିଭାଗENT surgery
ଲକ୍ଷଣPain and swelling of the affected gland with meals[୧]
ଆକ୍ରାନ୍ତ ସମୟ30–60 yrs old[୧]
କାରଣUnclear[୧]
ବିପଦ କାରକDehydration, decreased food intake, anticholinergics, diuretics, gout[୨][୩]
ରୋଗ ନିର୍ଣ୍ଣୟ ପଦ୍ଧତିExamination, medical imaging[୧]
ସଠିକ ରୋଗ ନିର୍ଣ୍ଣୟCancer, dental abscess, cellulitis[୧]
ଚିକିତ୍ସାMassage of the gland, NSAIDs, substances to increase saliva production, endoscopic removal[୧][୨]
PrognosisGood[୧]
ପୁନଃପୌନିକ1 in 20,000 a year[୧]

ଅଧିକାଂଶ କ୍ଷେତ୍ରରେ କାରଣ ଅସ୍ପଷ୍ଟ ଅଟେ | [୧] ବିପଦ କାରକଗୁଡ଼ିକ ମଧ୍ୟରେ ନିର୍ଜଳନ, ଖାଦ୍ୟ ଗ୍ରହଣ ହ୍ରାସ, ଆଣ୍ଟିକଲିନର୍ଜିକ ବା ଡାଇୟୁରେଟିକ ଔଷଧ ବ୍ୟବ‌ହାର ଏବଂ ଗାଉଟ ଉଲ୍ଲେଖନୀୟ ହୋଇପାରେ । [୨] [୩] ଏହା ସ‌ହିତ ଜୋଗ୍ରେନ ସିଣ୍ଡ୍ରୋମ୍‌‌ର କୌଣସି ସମ୍ପର୍କ ନାହିଁ | [୩] ଡାକ୍ତରୀ ପରୀକ୍ଷା ଓ ମେଡିକାଲ ଇମେଜିଙ୍ଗ ଆଧାରିତ କରି ରୋଗ ନିର୍ଣ୍ଣୟ କରାଯାଏ ।[୧]

ପ୍ରାରମ୍ଭିକ ଚିକିତ୍ସାରେ ଗ୍ରନ୍ଥି ମାଲିସ୍, ଏନଏସଏଆଇଡି/NSAID ଏବଂ ଲେମ୍ବୁ ଭଳି ଲାଳ ଉତ୍ପାଦନ‌କାରୀ ପଦାର୍ଥ ଦିଆଯାଏ | [୧] [୨] ଯଦି ସଂକ୍ରମଣର ଲକ୍ଷଣ ଥାଏ, ତେବେ ଆଣ୍ଟିବାୟୋଟିକ ଦେବାକୁ ସୁପାରିଶ କରାଯାଏ | [୧] ଏଥିରେ ଉପଶମ ନହେଲେ ଏଣ୍ଡୋସ୍କୋପିକ ଅପସାରଣ ଓ ବାହ୍ୟ ଶକ୍‌ୱେଭ୍ ଲିଥୋଟ୍ରିପ୍ସୀ କରାଯାଏ | [୧] ଅସ୍ତ୍ରୋପଚାର କରି ଗ୍ରନ୍ଥିର ସର୍ଜିକାଲ୍ ଅପସାରଣ କରିବା ଏହାର ଏକ ଶେଷ ଉପାୟ | [୧]

ପ୍ରାୟ ୨୦,୦୦୦ ଲୋକଙ୍କ ମଧ୍ୟରୁ ଜଣେ ବର୍ଷକୁ ପ୍ରଭାବିତ ହୋଇଥାଏ | [୧] ଏହା ସାଧାରଣତଃ ୩୦-୬୦ ବର୍ଷ ବୟସରେ ହୋଇଥାଏ | [୧] ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି | [୧] ଲାଳ ଗ୍ରନ୍ଥି ଫୁଲିବାର ଏହା ସବୁଠାରୁ ସାଧାରଣ କାରଣ ଅଟେ | [୧] ଏହାର ପ୍ରାରମ୍ଭିକ ବର୍ଣ୍ଣନା ପ୍ରାୟ ଖ୍ରୀଷ୍ଟପୂର୍ବ ୪୦୦ରେ ହିପୋକ୍ରେଟସ କରିଥିଲେ ।[୫]

ଆଧାରସମ୍ପାଦନ କରନ୍ତୁ

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ Hammett, JT; Walker, C (January 2021). "Sialolithiasis". PMID 31751035. Cite journal requires |journal= (help)
  2. ୨.୦ ୨.୧ ୨.୨ ୨.୩ "Salivary Stones - Ear, Nose, and Throat Disorders". Merck Manuals Professional Edition (in ଇଂରାଜୀ). Retrieved 12 April 2021.
  3. ୩.୦ ୩.୧ ୩.୨ ୩.୩ Kraaij, S.; Karagozoglu, K. H.; Forouzanfar, T.; Veerman, E. C. I.; Brand, H. S. (December 2014). "Salivary stones: symptoms, aetiology, biochemical composition and treatment". British Dental Journal. 217 (11): E23–E23. doi:10.1038/sj.bdj.2014.1054.
  4. Capaccio, P; Torretta, S; Ottavian, F; Sambataro, G; Pignataro, L (August 2007). "Modern management of obstructive salivary diseases". Acta Otorhinolaryngologica Italica. 27 (4): 161–72. PMC 2640028. PMID 17957846.
  5. Rankow, Robin M.; Polayes, Irving M. (1976). Diseases of the Salivary Glands (in ଇଂରାଜୀ). Saunders. p. 2. ISBN 978-0-7216-7453-7.