ସାୟେଶା ସୈଗଲ
ସାୟେଶା ସୈଗଲ (ଜନ୍ମ: ୧୨ ଅଗଷ୍ଟ ୧୯୯୭) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ।[୧] ସାୟେଶା ହିନ୍ଦୀ, ତେଲୁଗୁ ଏବଂ ତାମିଲ କଥାଚିତ୍ରରେ ଅଭିନୟ କରିଛନ୍ତି ।[୨] ସାୟେଶାଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା ୨୦୧୫ର ତେଲୁଗୁ ଚଳଚ୍ଚିତ୍ର ଅଖିଳ । ଅଭିନେତା ଅକ୍କିନେନି ନାଗାର୍ଜୁନଙ୍କ ସାନ ପୁଅ ଅକ୍କିନେନି ଅଖିଳଙ୍କ ପ୍ରଥମ ଚଳଚ୍ଚିତ୍ରରେ ସାୟେଶାଙ୍କୁ ନାୟିକା ଭାବରେ ଅଭିନୟର ପ୍ରଥମ ସୁଯୋଗ ମିଳିଥିଲା । ଏହାପରେ ସେ ୨୦୧୬ରେ ହିନ୍ଦୀ କଥାଚିତ୍ର ଶିବାୟ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୩][୪]
ସାୟେଶା ସୈଗଲ | |
---|---|
ଜନ୍ମ | |
ବୃତ୍ତି | ଚଳଚ୍ଚିତ୍ର ଅଭିନେତ୍ରୀ |
ପିତାମାତା | ସୁମୀତ ସୈଗଲ ଶାହୀନା ବାନୁ |
ପରିବାର | ଦିଲୀପ କୁମାର (ଜେଜେ) ସାଇରା ବାନୁ (ଜେଜିମା) |
ୱେବସାଇଟ | sayyeshaa |
ପ୍ରାରମ୍ଭିକ ଜୀବନ
ସମ୍ପାଦନାସାୟେଶା ୧୨ ଅଗଷ୍ଟ ୧୯୯୭ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ସାୟେଶାଙ୍କ ବାପା ସୁମୀତ ସୈଗଲ ଜଣେ କଥାଚିତ୍ର ଅଭିନେତା ଏବଂ ମାଆ ଶାହୀନା ବାନୁ ମଧ୍ୟ କଥାଚିତ୍ର ଅଭିନେତ୍ରୀ । ସାୟେଶାଙ୍କର ଜେଜେ ହେଉଛନ୍ତି ବରିଷ୍ଠ ଅଭିନେତା ଦୀଲିପ କୁମାର ଏବଂ ଜେଜିମା ସାଇରା ବାନୁ ମଧ୍ୟ କଥାଚିତ୍ର ଅଭିନେତ୍ରୀ ।[୫] ସାୟେଶା ଛୋଟବେଳୁ ନୃତ୍ୟ ଶିକ୍ଷା କରିଥଲେ । କଳାକାର ପରିବାରରୁ ହୋଇଥିବାରୁ ତାଙ୍କୁ ଅଭିନୟର ଶିକ୍ଷା ନିଜ ଘରୁ ମିଳିଥିଲା ।
ଅଭିନୟ ଜୀବନ
ସମ୍ପାଦନା୨୦୧୫ରେ ସାୟେଶା ତେଲୁଗୁ କଥାଚିତ୍ର ଅଭିନେତା ଅକ୍କିନେନି ନାଗାର୍ଜୁନଙ୍କ ସାନ ପୁଅ ଅକ୍କିନେନି ଅଖିଳଙ୍କ ପ୍ରଥମ ଚଳଚ୍ଚିତ୍ର ଅଖିଳ ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ ତେଲୁଗୁ କଥାଚିତ୍ର ଅଭିନେତା ନିତୀନ । ଏହାପରେ ୨୦୧୬ରେ ସାୟେଶା ଅଭିନେତା ଅଜୟ ଦେବଗନଙ୍କ ସହ ହିନ୍ଦୀ କଥାଚିତ୍ର ଶିବାୟ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୬]
୨୦୧୭ ଜୁଲାଇରେ ସାୟେଶାଙ୍କର ପ୍ରଥମ ତାମିଲ ଚଳଚ୍ଚିତ୍ର ବନମଗାନ୍ ମୁକ୍ତିଲାଭ କରିବ ।[୭]
ଅଭିନୀତ କଥାଚିତ୍ର
ସମ୍ପାଦନା- ୨୦୧୫: ଅଖିଳ (ତେଲୁଗୁ)
- ୨୦୧୬: ଶିବାୟ (ହିନ୍ଦୀ)
- ୨୦୧୭: ବନମଗାନ୍ (ତାମିଲ)
- ୨୦୧୭: କରୁପ୍ପୁ ରାଜା ବେଲ୍ଲାଇ ରାଜା (ତାମିଲ)
ଆଧାର
ସମ୍ପାଦନା- ↑ Saigal, Sayyeshaa. "About Sayyeshaa". www.sayyeshaa.com (in ଇଂରାଜୀ). Archived from the original on 12 April 2017. Retrieved 6 May 2017.
- ↑ "‘I DIDN’T GET THIS FILM FOR MY FAMILY CONNECTIONS’"
- ↑ "Sayyeshaa goes on learning spree with Ajay Devgn starrer Shivaay"
- ↑ "Ajay Devgn's discovery Sayyeshaa is turning heads - Times of India". Retrieved 6 May 2017.
- ↑ "Saira Banu's grand niece Sayyeshaa –". Archived from the original on 2015-02-13. Retrieved 11 February 2015.
- ↑ "Sayesha Saigal to debut in Ajay Devgn's Shivay". 24 October 2014. Retrieved 6 May 2017.
- ↑ "sayesha saigal on Vanamagan". Archived from the original on 10 April 2017. Retrieved 6 May 2017.
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ସାୟେଶା ସୈଗଲ