ସାଲଖାନ ମୁର୍ମୁ

ଭାରତୀୟ ରାଜନୀତିଜ୍ଞ

ସାଲଖାନ ମୁର୍ମୁ (ଜନ୍ମ: ୨ ଜୁନ ୧୯୫୨) ଜଣେ ଓଡ଼ିଆ ରାଜନୀତିଜ୍ଞ । ସାଲଖାନ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ଭାରତୀୟ ସଂସଦର ତଳ ସଦନ ଲୋକ ସଭାରେ ସେ ଜଣେ ସାଂସଦ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ୧୯୯୮ ଓ ୧୯୯୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ମୟୂରଭଞ୍ଜ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ଶ୧୩ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ସେ ଝାଡ଼ଖଣ୍ଡ ଡିସୁମ୍ ପାର୍ଟିର ପ୍ରତିଷ୍ଠାତା ।[୨]

ସାଲଖାନ ମୁର୍ମୁ
ସାଂସଦ: ୧୨ଶ୧୩ଶ ଲୋକ ସଭା
କାର୍ଯ୍ୟକାଳ
୧୯୯୮ – ୨୦୦୪
ନିର୍ବାଚନ ମଣ୍ଡଳୀମୟୂରଭଞ୍ଜ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1952-06-02) ୨ ଜୁନ ୧୯୫୨ (ବୟସ ୭୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀସୁମିତ୍ରା ମୁର୍ମୁ
ବାପା/ବୋଉରାମରାୟ ମୁର୍ମୁ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ଶିକ୍ଷା ଓ ପରିବାର ସମ୍ପାଦନା

ସାଲଖାନ ମୁର୍ମୁ ୧୯୫୨ ମସିହାର ଜୁନ ମାସ ୨ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ରାମରାୟ ମୁର୍ମୁ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ବାଣିଜ୍ୟରେ ସ୍ନାତକୋତ୍ତର ।[୧] ତାଙ୍କ ପତ୍ନୀଙ୍କ ନାମ ସୁମିତ୍ରା ମୁର୍ମୁ ।[୧]

ରାଜନୈତିକ ଜୀବନ ସମ୍ପାଦନା

ସାଲଖାନ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଭାରତୀୟ ଲୋକ ସଭାରେ ଜଣେ ସାଂସଦ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "Shri Salkhan Murmu". odishaassembly.nic.in. Odisha Assembly. Retrieved 17 August 2019.
  2. JDP will merge with BJP, says Salkhan Murmu