ସାର୍କ କୋଭିଡ-୧୯ ଆପାତକାଳୀନ କୋଷ

ସାର୍କ କୋଭିଡ-୧୯ ଆପାତକାଳୀନ କୋଷ କରୋନାଭୂତାଣୁ ରୋଗ ୨୦୧୯ର ସାମ୍ଭାବ୍ୟ ମହାମାରୀ ସ୍ଥିତିର ମୁକାବିଲା ପାଇଁ ଗଠନ କରାଯାଇଛି ।[୧] ୨୦୨୦ ମସିହା ମାର୍ଚ୍ଚ ୧୫ ତାରିଖରେ ସାର୍କ (SAARC) ସଂଘ ଅନ୍ତର୍ଭୂକ୍ତ ଦେଶପ୍ରମୁଖଙ୍କ ସହ ଭିଡ଼ିଓ କନଫରେନସିଂ ସମୟରେ ଭାରତୀୟ ପ୍ରଧାନମନ୍ତ୍ରୀ ଏହି ଫଣ୍ଡ ଗଠନର ପ୍ରସ୍ତାବ ଦେଇଥିଲେ । ଦକ୍ଷିଣ ଏସୀୟ ରାଷ୍ଟ୍ରମାନଙ୍କର କରୋନା ମହାମାରୀ ସମ୍ପର୍କିତ ସଙ୍କଟ ପାଇଁ ଏହି କୋଷ ଉଦ୍ଧିଷ୍ଟ । ସାର୍କର ଅନ୍ୟାନ୍ୟ ସଦସ୍ୟମାନେ ମଧ୍ୟ ଏହି ପ୍ରସ୍ତାବରେ ସହମତି ପ୍ରକାଶ କରିଥିଲେ ।[୨]

ସହଭାଗିତା ସମ୍ପାଦନା

ଭାରତ ପ୍ରାରମ୍ଭିକ ଭାବେ ୧ କୋଟି ଡ଼ଲାର ଏହି କୋଷକୁ ଦାନ କରିଥିଲା । ଭାରତୀୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ସଦସ୍ୟ ରାଷ୍ଟ୍ରଙ୍କ ଏଥିରେ ଯୋଗଦାନ ସ୍ୱତଃପ୍ରବୃତ୍ତ ହେବା ଉଚିତ ।[୩] ୨୦୨୦ ମସିହା ଅପ୍ରେଲ ୧୦ ତାରିଖ ସୁଦ୍ଧା ସାତୋଟି ସଦସ୍ୟ ରାଷ୍ଟ୍ମାନଙ୍କଦ୍ୱାରା ଏଥିରେ ୨.୧୮ କୋଟି ଡ଼ଲାର ସଂଗୃହୀତ ହୋଇସାରିଥିଲା ।[୪]

ମାର୍ଚ୍ଚ ୨୧ ତାରିଖରେ ମାଳଦ୍ୱୀପ ୨ ଲକ୍ଷ ଡ଼ଲାର ଏବଂ ଭୁଟାନ ୧ଲକ୍ଷ ଡ଼ଲାର ଦାନ କରିବାର ଘୋଷଣା କରିଥିଲା ।[୫][୬] ମାର୍ଚ୍ଚ ୨୨ ତାରିଖରେ ବାଂଲାଦେଶ ୧୫ ଲକ୍ଷ ଡ଼ଲାର, ନେପାଳ ଏବଂ ଆଫଗାନିସ୍ତାନ ପ୍ରତ୍ୟେକ ୧୦ ଲକ୍ଷ ଡ଼ଲାର ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।[୭] ମାର୍ଚ୍ଚ ୨୩ ତାରିଖରେ ଶ୍ରୀଲଙ୍କା ୫୦ ଲକ୍ଷ ଡ଼ଲାର ଦେବାର ଘୋଷଣା କରିଥିଲା ।[୮] ପାକିସ୍ଥାନ ମଧ୍ୟ ଅପ୍ରେଲ ୩୦ ଲକ୍ଷ ଡ଼ଲାର ସହାୟତା ଘୋଷଣା କରିଥିଲା ।[୯]

ସହାୟତା ରାଶିର ବିବରଣୀ
ଦେଶ ନିୟୁତ ୟୁ.ଏସ ଡ଼ଲାରରେ
  ଭାରତ ୧୦
  ଶ୍ରୀଲଙ୍କା
  ପାକିସ୍ଥାନ
  ବାଂଲାଦେଶ ୧.୫
  ନେପାଳ
  ଆଫଗାନିସ୍ତାନ
ଛାଞ୍ଚ:Country data MDV ମାଳଦ୍ୱୀପ ୦.୨
ଛାଞ୍ଚ:Country data BHU ଭୁଟାନ ୦.୧
ସମୂଳ ୨୧୮

ଆଧାର ସମ୍ପାଦନା

  1. "ମୋଦିଙ୍କଦ୍ୱାରା ସାର୍କ କୋଭିଡ-୧୯ ଆପାତକାଳୀନ ଫଣ୍ଡ ଗଠନର ପ୍ରସ୍ତାବ".
  2. "ଅନ୍ୟ ସାର୍କ ରାଷ୍ଟ୍ରମାନଙ୍କର ସହଭାଗିତା ପାଇଁ ଭାରତର ଅଭିନନ୍ଦନ".
  3. "ଭାରତର ସାର୍କ କୋଭିଡ-୧୯ ଆପାତକାଳୀନ କୋଷକୁ ୧ କୋଟି ଡ଼ଲାରର ସହଯୋଗ".
  4. "ସାର୍କ ରାଷ୍ଟ୍ରସମୂହଙ୍କ ମିଳିତ ପାଣ୍ଠିରେ ୨.୧୮ କୋଟି ଡ଼ଲାର ସଂଗୃହୀତ".
  5. "ମାଳଦ୍ୱୀପର ୨ ଲକ୍ଷ ଡ଼ଲାର ଯୋଗଦାନ".
  6. "ମାଳଦ୍ୱୀପ, ଭୁଟାନ, ନେପାଳକୁ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା".
  7. "ବାଂଲାଦେଶ, ନେପାଳ ଏବଂ ଆଫଗାନିସ୍ତାନଙ୍କ ଯୋଗଦାନ".
  8. "ଶ୍ରୀଲଙ୍କାର ୫୦ ଲକ୍ଷ ଡ଼ଲାର ଯୋଗଦାନ".
  9. "ପାକିସ୍ଥାନର ୩୦ ଲକ୍ଷ ଡ଼ଲାର ଯୋଗଦାନ".