ସାପ୍ରୋପ୍ଟେରିନ

ଏହା ଏକ ଔଷଧ ଯାହା ଫିନାଇଲକିଟୋନୁରିଆ କିମ୍ବା ଟେଟ୍ରାହାଇଡ୍ରୋବିଓପେରିନ ଅଭାବ ଥିବା ରୋଗମାନଙ୍କର ଚିକିତ୍ସା ପ

ସାପ୍ରୋପ୍ଟେରିନ, ଯାହାକୁ ଟେଟ୍ରାହାଇଡ୍ରୋବାୟୋପ୍ଟେରିନ (BH4, THB ) ମଧ୍ୟ କୁହାଯାଏ, ଏକ ଔଷଧ ଯାହା ଫିନାଇଲକିଟୋନୁରିଆ କିମ୍ବା ଟେଟ୍ରାହାଇଡ୍ରୋବିଓପେରିନ ଅଭାବ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] [୩] ଏହା ଖାଦ୍ୟପେୟ ପରିବର୍ତ୍ତନ ସହିତ ଏକତ୍ର ଏହି ଔଷଧ ବ୍ୟବହୃତ ହୁଏ ।[୨] ପ୍ରଥମ ମାସରେ ଏହା ପ୍ରଭାବଶାଳୀ କି ନୁହେଁ ତାହା ଜାଣିବା ପାଇଁ ରକ୍ତରେ ଫିନାଇଲଆଲାନିନ ସ୍ତର ମାପ କରାଯାଏ ।[୨] ଏହା ପାଟିରେ ଦିଆଯାଏ ।[୨]

Sapropterin
Clinical data
Trade namesKuvan, Biopten, other
SynonymsTetrahydrobiopterin
AHFS/Drugs.commonograph
MedlinePlusa608020
data
Pregnancy
category
Routes of
administration
By mouth
Legal status
Legal status
Pharmacokinetic data
Elimination half-life4 hours (healthy adults)
6–7 hours (PKU patients)
Duration of action24 hours[୨]
Identifiers
  • (6R)-2-Amino-6-[(1R,2S)-1,2-dihydroxypropyl]-5,6,7,8-tetrahydropteridin-4(1H)-one
ECHA InfoCard100.164.121 Edit this at Wikidata
Chemical and physical data
FormulaC9H15N5O3
Molar mass୨୪୧.୨୫ g·mol−1
3D model (JSmol)
  • CC(C(C1CNC2=C(N1)C(=O)N=C(N2)N)O)O
  • InChI=1S/C9H15N5O3/c1-3(15)6(16)4-2-11-7-5(12-4)8(17)14-9(10)13-7/h3-4,6,12,15-16H,2H2,1H3,(H4,10,11,13,14,17)/t3-,4+,6-/m0/s1 checkY
  • Key:FNKQXYHWGSIFBK-RPDRRWSUSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା ଏବଂ ନାକରୁ ତରଳ ପଦାର୍ଥ ପ୍ରବାହିତ ହୁଏ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍‌ସିସ, ପାକସ୍ଥଳୀ ପ୍ରଦାହ ଏବଂ ହାଇପରଆକ୍ଟିଭିଟି ହୋଇପାରେ।[୨] ଗର୍ଭାବସ୍ଥାରେ ବ୍ୟବହାରକୁ ବିଚାର କରାଯାଇପାରେ ଯଦି କେବଳ ଫିନାଇଲଆଲାନିନ ସ୍ତରକୁ ଉପ‌ଯୁକ୍ତ ଖାଦ୍ୟ ନିୟନ୍ତ୍ରଣ କରିପାରେ ନାହିଁ ।[୪] ଏହା ଏକ କୋଫାକ୍ଟର ଯାହା ଫେନିଲାଲାନାଇନ୍ ହାଇଡ୍ରୋକ୍ସିଲେଜ୍ (PAH)ର କାର୍ଯ୍ୟକଳାପକୁ ଉନ୍ନତ କରିଥାଏ, ଯାହା ଫଳରେ ଫିନାଇଲଆଲାନିନ ଭାଙ୍ଗିଯାଏ ।[୨]

୨୦୦୭ ମସିହାରେ ଆମେରିକାରେ,[୨] ୨୦୦୮ରେ ୟୁରୋପରେ [୩] ଏବଂ ୨୦୧୦ରେ କାନାଡାରେ ଚିକିତ୍ସା ପାଇଁ ସାପ୍ରୋପ୍ଟେରିନ ଅନୁମୋଦିତ ହୋଇଥିଲା ।[୫] ୨୦୧୭ ମସିହାରେ ୬୮କିଲୋଗ୍ରାମ ବିଶିଷ୍ଟ ବ୍ୟକ୍ତିଙ୍କ ପାଇଁ କାନାଡ଼ାରେ ବର୍ଷକୁ ପ୍ରାୟ ୪୮,୦୦୦ରୁ ୧୬୮,୦୦୦ କାନାଡ଼ା ଡଲାର ଖର୍ଚ୍ଚ ହୋଇଥାଏ ।[୬] ଯୁକ୍ତରାଷ୍ଟ୍ରରେ ଏହାର ବାର୍ଷିକ ଖର୍ଚ୍ଚ ୩୮,୦୦୦ରୁ ୧୫୨,୦୦୦ ଡଲାର ଥିବାବେଳେ ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହି ବାବଦ ଖର୍ଚ୍ଚ ପ୍ରାୟ ୨୫,୦୦୦ରୁ, ୧୦୦,୦୦୦ ପାଉଣ୍ଡ ଅଟେ ।[୭] [୮] ଏହା କୁଭାନ୍ ଏବଂ ବାୟୋପ୍ଟେନ ନାମରେ ବିକ୍ରି ହୁଏ । [୯]

ଆଧାର ସମ୍ପାଦନା

  1. ୧.୦ ୧.୧ "Sapropterin (Kuvan) Use During Pregnancy". Drugs.com. 17 May 2019. Archived from the original on 29 October 2020. Retrieved 4 March 2020.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Sapropterin Monograph for Professionals". Drugs.com (in ଇଂରାଜୀ). Archived from the original on 29 August 2021. Retrieved 10 October 2021.
  3. ୩.୦ ୩.୧ ୩.୨ "Kuvan". Archived from the original on 14 August 2020. Retrieved 10 October 2021.
  4. "Sapropterin (Kuvan) Use During Pregnancy". Drugs.com (in ଇଂରାଜୀ). Archived from the original on 29 October 2020. Retrieved 10 October 2021.
  5. Patient Group Input Submissions: sapropterin dihydrochloride (Kuvan) for Phenylketonuria (PKU). Canadian Agency for Drugs and Technologies in Health. 2017. Archived from the original on 12 October 2021. Retrieved 10 October 2021.
  6. "Sapropterin dihydrochloride (Kuvan)" (PDF). CADTH. September 2017. Archived (PDF) from the original on 11 February 2020. Retrieved 10 October 2021.
  7. "Sapropterin Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 29 August 2021. Retrieved 10 October 2021.
  8. BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1139. ISBN 978-0-85711-369-6.{{cite book}}: CS1 maint: date format (link)
  9. "Australian Public Assessment Report for Sapropterin dihydrochloride" (PDF). Archived (PDF) from the original on 12 October 2021. Retrieved 10 October 2021.