ସାନକ୍ରଏଡ

ସାନକ୍ରଏଡ (ଇଂରାଜୀ ଭାଷାରେ Chancroid) ଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହ ମଧ୍ୟରୁ ଏକ ପ୍ରକାର ସଂକ୍ରମଣ ଯେଉଁଥିରେ ଲିଙ

ସାନକ୍ରଏଡ (ଇଂରାଜୀ ଭାଷାରେ Chancroid) ଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହ ମଧ୍ୟରୁ ଏକ ପ୍ରକାର ସଂକ୍ରମଣ ଯେଉଁଥିରେ ଲିଙ୍ଗରେ ଯନ୍ତ୍ରଣାଦାୟକ ଘାଆ ବା ଅଲସର ହୁଏ ଓ ଊରୁସନ୍ଧିରେ ଥିବା ଲସିକା ଗ୍ରନ୍ତି ବଢ଼ିଯାଏ ।[୩] [୪] ଅଲସର ସାଧାରଣତ ୧ରୁ ୨ ସେମି ଆକାରରେ ଥାଏ | [୪] ଲସିକା ଗ୍ରନ୍ତ୍ରିଗୁଡ଼ିକ ଅଧିକ ବଢ଼ିଗଲେ ଫାଟିଯାଏ | [୪] ସଂସ୍ପର୍ଶରେ ଆସିବାର ୪ରୁ ୧୦ ଦିନ ପରେ ରୋଗ ଆରମ୍ଭ ହୁଏ | [୪] [[

Chancroid
Soft chancre,[୧] Ulcus molle[୨]
A chancroid lesion on penis
ଉଚ୍ଚାରଣ
ବିଭାଗInfectious disease
ଲକ୍ଷଣGenital ulcers,d large lymph nodes in the groin[୩][୪]
ଆକ୍ରାନ୍ତ ସମୟ4 to 10 days after exposure[୪]
ଅବଧି2 weeks with treatment[୪]
କାରଣHaemophilus ducreyi spread by sex[୩]
ବିପଦ କାରକUncircumcised[୪]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms[୪]
ସଠିକ ରୋଗ ନିର୍ଣ୍ଣୟSyphilis, herpes, granuloma inguinale, lymphogranuloma venereum[୪]
ଚିକିତ୍ସାAntibiotics (azithromycin or ceftriaxone)[୪]
PrognosisGood[୪]
ପୁନଃପୌନିକRare[୪]

ହେମୋଫାଇଲସ ଡୁକ୍ରେ ନାମକ ଏକ ପ୍ରକାର ଜୀବାଣୁଦ୍ୱାରା ଏହି ରୋଗ ସୃଷ୍ଟ ଓ ସଞ୍ଚାରିତ ହୁଏ | [୩] ଯୌନ ସମ୍ପର୍କ ରଖୁଥିବା ଲୋକଙ୍କ ମଧ୍ୟରେ ଏହା ବ୍ୟାପିବାର ବିପଦ ପ୍ରାୟ ୩୫% ରହିଥାଏ । [୪] ସୁନତ୍ ନ ହୋଇଥିବା ଲୋକଙ୍କ ମଧ୍ୟରେ ଅଧିକ ବିସ୍ତାର ହୁଏ | [୪] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଏ ଓ ବିଶେଷ ଧରଣର କଲଚର ବା ପିସିଆର କରି ରୋଗ ନିଶ୍ଚିତ କରାଯାଏ । [୪]

ଆଜିଥ୍ରୋମାଇସିନ୍ କିମ୍ବା ସେଫଟ୍ରାଇଆକ୍ସୋନ ଭଳି ଆଣ୍ଟିବାୟୋଟିକ ଦେଇ ଏହାର ଚିକିତ୍ସା କରାଯାଏ | [୪] ଚିକିତ୍ସା ଆରମ୍ଭ କରିବାର ୨ ସପ୍ତାହ ମଧ୍ୟରେ ଉନ୍ନତି ହୁଏ ।[୪] ତରଳ ପଦାର୍ଥ ଭରିଥିବା ଲସିକା ଗ୍ରନ୍ଥିଗୁଡ଼ିକୁ ଛେଦନ କରି ନିଷ୍କାସନ କରାଯାଏ ।[୪] ଯୌନ ସହଭାଗୀମାନଙ୍କୁ ମଧ୍ୟ ଚିକିତ୍ସା କରାଯିବା ଉଚିତ୍। [୪] ଚିକିତ୍ସା ବିନା ଅଲସର ସାଧାରଣତଃ ୧ରୁ ୩ ମାସ ମଧ୍ୟରେ ଭଲ ହୋଇଯାଏ। [୪]

ସାନକ୍ରଏଡ ଏକ ବିରଳ ରୋଗ ଅଟେ | [୪] ଯୁକ୍ତରାଷ୍ଟ୍ରରେ ବର୍ଷକୁ ୨୦ରୁ କମ୍ ରୋଗ ନିର୍ଣ୍ଣୟ କରାଯାଏ। [୩] ୨୦ରୁ ୩୦ ବର୍ଷ ବୟସ୍କ ଲୋକମାନେ ସାଧାରଣତଃ ପ୍ରଭାବିତ ହୁଅନ୍ତି | [୪] ଯୌନ କର୍ମୀମାନଙ୍କ ମଧ୍ୟରେ ଏହା ଅଧିକ ହୁଏ | [୪] ପ୍ରାଚୀନ ଗ୍ରୀକ୍ ସମୟରୁ ଏହା ଭଳି ଲକ୍ଷଣ ଥିବା ଅନ୍ୟ ରୋଗର ବର୍ଣ୍ଣନା କରାଯାଇଥିଲା ଯାହା ୧୮୦୦ ଦଶକ ମଧ୍ୟ ଭାଗରେ ସିଫିଲିସ୍ ରୋଗ ବୋଲି ନିର୍ଣ୍ଣୟ କରାଗଲା ଓ ଏହା ଏକ ଭିନ୍ନ ରୋଗ ହୋଇଥିବା ଜଣାଗଲା । [୫]

ଆଧାର ସମ୍ପାଦନା

  1. James, William D.; Berger, Timothy G.; et al. (2006). Andrews' Diseases of the Skin: clinical Dermatology. Saunders Elsevier. p. 274. ISBN 978-0-7216-2921-6.
  2. Rapini, Ronald P.; Bolognia, Jean L.; Jorizzo, Joseph L. (2007). Dermatology: 2-Volume Set. St. Louis: Mosby. ISBN 978-1-4160-2999-1.
  3. ୩.୦ ୩.୧ ୩.୨ ୩.୩ ୩.୪ "Other Sexually Transmitted Diseases - 2018 Sexually Transmitted Diseases Surveillance". www.cdc.gov (in ଆମେରିକୀୟ ଇଂରାଜୀ). 2021-04-14. Retrieved 24 May 2021.
  4. ୪.୦୦ ୪.୦୧ ୪.୦୨ ୪.୦୩ ୪.୦୪ ୪.୦୫ ୪.୦୬ ୪.୦୭ ୪.୦୮ ୪.୦୯ ୪.୧୦ ୪.୧୧ ୪.୧୨ ୪.୧୩ ୪.୧୪ ୪.୧୫ ୪.୧୬ ୪.୧୭ ୪.୧୮ ୪.୧୯ ୪.୨୦ ୪.୨୧ ୪.୨୨ ୪.୨୩ Irizarry, L; Velasquez, J; Wray, AA (January 2021). "Chancroid". PMID 30020703. {{cite journal}}: Cite journal requires |journal= (help)
  5. Sexually Transmitted Diseases in Women (in ଇଂରାଜୀ). Lippincott Williams & Wilkins. 2003. p. 79. ISBN 978-0-397-51303-1. Retrieved 24 May 2021.