ସାଦିକା ପାରଭିନ ପପି

ବଙ୍ଗଳାଦେଶର ଅଭିନେତ୍ରୀ

ସାଦିକା ପାରଭିନ ପପି (ଜନ୍ମ: ୧୦ ସେପ୍ଟେମ୍ବର ୧୯୭୯) ଜଣେ ବଙ୍ଗଳାଦେଶି ଅଭିନେତ୍ରୀ, ଯିଏକି ବଙ୍ଗଳାଦେଶରେ ପପି ନାମରେ ପରିଚିତ । ସେ ମୁଖ୍ୟତଃ ବଙ୍ଗଳାଦେଶୀ କଥାଚିତ୍ରରେ ଅଭିନୟ କରନ୍ତି ।[୨] ୧୯୯୭ ମସିହାରେ ସେ ବଙ୍ଗଳଦେଶୀ କଥାଚିତ୍ର ଜଗତରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲେ କୁଲି । କଥାଚିତ୍ରରେ ଅଭିନୟ କରିବା ସହିତ ସେ କିଛି ଦୂରଦର୍ଶନ ଧାରାବାହିକ ଓ ୱେବ୍‌ ସିରିଜ୍ ଆଦିରେ ଅଭିନୟ କରିଛନ୍ତି । କାରାଗାର (୨୦୦୩), ମେଘେର୍ କୋଲି ରୋଡ୍ (୨୦୦୮) ଏବଂ ଗଙ୍ଗାଯାତ୍ରା (୨୦୦୯) ଭଳି କଥାଚିତ୍ର ପାଇଁ ସେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ତିନିଥର ବଙ୍ଗଳାଦେଶୀ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି ।[୩][୪]

ସାଦିକା ପାରଭିନ ପପି
পপি
ଜନ୍ମ
ସାଦିକା ପାରଭିନ ପପି

(1979-09-10) ୧୦ ସେପ୍ଟେମ୍ବର ୧୯୭୯ (ବୟସ ୪୪) [୧]
ବୃତ୍ତି(ସମୂହ)ଅଭିନେତ୍ରୀ, ମଡେଲ୍
ସକ୍ରିୟ ବର୍ଷ୧୯୯୭–ଏବେଯାଏଁ
ପୁରସ୍କାରଲିଷ୍ଟ

ପ୍ରାରମ୍ଭିକ ଜୀବନ ସମ୍ପାଦନା

ପପି ହେଉଛନ୍ତି ବଙ୍ଗଳାଦେଶର ୩ୟ ସର୍ବବୃହତ ସହର ଖୁଲନାଠାରେ ୧୯୭୯ ମସିହାର ସେପ୍ଟେମ୍ବର ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୫] ସେ ଖୁଲନାର ଗୋବର ଚକାସ୍ଥିତ ଜାତୀୟ ବାଳିକା ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ ।[୬]

ଅଭିନୟ ଜୀବନ ସମ୍ପାଦନା

ପପି ୧୯୯୫ ମସିହାରେ ରଙ୍ଗୀନ ଦୁନିଆରେ କାମ କରିବା ଆରମ୍ଭ କରିଥିଲେ । ସେ ଲକ୍ସ ଆନନ୍ଦ ବିଚିତ୍ର ନାମକ ଏକ କାର୍ଯ୍ୟକ୍ରମରେ ପ୍ରଥମେ ଅଂଶଗ୍ରହଣ କରିଥିଲେ ।[୭]

ସେ ୧୯୯୭ ମସିହାରେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିହତିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା କୁଲି, ଯେଉଁଥିରେ ସେ ଓମାର ସନିଙ୍କ ବିପକ୍ଷରେ ନାୟିକା ଭାବରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ମନ୍ତଜୁର ରହମାନ ଆକବର ।[୭]

ସେ ନାୟକ ନାମକ ଏକ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଥିଲେ, ଯାହାର ନିର୍ଦ୍ଦେଶନା ଦେଇଥିଲେ ଶହିଦୁଲ୍ ଇସଲାମ ଖାନ୍ ।[୭]

୨୦୧୯ ମସିହାରେ ସେ ୱେବ୍ ସିରିଜ୍‌ରେ ପ୍ରଥମ କରି ଅଭିନୟ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ସିରିଜ୍ ଥିଲା ଗାର୍ଡେନ୍ ଗେମ୍, ଯାହାକି ବାଇସ୍କୋପ୍ ନାମକ ଏକ ବଙ୍ଗଳାଦେଶୀ ଓଟିଟି ଆପ୍‌ରେ ମୁକ୍ତିଲାଭ କରିଥିଲା । ୨୦୨୦ ମସିହାରେ ସେ ଅନ୍ୟ ଏକ ୱେବ୍ ସିରିଜ୍ ଇନ୍ଦୁବାଳାରେ ଅଭିନୟ କରିଥିଲେ ।[୮][୯]

ଅଭିନୀତ କଥାଚିତ୍ର ସମ୍ପାଦନା

ବର୍ଷ କଥାଚିତ୍ର ନିର୍ଦ୍ଦେଶକ ଭୂମିକ ମନ୍ତବ୍ୟ
୧୯୯୭ କୁଲି ମନ୍ତଜୁର ରହମାନ ଆକବର ପ୍ରଥମ କଥାଚିତ୍ର
ଆମର ଘର ଆମର ବେହେସ୍ତ ମୁକ୍ତିଲାଭ କରିଥିବା ପ୍ରଥମ କଥାଚିତ୍ର
୧୯୯୮ ବିଦ୍ରୋହ ଚରିଡିକେ ମହମ୍ମଦ ହନ୍ନା ମୋଶଲ
୧୯୯୯ କେ ଆମାର୍ ବାବା ମନ୍ତଜୁର ରହମାନ ଆକବର [୧୦]
୨୦୦୦ ଦୁଜୋନ ଦୁଜୋନର୍ ଅବୁ ସାୟେଦ୍ ଖାନ୍
୨୦୦୧ ବର୍ଷା ବାଦଲ
୨୦୦୨ ଖେପା ବସୁ କୋମଳ ସରକାର
ଓଡେର୍ ଧୋର୍ ବାବୁଲ ରାଜା ରିୟା
ବିଶୋ ବାପତାର ବାଦଲ ଖୋନ୍ଦକର
୨୦୦୩ କାରାଗାର କଲାମ କୈସର ଫିର୍ଦ୍ଦୋଶଙ୍କ ସହ ପ୍ରଥମ କଥାଚିତ୍ର
ଖୋମତାର ଦପୋଟ ଏଜେ ରଣା
୨୦୦୪ ବସ୍ତିର ରାଣୀ ସୁରିୟା ମନ୍ତଜୁର ରହମାନ ଆକବର
୨୦୦୫ ବିଷାକ୍ତ ଛକ: ଦ ବ୍ଲୁ ଆଇ ରୁବେଲ୍
ସିଟି ଟେରର୍ ରହିମ
ପ୍ରେମ କରେଚି ବେଶ କରେଚି ବାଦଲ ଖୋନ୍ଦକର
୨୦୦୬ ବିଦ୍ରୋହୀ ପଦ୍ମ ବାଦଲ ଖୋନ୍ଦକର ସୁଧା
୨୦୦୭ ଝଣ୍ଟୁ ମଣ୍ଟୁ ଦୁଇ ଭାଇ ଆଜମଲ୍ ହୁଡୁ ମିଠୁ
ରାଣୀ କୁଟୀର ବାକି ଇତିହାସ ସମିଆ ଜମାନ୍ ମୋମୋ [୧୧]
୨୦୦୮ ମେଘେର କୋଲି ରୋଡ୍ ନର୍ଗିସ୍ ଅଖତେର୍ ରୋଦେଲା [୧୨]
କୁ ଯାଦୁ କରିଲା ଚନ୍ଦନ ଚୌଧୁରୀ ଝିନୁକ
୨୦୦୯ ଗଙ୍ଗାଯାତ୍ର ସୁଧା
୨୦୧୨ ଗାର୍ମେଣ୍ଟସ୍ କନ୍ନା ଜି ସରକାର
୨୦୧୪ ଚାର ଓଖେରେର୍ ଭଲୋବାସା ମହମ୍ମଦ ଜାକିର ଖାନ୍ [୧୩]

Web Series ସମ୍ପାଦନା

Year Title OTT Character Director Notes
2019 Garden Game Bioscope Brita Towhid Mitul
2020 Indubala Anonno Mamun

ପୁରସ୍କାର ସମ୍ପାଦନା

ବର୍ଷ ପୁରସ୍କାର ବର୍ଗ ଚଳଚ୍ଚିତ୍ର ଫଳାଫଳ
୨୦୦୩ ବଙ୍ଗଳାଦେଶୀ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଶ୍ରେଷ୍ଠ ଅଭିନେତ୍ରୀ କାରାଗାର ବିଜୟୀ
୨୦୦୮ ବଙ୍ଗଳାଦେଶୀ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଶ୍ରେଷ୍ଠ ଅଭିନେତ୍ରୀ ମେଘର କୋଲି ରୋଡ୍ ବିଜୟୀ
୨୦୦୮ ବଙ୍ଗଳାଦେଶୀ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଶ୍ରେଷ୍ଠ ଅଭିନେତ୍ରୀ ଗଙ୍ଗାଯାତ୍ରା ବିଜୟୀ[୧୪]

ଆଧାର ସମ୍ପାଦନା

  1. হ্যাপি বার্থডে পপি - entertainment. natunbarta.com (in Bengali). Archived from the original on 2018-04-26.
  2. "Flashes of Flamboyance - Popy". The Daily Star (in ଇଂରାଜୀ). 2018-02-03. Retrieved 2019-05-10.
  3. নতুন বছরে পপি. Janakantha (in Bengali). 2015-01-08. Retrieved 2019-05-10.
  4. "National Film Award winners' reactions". The Daily Star (in ଇଂରାଜୀ). 2010-04-12. Retrieved 2019-05-10.
  5. "Amin Khan, Popy reunite onscreen". The Daily Star (in ଇଂରାଜୀ). 2018-03-23. Retrieved 2019-05-10.
  6. "The many firsts of POPY". The Daily Star (in ଇଂରାଜୀ). 2014-08-07. Retrieved 2019-05-10.
  7. ୭.୦ ୭.୧ ୭.୨ "A stepping stone to Stardom". The Daily Star. 2005-06-15. Archived from the original on 2018-07-29. Retrieved 2019-05-10.
  8. "Poppy in the 'Garden'". The Daily Star (in ଇଂରାଜୀ). 2019-05-10. Retrieved 2019-05-10.
  9. "The Busy Life of Popy". The Daily Star (in ଇଂରାଜୀ). 2018-12-01. Retrieved 2019-05-10.
  10. "Popy's New Avatar". The Daily Star (in ଇଂରାଜୀ). 2017-07-15. Retrieved 2019-05-10.
  11. "Rani Kuthir Baki Itihash: Samia Zaman on her debut film". The Daily Star. 2005-06-18. Archived from the original on 2016-03-04. Retrieved 2019-05-10.
  12. "Tony Dias making his big screen debut". The Daily Star (in ଇଂରାଜୀ). 2008-07-26. Retrieved 2019-05-10.
  13. "Char Akkharer Bhalobasa made for girls". The Daily Star (in ଇଂରାଜୀ). 2014-12-04. Retrieved 2019-05-10.
  14. জাতীয় চলচ্চিত্র পুরস্কার প্রাপ্তদের নামের তালিকা (১৯৭৫-২০১২) [List of the winners of National Film Awards (1975-2012)]. Government of Bangladesh (in Bengali). Bangladesh Film Development Corporation. Archived from the original on 23 December 2018. Retrieved 25 March 2019.

ବାହାର ଆଧାର ସମ୍ପାଦନା