[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ସାଙ୍ଗାନେର
ସହର
CountryIndia
StateRajasthan
DistrictJaipur
Languages
 • OfficialHindi
Time zoneUTC+5:30 (IST)
PIN
302029
Nearest cityJaipur
ClimateHot and dry (Köppen)


ସାଙ୍ଗାନେର , ଭାରତୀୟ ରାଜ୍ୟ ରାଜସ୍ଥାନର ଦକ୍ଷିଣ ଜୁ 16 କିଲୋମିଟର  ଠାରେ ଏକ ସହର । ଏହା ବସ୍ତ୍ର ଛପେଇ କାର୍ଯ୍ୟ ଓ ହସ୍ତ ନିର୍ମିତ କାଗଜ ଶିଳ୍ପ ତଥା ଜୈନ ମନ୍ଦିର ପାଇଁ ବିଖ୍ୟାତ । ଧଳା କଣା ଉପରେ ଉଜ୍ଜଳ ରଙ୍ଗ ଓ ଡିଜାଇନରେ ପ୍ରିଣ୍ଟ ହେଇଥିବା ସାଙ୍ଗାନେର ବସ୍ତ୍ର ଭାରତର ଅନେକ ଅଞ୍ଚଳରେ ବହୁ ଆଦୃତ । ଏହି ହସ୍ତ ଚଳିତ ପ୍ରିଣ୍ଟ ପ୍ରଣାଳୀ ଭୌଗୋଳିକ ସୂଚକ  ( GI)ଦ୍ୱାରା 2010 [୧]ରେ ମାନ୍ୟତା ପାଇଥିଲା । 

ହସ୍ତ ନିର୍ମିତ କାଗଜ ଶିଳ୍ପର ଇତିହାସ ଅତି ପ୍ରାଚୀନ । 1728 ମସିହାରେ ତତ୍କାଳୀନ ମହାରାଜା ସୱାଇ ଜୟା ସିଂହ IIଙ୍କ ଯୋଜନା ଅନୁସାରେ ସାଙ୍ଗାନେରଠାରେ 10ଟି ହସ୍ତ ନିର୍ମିତ କାଗଜ ଶିଳ୍ପ ସ୍ଥାପନ ହେଇଥିଲା । 

ସାଙ୍ଗାନେର ନିକଟରେ ପ୍ରତାପ ନଗର ନ୍ମକ ଏକ ବାସଗୃହ ପ୍ରକଳ୍ପ ରହିଛି , ଯାହା ରାଜସ୍ଥାନର ସର୍ବ ବୃହତ ବାସ ଗୃହ ପ୍ରକଳ୍ପ । ନିକଟସ୍ଥ ସୀତାପୁରଠାରେ ବାଣିଜ୍ୟିକ ରପ୍ତାନି ପାଇଁ ମଧ୍ୟ ପାର୍କ ରହିଛି ।


ଅବସ୍ଥିତି  ସମ୍ପାଦନା

 ଏହାର ନିକଟସ୍ଥ ବିମାନ ବନ୍ଦର ଜୟପୁର ହେଇଥିବା ବେଳେ ଏଠାରେ ଚରଣ ସିଂହ ଜାତୀୟ କୃଷି ବିପଣନା ପ୍ରତିଷ୍ଠାନ ( NIAM) ଓ ଭାରତୀୟ ଶ୍ୱାସ୍ୟ ପରିଚାଳନା ଓ ଗବେଷଣା ପ୍ରତିଷ୍ଠାନ ( IIHMR) ରହିଛି । .

ମୁଖ୍ୟ ଦର୍ଶନୀୟ ସ୍ଥଳ  ସମ୍ପାଦନା

 
ଶ୍ରୀ ଦିଗମ୍ବର ଜୈନ ମନ୍ଦିର , ସଙ୍ଘିଜି

ଏହି ସହର ଜୈନ ଧର୍ମାବଲମ୍ବିଙ୍କ ପାଇଁ ଏକ ମୁଖ୍ୟ ତୀର୍ଥ । ଏଠାରେ ଏକାଧିକ ପ୍ରାଚୀନ ଜୈନ ମନ୍ଦିର ରହିଛି । ଏଠାରେ ଥିବା ଶ୍ରୀ ଦିଗମ୍ବର ଜୈନ ମନ୍ଦିରରେ ଭଗବାନ ଆଦିନାଥଙ୍କ ଉପାସନା ହୁଏ । ମାଉଣ୍ଟ ଅବୁଠାରେ ଥିବା ଡିଲବାର ମନ୍ଦିର ଶୈଳୀରେ ଏଠାରେ ଥିବା ଜୈନ ମନ୍ଦିରରେ କରୁକାର୍ଜ୍ୟ ରହିଛି ।ଏହା 4000 ବର୍ଷ ପୁରାତନ । [୨]ମନ୍ଦିର ମାନଙ୍କରେ ଅନନ୍ୟ ଶୈଳୀର ଶିକ୍ଷାର ସବୁ ରହିଥାଏ । ମନ୍ଦିରରେ ଭୂତଳରେ ମଧ୍ୟ କୋଠରିମାନେ ରହିଥାଏ ।  

 [by whom?]

ଆଧାର  ସମ୍ପାଦନା

  1. "Registered Geographical Indications (GI)" (PDF).
  2. "ଆର୍କାଇଭ୍ କପି". Archived from the original on 19 ଜୁଲାଇ 2009. Retrieved 13 ନଭେମ୍ବର 2016. {{cite web}}: Cite has empty unknown parameter: |1= (help)