ସାଗର ଦାସ
ସାଗର ଦାସ, (୧୯୪୦ - ୨୦୧୭; ସାଗର ଦାସ ଭାବରେ ଜଣା) ଜଣେ ଓଡ଼ିଆ କଥାଚିତ୍ର ଜଗତର ହାସ୍ୟ ଅଭିନେତା ଥିଲେ ।[୨] ସେ ୧୯୬୮ ମସିହାରେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଅଦିନ ମେଘ, ଭାଇ ଭାଉଜ, କିଏ କାହାର ଆଦି କଥାଚିତ୍ରରେ ଅଭିନୟ କରିଥିଲେ । ତାଙ୍କ ଅଭିନୀତ ଶେଷ ଓଡ଼ିଆ କଥାଚିତ୍ର ଥିଲା ପଞ୍ଚୁ ପାଣ୍ଡବ ।[୨] ସେ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା "ସଙ୍ଗ ଆଣ୍ଡ ଡ୍ୟାନ୍ସ"ରେ ଜଣେ ଅଭିନେତା ଭାବରେ ଚାକିରି କରି ୨୦୦୦ମସିହାରେ ଅବସର ନେଇଥିଲେ ।[୨]
ସାଗର କୁମାର ଦାସ | |
---|---|
ଜନ୍ମ | ସାଗର କୁମାର ଦାସ ୩୧ ମଇ ୧୯୪୦ |
ମୃତ୍ୟୁ | ୭ ନଭେମ୍ବର ୨୦୧୭ ସହିଦନଗର, ଭୁବନେଶ୍ୱର | (ବୟସ ୭୭)
ବୃତ୍ତି | ଓଡ଼ିଆ ହାସ୍ୟ ଅଭିନେତା |
ସକ୍ରିୟ ବର୍ଷ | ୧୯୬୫ - ୧୯୮୯ |
ବୈବାହିକ-ସାଥୀ | ଜ୍ଞାନଦା ଦାସ |
ସନ୍ତାନ | ସବୁଜ,ବେଞ୍ଜାମିନ,ବୁକି,ସାଗରିକା |
ପିତାମାତା | ପ୍ରଭାତ ଚନ୍ଦ୍ର ଦାସ[୧] |
'ଉଡ଼ି ଉଡ଼ି ଉଡ଼ି ଯାଏରେ ମୋର ଗୁଡ଼ି', 'ଅଳପ ହସରେ ଅନେକ ଆଶାର', 'ପରଦେଶୀ ବନ୍ଧୁ ତୁମେ', 'ସାବି ସାବି ତୁ ତ ମୋର ନାଲିପାନ ବିବି' ଇତ୍ୟାଦି ଚଳଚ୍ଚିତ୍ର ସଙ୍ଗୀତରେ ତାଙ୍କର ଅଭିନୟ କୌଶଳ ଦେଖିବାକୁ ମିଳିଥିଲା ।
ପରିବାର
ସମ୍ପାଦନାସାଗର ଦାସ ୧୯୪୦ ମସିହାରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପା ପ୍ରଭାତ ଚନ୍ଦ୍ର ଦାସ ଭାରତ ସରକାରଙ୍କ ସଙ୍ଗୀତ ଓ ନାଟକ ବିଭାଗ କଳାକାର ଭାବରେ କାର୍ଯ୍ୟ କରୁଥିଲେ ।[୨] ସାଗରଙ୍କର ପତ୍ନୀ ଥିଲେ ଜ୍ଞାନଦା ।[୨]
ଅଭିନୟ ଜୀବନ
ସମ୍ପାଦନାସାଗର ଦାସ ୧୯୬୫ ମସିହାରେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ଏହାପରେ ୧୯୬୭ ମସିହାରେ ଭାଇ ଭାଉଜ, ୧୯୬୮ରେ କିଏ କାହାର[୩], ୧୯୭୦ ମସିହାରେ ଅଦିନ ମେଘ ଆଦି କଥାଚିତ୍ରରେ ଅଭିନୟ କରିଥିଲେ । ୧୯୮୯ ମସିହାରେ ଓଡ଼ିଆ କଥାଚିତ୍ର ପଞ୍ଚୁ ପାଣ୍ଡବ ଥିଲା ତାଙ୍କ ଅଭିନୀତ ଶେଷ ଓଡ଼ିଆ କଥାଚିତ୍ର ।[୨][୪]
ଅଭିନୀତ କଥାଚିତ୍ର
ସମ୍ପାଦନାବର୍ଷ | ଚଳଚ୍ଚିତ୍ର | ମନ୍ତବ୍ୟ |
---|---|---|
୧୯୬୫ | ଅଭିନେତ୍ରୀ | ପ୍ରଥମ ଓଡ଼ିଆ କଥାଚିତ୍ର |
୧୯୬୭ | ଭାଇ ଭାଉଜ | |
୧୯୬୮ | କିଏ କାହାର | |
୧୯୭୦ | ଅଦିନ ମେଘ | |
୧୯୮୯ | ପଞ୍ଚୁ ପାଣ୍ଡବ | ଶେଷ ଓଡ଼ିଆ କଥାଚିତ୍ର |
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ସିନେ କ୍ରିଟିକ ସମ୍ମାନ
- କଟକ ପୌରପରିଷଦ କଳାକାର ସମ୍ମାନ[୫]
ଆଧାର
ସମ୍ପାଦନା- ↑ "ଆର୍କାଇଭ୍ କପି". Archived from the original on 2017-11-10. Retrieved 2017-11-07.
{{cite web}}
: Cite has empty unknown parameter:|1=
(help) - ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "ବରିଷ୍ଠ ହାସ୍ୟ ଅଭିନେତା ସାଗର କୁମାର ଦାସ" (PDF). ଧ୍ୱନି ପ୍ରତିଧ୍ୱନି (in Odia). ଓଡ଼ିଶା. 12 August 2018. p. 6. Archived from the original (PDF) on 20 February 2020. Retrieved 5 September 2018.
{{cite news}}
: CS1 maint: unrecognized language (link) - ↑ "Classic in theatre after 42 years". www.telegraphindia.com. Retrieved 6 September 2018.
- ↑ ଧରିତ୍ରୀ ୦୭/୧୧/୨୦୧୭ ପୃଷ୍ଠା ୨୦ http://www.dharitri.com/e-Paper/Bhubaneswar/071117/p20.htm. Retrieved 7 November 2017.
{{cite news}}
: Missing or empty|title=
(help) - ↑ "ଆର୍କାଇଭ୍ କପି". ପ୍ରମେୟ ୦୭/୧୧/୨୦୧୭ ପୃଷ୍ଠା ୧୬. Archived from the original on 10 November 2017. Retrieved 7 November 2017.
{{cite news}}
: Cite has empty unknown parameter:|1=
(help)
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ସାଗର ଦାସ