ସାଂଘାତିକ ଅପସ୍ମାର

ସାଂଘାତିକ ଅପସ୍ମାର (ଇଂରାଜୀରେ ସ୍ଟାଟସ୍ ଏପିଲେପ୍‌ଟିକସ୍/ Status epilepticus (ଏସ୍.ଇ.) ଏକ ପ୍ରକାର ବା ଅପସ୍ମାର ବାତ ଯାହା ୫ ମିନିଟରୁ ଅଧିକ ସମୟ ଧରି ହୁଏ କିମ୍ବା ୫ ମିନିଟ ମଧ୍ୟରେ ଏକାଧିକ ଥର ସାଧାରଣ ଅବସ୍ଥାକୁ ନ ଆସି ହୁଏ । [୧] ପୂର୍ବରୁ ଏହି ସମୟ ସୀମା ୩୦ ମିନିଟ ଥିଲା । [୨] ଏହି ବାତ ଟୋନିକ୍-କ୍ଲୋନିକ ଟାଇପ୍ ହୁଏ ଯେଉଁଥିରେ ନିୟମିତ ବ୍ୟବଧାନରେ ଉପର ଓ ନିମ୍ନ ଅବୟବ ସଙ୍କୁଚିତ ଓ ପ୍ରସାରିତ ହୁଏ ବା ଅନ୍ୟ ଏକ ଟାଇପ୍‌ରେ ବାତ ମାରେ ନାହିଁ । ଏହି ସ୍ଟାଟସ୍ ଏପିଲେପ୍‌ଟିକସ୍ ରୋଗ ଏକ ଘାତକ ରୋଗ, ବିଶେଷତଃ ଯଦି ଚିକିତ୍ସା ବିଳମ୍ବ ହୁଏ । [୧]

ସ୍ଟାଟସ୍ ଏପିଲେପ୍‌ଟିକସ୍
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିneurology[*], epileptology[*]
ଆଇସିଡ଼ି-୧୦G41.
ଆଇସିଡ଼ି-୯-ସିଏମ୍345.3
ଇ-ମେଡ଼ିସିନemerg/554 article/908394
MeSHD013226

ରୋଗୀର ପୂର୍ବରୁ ବାତ/ଏପିଲେପ୍‌ସି ଥିଲେ ସ୍ଟାଟସ୍ ଏପିଲେପ୍‌ଟିକସ୍ ହୋଇପାରେ ବା ଅନ୍ୟାନ୍ୟ ମସ୍ତିଷ୍କ ରୋଗ ଥାଇପାରେ । [୨] ଅନ୍ତର୍ନିହିତ ମସ୍ତିଷ୍କ ରୋଗମାନଙ୍କ ମଧ୍ୟରେ ଆଘାତ, ସଂକ୍ରମଣ କିମ୍ବା ସ୍ଟ୍ରୋକ୍ ଥାଇପାରେ । [୨] ରକ୍ତ ଶର୍କରା ନିରୁପଣ, ମୁଣ୍ଡ ଇମେଜିଙ୍ଗ, ଅନେକ ରକ୍ତ ପରୀକ୍ଷା ଓ ଇଲେକ୍ଟ୍ରୋଏନ୍‌କେଫାଲୋଗ୍ରାମ ପରୀକ୍ଷା କରି ଏହି ରୋଗ ନିର୍ଣ୍ଣୟ କରାଯାଏ । ମନୋଜାତ ଅଣ ଏପିଲେପ୍‌ସି ବାତ (Psychogenic nonepileptic seizures) ମଧ୍ୟ ଏହି ଭଳି ଉପସ୍ଥାପନ ହୁଏ । ସ୍ଟାଟସ୍ ଏପିଲେପ୍‌ଟିକସ୍ ଭଳି ଜଣାଯାଉଥିବା ଅନ୍ୟ ରୋଗମାନଙ୍କ ନାମ ଯଥାକ୍ରମେ ନିମ୍ନ ରକ୍ତ ଶର୍କରା ସ୍ତର, ଚଳପ୍ରଚଳ ବିକାର, ମେନିଞ୍ଜାଇଟିସ୍ପ୍ରଳାପ ଉଲ୍ଲେଖ‌ଯୋଗ୍ୟ । [୧]

ପ୍ରାରମ୍ଭିକ ପର୍ଯ୍ୟାୟରେ ବେଞ୍ଜୋଡାଏଜେପିନ୍ ଦିଆଯାଏ ଓ ତା'ପରେ ଫେନିଣ୍ଟଏନ୍ ଦିଆଯାଏ । [୧] ବେଞ୍ଜୋଡାଏଜେପିନ୍ ଗ୍ରୁପର ଅନ୍ୟ ଔଷଧ ମଧ୍ୟରେ ଶୀରାଭ୍ୟନ୍ତରରେ ଲୋରାଜେପାମ୍ ଇଞ୍ଜେକ୍‌ସନ୍ ଓ ଅନ୍ତଃପେଶୀରେ ମିଡାଜୋଲାମ୍ ଇଞ୍ଜେକ୍‌ସନ୍ ଦିଆଯାଏ । [୩] ଏହି ଔଷଧ କାର୍ଯ୍ୟକାରୀ ନ ହେଲେ ଭାଲ୍‌ପ୍ରୋଇକ୍ ଏସିଡ୍, ଫିନୋବାର୍ବିଟାଲ, ପ୍ରୋପୋଫଲ୍ ବା କେଟାମିନ୍ ଦିଆଯାଏ । ଶ୍ୱାସକ୍ରିୟା ଚାଲୁ ରଖିବା ନିମନ୍ତେ ଶ୍ୱାସନଳୀରେ ଟ୍ୟୁବ ଭର୍ତ୍ତି କରିଦିଆଯାଏ (Intubation) । ସ୍ଟାଟସ୍ ଏପିଲେପ୍‌ଟିକସ୍ ରୋଗୀଙ୍କ ମଧ୍ୟରୁ ୧୯ରୁ ୩୦ % ମାସେ ମଧ୍ୟରେ ମୃତ୍ୟୁ ବରଣ କରନ୍ତି । [୧] ଫଳାଫଳ ନିରୁପଣ କରିବାରେ ଅନ୍ତର୍ନିହିତ କାରଣ, ରୋଗୀର ବୟସ ଓ ରୋଗର ସମୟସୀମାର ଭୂମିକା ଥାଏ । [୨] ପ୍ରତି ବର୍ଷ ୧୦୦,୦୦୦ ଲୋକରେ ପ୍ରାୟ ୪୦ ଜଣକୁ ଏହି ରୋଗ ହୁଏ । [୨] ଆଶୁଚିକିତ୍ସା ବିଭାଗକୁ ଆସୁଥିବା ଲୋକଙ୍କମଧ୍ୟରୁ ଏହା ପ୍ରାୟ ୧ % ଲୋକ । [୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ Al-Mufti, F; Claassen, J (Oct 2014). "Neurocritical Care: Status Epilepticus Review". Critical Care Clinics. 30 (4): 751–764. doi:10.1016/j.ccc.2014.06.006. PMID 25257739.
  2. ୨.୦ ୨.୧ ୨.୨ ୨.୩ ୨.୪ Trinka, E; Höfler, J; Zerbs, A (September 2012). "Causes of status epilepticus". Epilepsia. 53 Suppl 4: 127–38. doi:10.1111/j.1528-1167.2012.03622.x. PMID 22946730.
  3. Prasad, M; Krishnan, PR; Sequeira, R; Al-Roomi, K (Sep 10, 2014). "Anticonvulsant therapy for status epilepticus". The Cochrane database of systematic reviews. 9: CD003723. doi:10.1002/14651858.CD003723.pub3. PMID 25207925.