ସର୍ଭାଇକାଲ୍ ଡିଷ୍ଟୋନିଆ

ସର୍ଭାଇକାଲ୍ ଡିଷ୍ଟୋନିଆ (ସ୍ପାସ୍ମୋଡିକ ଟର୍ଟିକୋଲିସ, ସ୍ପାଜ୍ମୋଡିକ ରାଇ ନେକ ଭାବରେ ମଧ୍ୟ ଜଣାଶୁଣା) କୁହାଯାଏ ଯେତେବେଳେ ବକର ମାଂପେଶୀର ସ୍ପାଜ୍ମ ହୋଇ ମୁଣ୍ଡ ମୋଡ଼ି ହୋଇଯାଏ । [୩] ସାଧାରଣତଃ ଏହା ଫଳସ୍ୱରୂପ ମୁଣ୍ଡଟି ଗୋଟିଏ କାନ୍ଧ ଆଡକୁ ଢଳିଯାଏ ଓ ଚିବୁକଟି ଅନ୍ୟ କାନ୍ଧ ଦିଗକୁ ବୁଲିଯାଏ ।[୧] ଯନ୍ତ୍ରଣା ହୁଏ ଏବଂ ଏହି ଅବସ୍ଥା ମାସ ମାସ କିମ୍ବା ବର୍ଷ ବର୍ଷ ଧରି ରହିପାରେ । [୧] [୪] ସାଧାରଣତଃ ଶୋଇବା ସମୟରେ ଉପଶମ ହୋଇଯାଏ ।[୧] ଜଟିଳ ହେଲେ ବେକର ଆର୍ଥ୍ରାଇଟିସ୍ ହୋଇପାରେ ।[୫]

Cervical dystonia
Spasmodic torticollis, spasmodic wryneck
Muscles of the neck
ଲକ୍ଷଣAbnormal twisted position of the neck, pain[୧]
ଆକ୍ରାନ୍ତ ସମୟ40 to 60 years old[୨]
କାରଣUnknown, genetic mutation, brain injury, viral encephalitis high thyroid, Wilson disease, Huntington disease, kernicterus[୧]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms[୨]
ଚିକିତ୍ସାAnticholinergics, benzodiazepines, baclofen, botulinum toxin, deep brain stimulation[୧]
ପୁନଃପୌନିକ1 in 10,000 per year[୧]

ଅଧିକାଂଶ କ୍ଷେତ୍ରରେ ଏହାର କାରଣ ଜଣା ପଡିନାହିଁ । [୩] ଆଘାତ, ଔଷଧ ବ୍ୟବହାର, ଜେନେଟିକ ମ୍ୟୁଟେସନ, ମସ୍ଥିଷ୍କ ଆଘାତ, ଭୂତାଣୁ ମସ୍ତିଷ୍କ ପ୍ରଦାହ, ଉଚ୍ଚ ଥାଇରଏଡ ସ୍ତର, ଉଇଲସନ ରୋଗ, ହଣ୍ଟିଙ୍ଗଟନ ରୋଗ କିମ୍ବା କେର୍ଣ୍ଣିକ୍ଟେରସ ଯୋଗୁ ହୋଇପାରେ । [୧] [୬] ଆଘାତର କିଛି ଦିନ ବା କିଛି ମାସ ପରେ ଏହି ରୋଗ ଆରମ୍ଭ ହୋଇପାରେ ।[୭] ଏହି ରୋଗରେ ସ୍ଟେର୍ଣ୍ଣୋକ୍ଲିଡଏଡ ମାଂସପେଶୀର ସ୍ପାଜ୍ମ ହୋଇଥାଏ । [୧] ଲକ୍ଷଣ ଉପରେ ରୋଗ ନିର୍ଣ୍ଣୟ କରାଯାଏ । [୫]

ଆଣ୍ଟିକଲିନର୍ଜିକ, ବେଞ୍ଜୋଡାଏଜେପିନ ବାକ୍ଲୋଫେନ୍, ବଟୁଲିନମ ଟକ୍ସିନ, କିମ୍ବା ଗଭୀର ମସ୍ତିଷ୍କ ଉତ୍ତେଜକ ସାହାଯ୍ୟରେ ଡିଷ୍ଟୋନିଆର ଚିକିତ୍ସା କରାଯାଇପାରେ । [୩] ପ୍ରତିବର୍ଷ ୧୦,୦୦୦ ଲୋକରେ ଜଣେ ପ୍ରଭାବିତ ହୁଅନ୍ତି । [୧] ଡିଷ୍ଟୋନିଆଦ୍ୱାରା ପ୍ରଭାବିତ ହୋଇଥିବା ଅଙ୍ଗ ମଧ୍ୟରୁ ବେକ ହେଉଛି ଅନ୍ୟତମ । [୬] ପ୍ରାୟ ୪୦ରୁ ୬୦ ବର୍ଷ ବୟସରେ ଏହି ରୋଗ ହେବା ଦେଖାଯାଏ। [୫] ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି । [୨]

ସନ୍ଦର୍ଭ ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ Tomczak, KK; Rosman, NP (March 2013). "Torticollis". Journal of child neurology. 28 (3): 365–78. doi:10.1177/0883073812469294. PMID 23271760.
  2. ୨.୦ ୨.୧ ୨.୨ "Cervical Dystonia". NORD (National Organization for Rare Disorders). Archived from the original on 6 March 2021. Retrieved 6 March 2021.
  3. ୩.୦ ୩.୧ ୩.୨ Tomczak, KK; Rosman, NP (March 2013). "Torticollis". Journal of child neurology. 28 (3): 365–78. doi:10.1177/0883073812469294. PMID 23271760.
  4. "Dystonias Fact Sheet | National Institute of Neurological Disorders and Stroke". www.ninds.nih.gov. Archived from the original on 23 April 2018. Retrieved 6 March 2021.
  5. ୫.୦ ୫.୧ ୫.୨ "Cervical Dystonia". NORD (National Organization for Rare Disorders). Archived from the original on 6 March 2021. Retrieved 6 March 2021.
  6. ୬.୦ ୬.୧ Cunha, B; Tadi, P; Bragg, BN (January 2021). "Torticollis". PMID 30969679. {{cite journal}}: Cite journal requires |journal= (help)
  7. Cunha, B; Tadi, P; Bragg, BN (January 2021). "Torticollis". PMID 30969679. {{cite journal}}: Cite journal requires |journal= (help)