ସର୍ପ ଦଂଶ
ସାପ ତାର ବିଷ ଦାନ୍ତଦ୍ୱାରା କ୍ଷତ କଲେ ତାହାକୁ ସର୍ପ ଦଂଶ କୁହାଯାଏ । ପୃଥିବୀରେ ଦେଖାଯାଉଥିବା ସାପମାନଙ୍କ ମଧ୍ୟରୁ ସମସ୍ତେ ବିଷଧର ନୁହନ୍ତି ମାତ୍ର ବିଷଧର ସାପ କେବଳ ଆଣ୍ଟର୍କଟିକାକୁ ଛାଡିଦେଲେ ଅନ୍ୟ ସବୁ ଦେଶରେ ଦେଖାଯାଇଥାନ୍ତି । ସାପ ସାଧାରଣତଃ ଶିକାର ଓ ନିଜର ରକ୍ଷା ନିମନ୍ତେ ଆକ୍ରମଣ କରିଥାଏ । ସାପ ଦଂଶନ କେତେ ଗୁରୁତର ତାହା ସାପ କେଉଁ ପ୍ରଜାତିର, ଶରୀରର କେଉଁ ଅଂଶରେ କ୍ଷତ ହୋଇଛି, ଶରୀର ମଧ୍ୟକୁ କେତେ ପରିମାଣର ବିଷ ପ୍ରବେଶ କରିଛି ଓ ରୋଗୀର ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନିର୍ଭର କରେ । ସାପ ଦଂଶନ କରିଥିଲେ ମଣିଷର ଆତଙ୍କିତ ହେବା, ହୃଦୟର ସ୍ପନ୍ଦନ ବଢିବା ଓ ବାନ୍ତି ଲାଗିବା ଭଳି ଲକ୍ଷଣ ଦେଖାଯାଏ । ବିଷ ନଥିବା ସାପଦ୍ୱାରା ମଧ୍ୟ ଆନେକ ପ୍ରକାର ପାର୍ଶ୍ୱପ୍ରତିକ୍ରିୟା ଜନିତ ରୋଗ ହୋଇଥାଏ । ସାପ ଦଂଶନଦ୍ୱାରା ମୃତ୍ୟୁ ଅଷ୍ଟ୍ରେଲିଆ, ଇଉରୋପ ଓ ଉତ୍ତର -ଆମେରିକାରେ ବହୁତ କମ ଦେଖାଯାଇଥାଏ ମାତ୍ର ସ୍ୱାସ୍ଥ୍ୟ ସେବାରେ ପଛରେ ଥିବା ଦକ୍ଷିଣ ଏସିଆ, ଦକ୍ଷିଣ-ପୂର୍ବ ଏସିଆ ଓ ଆଫ୍ରିକାର କେତେକ ସ୍ଥାନରେ ସାପ ଦଂଶନଦ୍ୱାରା ମୃତ୍ୟୁର ହାର ଅଧିକ ଦେଖାଯାଏ । ପ୍ରତି ବର୍ଷ ସାପ ଦଂଶନ ଦ୍ୱାର ବହୁ ପ୍ରାଣହାନୀ ହେଉଥିଲେ ମଧ୍ୟ କିଛି ପ୍ରତିଷେଧକ ନେଲେ ଏହାକୁ ଅନେକ ପରିମାଣରେ ଅଟକାଯାଇପାରିବ ଯେପରିକି ଜୋତା ପିନ୍ଧିବା ଓ ବିଷଧର ସାପ ବସବାସ କରୁଥିବା ସ୍ଥାନକୁ ନ ଯିବାଦ୍ୱାରା ।
ସର୍ପ ଦଂଶନ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | ଆଶୁ ଚିକିତ୍ସା[*] |
ଆଇସିଡ଼ି-୧୦ | T63.0, T14.1, W59 (nonvenomous), X20 (venomous) |
ଆଇସିଡ଼ି-୯-ସିଏମ୍ | 989.5, E905.0, E906.2 |
ରୋଗ ଡାଟାବେସ | 29733 |
ମେଡ଼ିସିନ-ପ୍ଲସ | 000031 |
ଇ-ମେଡ଼ିସିନ | med/2143 |
MeSH | D012909 |
ଆଧାର
ସମ୍ପାଦନାhttp://www.auroville.org/comingtoav/snakebite.htm Archived 2012-03-07 at the Wayback Machine.