ସରୋଜିନୀ ଷଡ଼ଙ୍ଗୀ

ଡାକ୍ତର ଓ ଓଡ଼ିଆ କବି

ସରୋଜିନୀ ଷଡ଼ଙ୍ଗୀ (ଜନ୍ମ : ୧୯୫୧) କଟକରେ ରହୁଥିବା ଜଣେ ସ୍ତ୍ରୀ ରୋଗ ଓ ପ୍ରସବ ତତ୍ତ୍ୱ ବିଶେଷଜ୍ଞ ଡାକ୍ତର ତଥା ଓଡ଼ିଆ କବି ।[୨] କବିତା ବ୍ୟତୀତ ତାଙ୍କ ଲିଖିତ ପ୍ରବନ୍ଧ ବହୁବାର ଓଡ଼ିଆ ସମ୍ବାଦପତ୍ରରେ ପ୍ରକାଶିତ ହୋଇଛି ।[୩]

ସରୋଜିନୀ ଷଡ଼ଙ୍ଗୀ
ଜନ୍ମ୧୯୫୧
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ, ପି.ଜି.ଆଇ ଚଣ୍ଡୀଗଡ଼
ପ୍ରସିଦ୍ଧିଓଡ଼ିଆ ସାହିତ୍ୟିକା, ଡାକ୍ତର
ବୈବାହିକ-ସାଥୀରମାରମଣ ଷଡ଼ଙ୍ଗୀ
ପୁରସ୍କାରଭାନୁଜୀ ରାଓ ସ୍ମାରକୀ ପୁରସ୍କାର[୧]

ସରୋଜିନୀ, ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ କଟକରୁ ଏମ.ବି.ବି.ଏସ ଏବଂ ପି.ଜି.ଆଇ ଚଣ୍ଡୀଗଡ଼ରୁ ସ୍ନାତକୋତ୍ତର ପାଠ ପଢ଼ିଛନ୍ତି । ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟରେ ତାଙ୍କର ପ୍ରଥମ ଚାକିରି ହୋଇଥିଲା । କଲେଜରେ ପଢ଼ିବା ସମୟରୁ ତାଙ୍କର କବିତା ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ ହୋଇଆସୁଥିଲା । ସେହି ସବୁ କବିତାକୁ ନେଇ ସରୋଜିନୀ ନିଜର ପ୍ରଥମ କବିତା ସଂକଳନ ସୂର୍ଯ୍ୟସ୍ନାନ ପ୍ରକାଶ କରିଥିଲେ ।

ରଚିତ ପୁସ୍ତକ ସମ୍ପାଦନା

  • ସୂର୍ଯ୍ୟସ୍ନାନ
  • ଆଖି କଥା କହେ[୪]
  • ମନସ୍ୱିନୀ
  • ଅସବର୍ଣ୍ଣା
  • ତନ୍ମୟ ତଥାସ୍ତୁ
  • ମା ନୁହେଁ ପତିତା[୫]

ପୁରସ୍କାର ଓ ସମ୍ମାନ ସମ୍ପାଦନା

  • ଭାନୁଜୀ ରାଓ ସ୍ମାରକୀ ପୁରସ୍କାର - ୨୦୧୩[୬]

ଆଧାର ସମ୍ପାଦନା

  1. http://odishasuntimes.com/2014/02/20/pratibha-satpathy-conferred-sahitya-bharati-samman/
  2. Jatindra Mohan Mohanty (2006). History of Oriya Literature. Vidya. ISBN 978-81-903438-0-0.
  3. Jagannātha Prasāda Dāsa; Arlene Zide (1992). Under a silent sun: a selection of Oriya women's poems. Vikas Pub. House.
  4. Philomena Royappa Reddy; P. Sumangala (1998). Women in Development: Perspectives from Selected States of India. B.R. Publishing Corporation. ISBN 978-81-7018-978-7.
  5. "ପ୍ରଥମ ବହି". ଧରିତ୍ରୀ ସାହିତ୍ୟାୟାନ ଫେବୃଆରୀ ୪-୧୭ ୨୦୧୭ ପୃଷ୍ଠା ୨. Retrieved 10 February 2017.
  6. https://www.telegraphindia.com/1140311/jsp/odisha/story_18065646.jsp#.WJ1iwtJ97IU