ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ , ଭବାନୀପାଟଣା
ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ଭବାନୀପାଟଣା, ଏକ ସ୍ୱୟଂ ଶାସିତ ମହାବିଦ୍ୟାଳୟ । ଏହା ଭାରତୀୟ ରାଜ୍ୟ କଳାହାଣ୍ଡିର ମୁଖ୍ୟାଳୟ ଭବାନୀପାଟଣାଠାରେ ରହିଛି ।[୨] ୨୦୧୯ ମସିହାରେ ଓଡ଼ିଶା ସରକାର ଏହି ମହାବିଦ୍ୟାଳୟକୁ "ୟୁନିଟାରୀ ବିଶ୍ୱବିଦ୍ୟାଳୟର" ମାନ୍ୟତା ପ୍ରଦାନ କରିଥିଲେ ।[୩] ଏହାପରେ ଏହି ଅନୁଷ୍ଠାନଟି "କଳାହାଣ୍ଡି ବିଶ୍ୱବିଦ୍ୟାଳୟ" ନାମରେ ନାମିତ ହୋଇଥିଲା ।[୪]
ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ଭବାନୀପାଟଣା | |
---|---|
ସ୍ଥାପିତ | ୧୯୬୦ |
ପ୍ରକାର | ୟୁନିଟାରୀ ବିଶ୍ୱବିଦ୍ୟାଳୟ[୧] |
ଅବସ୍ଥାନ | ଭବାନୀପାଟଣା, ଭାରତ |
ଅନୁବନ୍ଧନ | ୟୁଜିସି |
ୱେବସାଇଟ | Official website |
ଇତିହାସ
ସମ୍ପାଦନା୧୯୬୦ମସିହା ଜୁଲାଇ ୧୮ତାରିଖରେ, ଏହା "କଳାହାଣ୍ଡି କଲେଜ" ନାମରେ ଏକ ବେସରକାରୀ କଲେଜ ଭାବରେ ସ୍ଥାପିତ ହୋଇଥିଲା ଓ ୧୯୬୧ ନଭେମ୍ବର ୩୦ତାରିଖ ଯାଏ ଏହା ବେସରକାରୀ ପରିଚାଳନାରେ ରହିଥିଲା । ୧୯୬୧ ଡିସେମ୍ବର ୧ ତାରିଖରେ ସରକାର ଏହାକୁ ହାତକୁ ନେଇ ଏହାକୁ "ସରକାରୀ ବିଜ୍ଞାନ କଲେଜ,ଭବାନୀପାଟଣା" ଭାବରେ ନାମିତ କରିଥିଲେ । ୨୦୦୨ ମସିହାରେ ଏହା ଏହା ଉତ୍ତମ ଉଚ୍ଚ ଶିକ୍ଷା କେନ୍ଦ୍ର ଭାବରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗଦ୍ୱାରା ସ୍ୱୀକୃତି ପ୍ରାପ୍ତ ହେଇ ସ୍ୱୟଂଶାସିତ ମାନ୍ୟତା ପ୍ରାପ୍ତ ହେଇଥିଲା ।
ପାଠ୍ୟକ୍ରମ ସବୁ
ସମ୍ପାଦନାଏହି ମହାବିଦ୍ୟାଳୟରେ କଳା, ବିଜ୍ଞାନ ଓ ବାଣିଜ୍ୟରେ ପ୍ରାୟ ସମସ୍ତ ବିଷୟରେ ସମ୍ମାନ ଥାଇ ସ୍ନାତକ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଦିଆ ଯାଉଥିବା ବେଳେ ୬ଟୀ ବିଷୟରେ ସ୍ନାତକୋତ୍ତର ସ୍ତରର ଶିକ୍ଷା ପ୍ରଦାନ କରାଯାଏ । ଇଂରାଜୀ, ଓଡ଼ିଆ ଭାଷା, ରାଜନୀତି ବିଜ୍ଞାନ, ଅର୍ଥନୀତି, ଭୁଗୋଳ ଓ ଇତିହାସ ବିଭାଗରେ ଏଠାରେ ସ୍ନାତକୋତ୍ତର ଶ୍ରେଣୀ ରହିଛି । ଏହା ବ୍ୟତୀତ ଏଠାରେ ସ୍ୱୟଂଚାଳିତ ଡିଗ୍ରୀ କୋର୍ସ କମ୍ପ୍ୟୁଟର ବିଜ୍ଞାନ ଓ ପିଜିଡ଼ିସିଏ(PGDCA) ରହିଛି ।
ଆଧାର
ସମ୍ପାଦନା- ↑ "CM announces B'patna College as university". www.dailypioneer.com. daily pioneer. Retrieved 22 July 2019.
- ↑ "GOVERNMENT COLLEGE (AUTONOMOUS) BHAWANIPATNA". kalahandi.nic.in. kalahandi.nic.in. Retrieved 22 July 2019.
- ↑ "CM Naveen Patnaik promises unitary varsity status for Bhawanipatna Autonomous Government College". www.newindianexpress.com. indian express. Archived from the original on 22 July 2019. Retrieved 22 July 2019.
- ↑ "Bhawanipatna Autonomous Government College gets varsity status". www.pragativadi.com. pragativadi. Retrieved 22 July 2019.