ସମୟମଣ୍ଡଳ
ଏକ ସମୟ ମଣ୍ଡଳ ହେଉଛି ପୃଥିବୀର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ଯେଉଁଥିରେ ସବୁଆଡ଼େ ମାନକ ସମୟ ସମାନ ଥାଏ ।[୧] ସାଧାରଣତଃ ସମୟ ମଣ୍ଡଳର ସୀମାରେଖା ବାସ୍ତବ ଦେଶ ତଥା ଦେଶ ବିଭାଜନର ସୀମାରେଖା ସହ ସମାନ ଥାଏ । ଏପରି କରିବାର ଉଦ୍ଦେଶ୍ଯ ହେଉଛି ବ୍ଯବସାୟ କରୁଥିବା ପାଖାପାଖି ସ୍ଥାନମାନଙ୍କରେ ସମୟକୁ ପାଖାପାଖି ସମାନ ରଖିବା । ଫ୍ରାନ୍ସର ସର୍ବାଧିକ ୧୨ଟି ସମୟ ମଣ୍ତଳ ରହିଛି ।
ଅଧିକାଂଶ ସମୟମଣ୍ଡଳଗୁଡ଼ିକ ନିୟନ୍ତ୍ରିତ ବୈଶ୍ୱିକ ସମୟ (UTC)ଠାରୁ ଏକ ପୂର୍ଣ୍ଣ ଘଣ୍ଟା ଆଧାରରେ ଆଗୁଆ ବା ପଛୁଆ ହୋଇଥାଏ; ବ୍ଯତିକ୍ରମ - ନବପ୍ରାପ୍ତଭୂମିର ମାନକ ସମୟ ହେଉଛି UTC−୦୩:୩୦, ନେପାଳ ମାନକ ସମୟ ହେଉଛି UTC+୦୫:୪୫, ଭାରତୀୟ ମାନକ ସମୟ ହେଉଛି UTC+୦୫:୩୦ ଏବଂ ବ୍ରହ୍ମଦେଶ ମାନକ ସମୟ ହେଉଛି UTC+୦୬:୩୦ ।
କେତେକ ଉଚ୍ଚ ଅକ୍ଷାଂଶ ବିଶିଷ୍ଟ ଦେଶ ବା ଅଞ୍ଚଳଗୁଡିକରେ ବର୍ଷର ଏକ ନିର୍ଦ୍ଦିଷ୍ଟ ସମୟରେ ଦିବାଲୋକ ବଚତ ସମୟର ବ୍ଯବହାର କରାଯାଏ, ଏଥିପାଇଁ ସ୍ଥାନୀୟ ସମୟରେ ପାଖାପାଖି ଏକ ଘଣ୍ଟାର ବଦଳ କରାଯାଏ ।
ଇତିହାସ
ସମ୍ପାଦନାଊନବିଂଶ ଶତାବ୍ଦୀରେ ଯେତେବେଳେ ନିୟନ୍ତ୍ରିତ ଯାନ୍ତ୍ରିକ ଘଣ୍ଟାଗୁଡ଼ିକ ପ୍ରସାର ଲାଭ କଲା,[୨] ସେତେବେଳେ ପ୍ରତ୍ଯେକ ସହର ନିଜସ୍ବ ସ୍ଥାନୀୟ ହାରାହାରି ସୂର୍ଯ୍ୟକାଳ ବାହାର କରି ବ୍ଯବହାର କରିବାକୁ ଲାଗିଲେ । ଦୃଶ୍ୟମାନ ଓ ବାସ୍ତବ ସୂର୍ଯକାଳ ମଧ୍ଯରେ ପରସ୍ପରଠାରୁ ୧୫ ମିନିଟର ପାର୍ଥକ୍ଯ ରହିଲା ।
୧୬୭୫ ମସିହାରେ ସାମୁଦ୍ରିକ ନାବିକଙ୍କ ଦ୍ରାଘିମା ନିର୍ଣ୍ଣୟରେ ସହାୟତା ପାଇଁ ରୟାଲ ଅବ୍ଜର୍ଭେଟରୀ ସ୍ଥାପନ କରାଗଲା । ଏଥିସହିତ ଗ୍ରିନ୍ୱିଚ ହାରାହାରି ସମୟ ନିର୍ଦ୍ଧାରିତ କରାଗଲା ।
ରେଳବାଇ ସମୟ
ସମ୍ପାଦନାରେଳ ଓ ଅନ୍ଯାନ୍ଯ ଯୋଗାଯୋଗର ଉନ୍ନତି ସହ ସ୍ଥାନୀୟ ସୌର୍ଯ୍ୟକାଳର ବ୍ଯବହାର ଅଧିକରୁ ଅଧିକ ଜଟିଳ ହୋଇଗଲା କାରଣ ପ୍ରତ୍ଯେକ ଦ୍ରାଘିମାରେ ଅବସ୍ଥିତ ସହରର ନିଜସ୍ବ ସମୟ ରହୁଥିଲା ଯାହା ଅନ୍ୟ ସହରର ସମୟଠାରୁ ଭିନ୍ନ ଥିଲା । ଉଦାହରଣ ସ୍ବରୂପ - ଇଂଲଣ୍ଡର ବ୍ରିଷ୍ଟୋଲ, ଗ୍ରିନ୍ୱିଚଠାରୁ ୨.୫ ଡିଗ୍ରୀ ପଶ୍ଚିମରେ ଥିଲା ଅର୍ଥାତ୍ ଯେତେବେଳେ ବ୍ରିଷ୍ଟୋଲରେ ମଧ୍ଯାହ୍ନ ହୁଏ ସେତେବେଳେ ଲଣ୍ତନରେ ୧୦ ମିନିଟ ବିତି ସାରିଥାଏ ।[୩] ସମୟ ମଣ୍ଡଳର ବ୍ଯବହାର ଏହି ଭିନ୍ନତାକୁ ଦୂରେଇ ଦିଏ ଏବଂ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ମଧ୍ଯରେ ସମୟ ସମାନ ରଖେ ।
ଆଧାର
ସମ୍ପାଦନା- ↑ "3. From National to Uniform Time around the Globe", The Global Transformation of Time, Harvard University Press, pp. 75–98, 2015-12-31, ISBN 978-0-674-91599-2, retrieved 2020-11-01
- ↑ Du, Ruxu; Xie, Longhan (2013). The Mechanics of Mechanical Watches and Clocks. History of Mechanism and Machine Science (in ଇଂରାଜୀ). Springer. doi:10.1007/978-3-642-29308-5. ISBN 978-3-642-29307-8.
- ↑ "Latitude and Longitude of World Cities". InfoPlease.com.
ବାହାର ଲିଙ୍କ
ସମ୍ପାଦନା- LEGAL TIME 2013
- W3C Note Datetime
- US Official Time Clock Archived 2014-10-21 at the Wayback Machine. Java-enabled clock to graphically display night and day around the globe।
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |