ସମିତ ଭଞ୍ଜ
ସମିତ ଭଞ୍ଜ (ବଙ୍ଗଳା: শমিত ভঞ্জ; ୨ ଜାନୁଆରୀ ୧୯୪୪ - ୨୪ ଜୁଲାଇ ୨୦୦୩) ଜଣେ ଭାରତୀୟ ଅଭିନେତା ତଥା କଥାଚିତ୍ର ନିର୍ଦ୍ଦେଶକ ଥିଲେ, ଯିଏକି ବଙ୍ଗଳା କଥାଚିତ୍ର ଜଗତରେ ସକ୍ରିୟ ଥିଲେ ।
ସମିତ ଭଞ୍ଜ | |
---|---|
ଜନ୍ମ |
ତମଲୁକ, ବଙ୍ଗଳା ପ୍ରେସିଡେନ୍ସି, ବ୍ରିଟିଶ ଭାରତ | ୨ ଜାନୁଆରୀ ୧୯୪୪
ମୃତ୍ୟୁ | ୨୪ ଜୁଲାଇ ୨୦୦୩[୧] | (ବୟସ ୫୯)
ଜାତୀୟତା | ଭାରତୀୟ |
ବୃତ୍ତିସମୂହ |
|
ବୈବାହିକ-ସାଥୀ | ରଞ୍ଜା ଭଞ୍ଜ |
ଜନ୍ମ
ସମ୍ପାଦନାସମିତ ୧୯୪୪ ମସିହାର ଜାନୁଆରୀ ୨ ତାରିଖରେ ବ୍ରିଟିଶ ଭାରତ ଅଧିନସ୍ଥ ବଙ୍ଗଳା ପ୍ରେସିଡେନ୍ସି ଅନ୍ତର୍ଗତ ତମଲୁକଠାରେ ଜନ୍ମଗ୍ରହଣ କରିଥିଲେ ।
ଅଭିନୟ ଜୀବନ
ସମ୍ପାଦନାସେ ସାବିତବ୍ରତ ଦତ୍ତଙ୍କ ଥିଏଟର ଗ୍ରୁପ୍ ରୁପକାରରେ ଯୋଗ ଦେଇଥିଲେ ଏବଂ ୧୯୬୦ ଦଶକ ପୂର୍ବରୁ ଅନେକ ନାଟକରେ ଅଭିନୟ କରିଥିଲେ । ୧୯୬୫ ମସିହାରେ ସେ ବାଲାଇ ସେନଙ୍କ ବଙ୍ଗଳା ଚଳଚ୍ଚିତ୍ର ସୁରେର ଅଗୁନ ଜରିଆରେ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ଜୟା ଭାଦୁରୀଙ୍କ ନାୟକ ନବୀନ ଭୂମିକାରେ ସେ ଗୁଡ୍ଡି ନାମକ ଏକ ଜଣାଶୁଣା ହିନ୍ଦୀ କଥାଚିତ୍ରରେ ଅଭିନୟ କରିଥିଲେ, ଯାହାକି ତାଙ୍କୁ ଲୋକପ୍ରିୟତା ଦେଇଥିଲା । ଚଳଚ୍ଚିତ୍ରରେ ଅଭିନୟ କରିବା ବ୍ୟତୀତ ସେ ମଞ୍ଚ ନାଟଖ ଓ ଯାତ୍ରା ଆଦିରେ ଅଭିନୟ କରୁଥିଲେ ।
ଉଲ୍ଲେଖନୀୟ କଥାଚିତ୍ର
ସମ୍ପାଦନା- ହାଟେ ବାଜାରେ (୧୯୬୭)
- ଆପନଜନ (୧୯୬୮)
- ପରିଣୀତା (୧୯୬୯)
- ନତୁନ ପାତା (୧୯୬୯)
- ବନଜ୍ୟୋତ୍ସ୍ନା (୧୯୬୯)
- ଅରଣ୍ୟେର ଦିନରାତ୍ରି (୧୯୭୦)
- ଗୁଡ୍ଡି (୧୯୭୧)
- ଯବନ (୧୯୭୨)
- ଆଜକେର ନାୟକ (୧୯୭୨)
- ଫୁଲେଶ୍ୱରୀ (୧୯୭୪)
- ଅସତୀ (୧୯୭୪)
- ମୃଗୟା (୧୯୭୬)
- ଦତ୍ତା (୧୯୭୬)
- କବିତା (୧୯୭୭)
- ସ୍ଟ୍ରାଇକାର (୧୯୭୮)
- ଗଣଦେବତା (୧୯୭୯)
- ଦାଦାର କୀର୍ତି (୧୯୮୦)
- ଶହର ଥେକେ ଦୂରେ (୧୯୮୧)
- ଆବାର ଅରଣ୍ୟେ (୨୦୦୩)
ମୃତ୍ୟୁ
ସମ୍ପାଦନା୨୦୦୩ ମସିହାର ଜୁଲାଇ ୨୪ ତାରିଖରେ କଲିକତାରେ ସେ ମୃତ୍ୟୁବରଣ କରିଥିଲେ ।[୨] ମୃତ୍ୟୁବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା ।[୩]
ଆଧାର
ସମ୍ପାଦନା- ↑ ୧.୦ ୧.୧ "বাংলা সিনেমার আপনজন শমিত ভঞ্জ". anandabazar.com (in Bengali). 2018-04-07. Retrieved 2021-01-03.
- ↑ "বাংলার সিনেমার অরিজিনাল 'আধুনিক নায়ক' শমিত ভঞ্জ". Drishtibhongi দৃষ্টিভঙ্গি (in ବ୍ରିଟିଶ୍ ଇଂରାଜୀ). 2020-07-23. Retrieved 2021-01-03.
- ↑ "অরণ্যের দিনরাত্রির হরি ছিলেন তমলুকের 'আপনজন'". anandabazar.com (in Bengali). Retrieved 2021-01-03.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ସମିତ ଭଞ୍ଜ