ସବଆକ୍ୟୁଟ୍ ସ୍କ୍ଲେରୋଜିଂ ପାନଏନ୍ସେଫାଲାଇଟିସ୍
ସବଆକ୍ୟୁଟ୍ ସ୍କ୍ଲେରୋଜିଂ ପାନଏନ୍ସେଫାଲାଇଟିସ୍ ( SSPE ) ଏକ ପ୍ରଗତିଶୀଳଏନସେଫାଲାଇଟିସ ରୋଗ ଯାହା କ୍ରମାଗତ ମିଳିମିଳା ସଂକ୍ରମଣ ହେତୁ ସୃଷ୍ଟି ହୁଏ | [୩] ସାଧାରଣତଃ ପ୍ରାରମ୍ଭିକ ରୋଗର ୭ରୁ ୧୦ ବର୍ଷ ପରେ ଏହି ରୋଗ ଦେଖାଯାଏ । [୨] ପ୍ରାରମ୍ଭିକ ଲକ୍ଷଣଗୁଡ଼ିକରେ ସ୍ମୃତି ଶକ୍ତି ହ୍ରାସ ଏବଂ ଚିଡ଼ଚିଡ଼ା ସ୍ୱଭାବ ଦେଖାଯିବା ପରେ ଅନିଚ୍ଛାକୃତ ଝଟକା ଗତିବିଧି ହେବା ଦେଖାଯାଏ ।[୧] ରୋଗ ଜଟିଳ ହେଲେ ବାତ, ଏବଂ ଅନ୍ଧତ୍ୱ ଦେଖାଯାଏ । [୧]
Subacute sclerosing panencephalitis | |
---|---|
Dawson disease | |
ଲକ୍ଷଣ | Initial memory loss and irritability; followed by involuntary jerking movements[୧] |
ଆକ୍ରାନ୍ତ ସମୟ | 7-10 yrs after infection with measles[୨] |
କାରଣ | Measles virus[୩] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms, CSF analysis, EEG, medical imaging, brain biopsy[୩] |
ସଠିକ ରୋଗ ନିର୍ଣ୍ଣୟ | Viral encephalitis, autoimmune encephalitis, multiple sclerosis, Creutzfeldt-Jakob disease[୩] |
ପ୍ରତିକାର | Measles vaccine[୧] |
ଔଷଧ | Antivirals, antiseizure medication, antispasmodics[୧] |
ଚିକିତ୍ସା | Supportive care[୩] |
Prognosis | Usually fatal within 3 yrs[୧] |
ପୁନଃପୌନିକ | About 1 in 10,000 people infected by measles[୨] |
ଏହା ଟିକା ଷ୍ଟ୍ରେନ୍ଦ୍ୱାରା ହୁଏନି, ଏକ ପ୍ରକାର ପୃଥକ୍ ମିଳିମିଳା ଭୂତାଣୁ ଯୋଗୁ ହୁଏ ।[୩] ରୋଗ ଲକ୍ଷଣ, ସେରେବ୍ରୋସ୍ପାଇନାଲ ଫ୍ଲୁଇଡ ବିଶ୍ଳେଷଣ, ଇଇଜି ଫଳାଫଳ, ମେଡିକାଲ ଇମେଜିଙ୍ଗ ଓ ମସ୍ତିଷ୍କ ବାୟୋପ୍ସି କରି ଏହି ରୋଗ ନିର୍ଣ୍ଣୟ କରାଯାଏ । [୩] ପ୍ରାଥମିକ ମିଳିମିଳା ମସ୍ତିଷ୍କ ପ୍ରଦାହ, ତୀବ୍ର ମିଳିମିଳା ପରବର୍ତ୍ତୀ ମସ୍ତିଷ୍କ ପ୍ରଦାହ, ମିଳିମିଳା ଇନକ୍ଲୁଜନ ବଡି ମସ୍ତିଷ୍କ ପ୍ରଦାହ ଇତ୍ୟାଦି ରୋଗଠାରୁ ଏହି ରୋଗ ସମ୍ପୁର୍ଣ୍ଣ ସ୍ୱତନ୍ତ୍ର ।[୪]
ମିଳିମିଳା ଟୀକାକରଣଦ୍ୱାରା ଏହି ରୋଗ ପ୍ରତିରୋଧ କରାଯାଏ | [୧] ଏହି ରୋଗ ଆରୋଗ୍ୟସାଧ୍ୟ ନୁହେଁ । [୧] ଏହି ରୋଗ ଚିକିତ୍ସାରେ ରିବାଭିରିନ ଭଳି ଭୂତାଣୁରୋଧୀ, ବାତରୋଧି ଓ ସ୍ପାଜ୍ମରୋଧୀ ଔଷଧ ଦିଆଯାଏ । [୧] ରୋଗ ନିର୍ଣ୍ଣୟ ହେବାର ୩ ବର୍ଷ ମଧ୍ୟରେ ଅଧିକାଂଶ ବ୍ୟକ୍ତି ମୃତ୍ୟୁ ବରଣ କରନ୍ତି | [୧]
ମିଳିମିଳା ହେଉଥିବା ୧୦,୦୦୦ ଲୋକଙ୍କ ମଧ୍ୟରୁ ଏହି ରୋଗରେ ପ୍ରାୟ ଜଣେ ପ୍ରଭାବିତ ହୁଏ; ଯଦିଓ ୫ ବର୍ଷ ବୟସ ପୂର୍ବରୁ ମିଳିମିଳା ଭୋଗିଥିବା ପିଲାଙ୍କର ଏହା ଏକ ସାଧାରଣତଃ ରୋଗ ହୁଏ । [୨] [୫] ମିଳିମିଳା ବିରୁଦ୍ଧରେ ବ୍ୟାପକ ଟୀକାକରଣ ଯୋଗୁ ଏହି ରୋଗ ହାର ୯୦%ରୁ ଅଧିକ ହ୍ରାସ ପାଇଛି। [୧] ଏହି ଅବସ୍ଥା ମୁଖ୍ୟତଃ ଶିଶୁ ଏବଂ ଅଳ୍ପ ବୟସର ଯୁବକମାନଙ୍କୁ ପ୍ରଭାବିତ କରିଥାଏ | [୧] ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି | [୧] ଅବସ୍ଥା ପ୍ରଥମେ ୧୯୩୩ ମସିହାରେ ଡସନ୍ଦ୍ୱାରା ବର୍ଣ୍ଣନା କରାଯାଇଥିଲା | [୬]
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ "Subacute Sclerosing Panencephalitis Information Page | National Institute of Neurological Disorders and Stroke". www.ninds.nih.gov. Retrieved 16 May 2021.
- ↑ ୨.୦ ୨.୧ ୨.୨ ୨.୩ "Measles - Vaccine Preventable Diseases Surveillance Manual | CDC". www.cdc.gov (in ଆମେରିକୀୟ ଇଂରାଜୀ). 13 May 2019. Retrieved 16 May 2021.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ Rocke, Z; Belyayeva, M (January 2021). "Subacute Sclerosing Panencephalitis". PMID 32809508.
{{cite journal}}
: Cite journal requires|journal=
(help) - ↑ Fisher DL, Defres S, Solomon T (2015). "Measles-induced encephalitis". QJM. 108 (3): 177–182. doi:10.1093/qjmed/hcu113. PMID 24865261.
{{cite journal}}
: CS1 maint: multiple names: authors list (link) - ↑ Mekki, M; Eley, B; Hardie, D; Wilmshurst, JM (October 2019). "Subacute sclerosing panencephalitis: clinical phenotype, epidemiology, and preventive interventions". Developmental medicine and child neurology. 61 (10): 1139–1144. doi:10.1111/dmcn.14166. PMID 30680706.
- ↑ Morris, Huw (2005). Neurology Update: Reviews for Continuing Professional Development (in ଇଂରାଜୀ). Radcliffe Publishing. p. 77. ISBN 978-1-85775-722-4.