ସଂକ୍ଷିପ୍ତ ସମାଧାନ ହୋଇଥିବା ଅସ୍ପଷ୍ଟ ଘଟଣା ସିଣ୍ଡ୍ରୋମ

ଏକ କ୍ଷୁଦ୍ର ଘଟଣା ଯାହା ଏକ ବର୍ଷରୁ କମ୍ ପିଲାଙ୍କ ମଧ୍ୟରେ ସମାଧାନ ହୋଇଯାଇଛି ।

ସଂକ୍ଷିପ୍ତ ସମାଧାନ ହୋଇଥିବା ଅସ୍ପଷ୍ଟ ଘଟଣା ( BRUE ), ପୂର୍ବରୁ ପ୍ରତୀୟମାନ ଜୀବନ ପ୍ରତି ବିପଦପୂର୍ଣ୍ଣ ଘଟଣା ( ALTE ), ଏକ କ୍ଷୁଦ୍ର ଘଟଣା ଯାହା ଏକ ବର୍ଷରୁ କମ୍ ପିଲାଙ୍କ ମଧ୍ୟରେ ସମାଧାନ ହୋଇଯାଇଛି । [୧] ଘଟଣାରେ ଶ୍ୱାସକ୍ରିୟା ଅଭାବ, ଚର୍ମ ରଙ୍ଗ ପରିବର୍ତ୍ତନ, ଦୁର୍ବଳତା, ପ୍ରତିକ୍ରିୟାଶୀଳତା ହ୍ରାସ କିମ୍ବା କଥା ନ କ‌ହିବା ଅନ୍ତର୍ଭୁକ୍ତ ହୋଇପାରେ । [୧] ଏହି ଘଟଣା ଦେଖୁଥିବା ଲୋକ ପାଇଁ ଚିନ୍ତାର କାରଣ ହୋଇଥାଏ । [୧]

Acute life-threatening event (ALTE), near-miss sudden infant death syndrome[୧]
ଫାଇଲ:CentralCynosis.png
A brief episode of cyanosis may occur in a BRUE
ବିଭାଗPediatrics
ଲକ୍ଷଣLack of breathing, skin color change, weakness, decreased responsiveness, gagging[୧]
ଆକ୍ରାନ୍ତ ସମୟ< 1 yr old[୧]
ଅବଧିBrief[୧]
କାରଣUnknown[୧]
ସଠିକ ରୋଗ ନିର୍ଣ୍ଣୟGastroesophageal reflux, seizures, bronchiolitis, inborn errors of metabolism, heart arrhythmias, child abuse[୧]
ଚିକିତ୍ସାBrief observation, pulse oximetry[୧]
PrognosisGood[୧]
ପୁନଃପୌନିକ0.6 to 2.6 per 1,000 babies[୧]

ସଂଜ୍ଞା ଅନୁଯାୟୀ, ଡାକ୍ତରୀ ମୂଲ୍ୟାଙ୍କନ ସତ୍ତ୍ୱେ ଏହାର କାରଣ ଅଁଁଜ୍ଞାତ । [୧] କମ୍ ସଙ୍କଟରେ ଥିବା ପିଲା- ୬୦ ଦିନରୁ ଅଧିକ ପିଲା, ୩୨ ସପ୍ତାହ ଗର୍ଭଧାରଣ ବୟସ ପରେ ଜନ୍ମ ହୋଇଥିଲେ, ପ୍ରଥମ ଘଟଣା, ଏକ ମିନିଟରୁ କମ୍ ଲକ୍ଷଣ, ପରୀକ୍ଷାରେ କୌଣସି ଫଳାଫଳ ମିଳେନି । [୧] ଏହି ଗୋଷ୍ଠୀରେ କୌଣସି ନିର୍ଦ୍ଦିଷ୍ଟ ପରୀକ୍ଷା ଆବଶ୍ୟକ ନାହିଁ । [୧] କେତେକ ମାମଲାରେ ରିଫ୍ଲକ୍ସ, ବାତ, ବ୍ରୋଙ୍କିଓଲାଇଟିସ୍, ମେଟାବୋଲିଜିମର ଜନ୍ମିତ ତ୍ରୁଟି, ଅନିୟମିତ ହୃତ୍ ସ୍ପନ୍ଦନ, ଏବଂ ଶିଶୁ ନିର୍ଯାତନା ସହିତ ଜଡିତ ହୋଇପାରେ । [୧]

କମ୍ ବିପଦ ଥିବା ଲୋକମାନଙ୍କ ମଧ୍ୟରେ ପଲ୍ସ ଅକ୍ସିମେଟ୍ରି ସହିତ ଏକ ଘଣ୍ଟା କିମ୍ବା ଦୁଇ ଘଣ୍ଟା ପର୍ଯ୍ୟବେକ୍ଷଣ ହିଁ ଆବଶ୍ୟକ । [୧] ଯେଉଁମାନଙ୍କର ଅଧିକ ବିପଦ ରହିଛି ସେମାନଙ୍କ ମଧ୍ୟରେ ଏକ ଇକେଜି (EKG) ଏବଂ ଲହରା କାଶ ପାଇଁ ପରୀକ୍ଷା କରାଯାଇପାରେ । [୧] କେସ୍ ଆଧାରରେ ଏକ ଅତିରିକ୍ତ ପରୀକ୍ଷାମାନ କରାଯାଇପାରେ। [୧] ଯେଉଁମାନେ ୨୪ ଘଣ୍ଟାରୁ ଅଧିକ ହୋଇଥିଲେ ପର୍ଯ୍ୟବେକ୍ଷଣ ପାଇଁ ଆଡମିଶନ କରାଯାଇପାରେ ।[୧]

ସଂକ୍ଷିପ୍ତ ସମାଧାନ ହୋଇନଥିବା ଘଟଣାଗୁଡ଼ିକ ପ୍ରତି ୧୦୦୦ ଶିଶୁ ମଧ୍ୟରୁ ୦.୬ରୁ ୨.୬ ଜଣକୁ ପ୍ରଭାବିତ କରିଥାଏ ।[୧] ରୋଗ ନଥିବା ପିଲାଙ୍କ ସ‌ହିତ ମୃତ୍ୟୁ ସଙ୍କଟ ସମାନ, ପରବର୍ତ୍ତୀ ବର୍ଷରେ ୧%ରୁ କମ୍ ମୃତ୍ୟୁର ଆଶଙ୍କା ରହେ । [୧] [୨] ୨୦୧୬ରେ ବିଆରୟୁଇ (BRUE) ଶବ୍ଦ ଏଏଲଟିଇ (ALTE) ଶବ୍ଦକୁ ବଦଳାଗଲା । [୩]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ ୧.୨୧ Kondamudi, NP; Virji, M (January 2022). "Brief Resolved Unexplained Event". PMID 28722926. {{cite journal}}: Cite journal requires |journal= (help)
  2. Brand, Donald A.; Fazzari, Melissa J. (2018-06-01). "Risk of Death in Infants Who Have Experienced a Brief Resolved Unexplained Event: A Meta-Analysis". The Journal of Pediatrics (in ଇଂରାଜୀ). 197: 63–67. doi:10.1016/j.jpeds.2017.12.028. ISSN 0022-3476. PMID 29398048.
  3. "Tieder JS, Bonkowsky JL, Etzel RA, et al. Clinical Practice Guideline: Brief Resolved Unexplained Events (Formerly Apparent Life-Threatening Events) and Evaluation of Lower-Risk Infants: Executive Summary". Pediatrics. 138 (2): e20161488. May 2016. doi:10.1542/peds.2016-1488. ISSN 1098-4275. PMID 27474017.