ଶ୍ୟାମସୁନ୍ଦର ରାଜଗୁରୁ

ସାହିତ୍ୟ ଓ ସଙ୍ଗୀତ ଗବେଷକ

ଶ୍ୟାମସୁନ୍ଦର ରାଜଗୁରୁ (୧୮୬୬-୧୯୦୧) ଓଡ଼ିଶାର ଜଣେ ପ୍ରସିଦ୍ଧ ପ୍ରାବନ୍ଧିକ ଥିଲେ ।

ଶ୍ୟାମସୁନ୍ଦର ରାଜଗୁରୁ
Shyamasundara Rajaguru.jpg
ପ୍ରାବନ୍ଧିକ
ଜନ୍ମ ଓ ଜନ୍ମସ୍ଥାନ୧୮୬୬ ଫେବୃଆରୀ ୧୨
ପାରଳାଖେମୁଣ୍ଡି
ମୃତ୍ୟୁ୧୯୦୯ ଜୁଲାଇ ୧୭
ପାରଳାଖେମୁଣ୍ଡି
ଜାତୀୟତାଭାରତୀୟ
ଜୀବିକାଅଧ୍ୟାପକ, ସାହିତ୍ୟିକ, ସଙ୍ଗୀତଜ୍ଞ ଓ ପ୍ରାବନ୍ଧିକ
ପ୍ରସିଦ୍ଧିସାହିତ୍ୟ ବିଷୟରେ ଗବେଷଣା ଓ ପ୍ରବନ୍ଧ ,ଅବିଭକ୍ତ ଗଞ୍ଜାମର ପ୍ରଥମ ସ୍ନାତକ ଧାରୀ
ଜଣାଶୁଣା କାମ
ପ୍ରବନ୍ଧାବଳୀ
ପରିବାରରାଜଗୁରୁ ବଂଶ

ଜୀବନସମ୍ପାଦନ କରନ୍ତୁ

ବାଲ୍ୟ ଜୀବନ ଓ ଶିକ୍ଷାସମ୍ପାଦନ କରନ୍ତୁ

୧୮୬୬ ଖ୍ରୀଷ୍ଟାବ୍ଦରେ ପାରଳାର ସୁପରିଚିତ ରାଜଗୁରୁ ବଂଶରେ ଶ୍ୟାମସୁନ୍ଦର ରାଜଗୁରୁ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ରଘୁନାଥ ରାଜଗୁରୁ,ବାଲ୍ୟ ସମୟରେ ପ୍ରାଥମିକ ଶିକ୍ଷା ସମାପନ କରି କିଶୋର ବୟସରେ ସେ ସଂସ୍କୃତ ଓ ପରୋହିତ ଉଚିତ କର୍ମକାଣ୍ଡ ଅଧ୍ୟୟନ କରିଥିଲେ । ଏହା ପରେ ୧୮୮୨ରେ ଷୋହଳ ବର୍ଷ ବୟସରେ ସେ ଇଂରାଜୀ ଶିକ୍ଷା ପ୍ରାରମ୍ଭ କରି ୧୮୮୭ ମସିହାରେ ଖ୍ରୀଷ୍ଟାବ୍ଦରେ ପାରଳା ହାଇସ୍କୁଲରୁ ପ୍ରବେଶିକା ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ । ବ୍ରହ୍ମପୁର କଲେଜରୁ ୧୮୯୦ରେ ଏଫ୍ ଏ ଓ ରାଜମହେନ୍ଦ୍ର ଗଭର୍ଣ୍ଣମେଣ୍ଟ କଲେଜରୁ ୧୮୯୨ ଖ୍ରୀଷ୍ଟାବ୍ଦରେ ବି ଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ।[୧]

ରାଜବଂଶର ଅଧ୍ୟାପକସମ୍ପାଦନ କରନ୍ତୁ

ଏହା ପରେ ଶ୍ୟାମସୁନ୍ଦର ତତ୍କାଳିନ ପାରଳାର ଦ୍ୱିତୀୟ ରାଜକୁମାର ପଦ୍ମନାଭ ନାରାୟଣ ଦେବଙ୍କର ଅଧ୍ୟାପକ କାର୍ଯ୍ୟରେ ୧୮୯୨ ଖ୍ରୀଷ୍ଟାବ୍ଦ ମାର୍ଚ୍ଚ ୫ ତାରିଖରୁ ନିଯୁକ୍ତ ହୋଇଥିଲେ । ପରେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଅଧ୍ୟାପନା ଭାର ମଧ୍ୟ ସେ ଗ୍ରହଣ କରିଥିଲେ । ଓଡ଼ିଆ ଭାଷାକୁ ଗଞ୍ଜାମର ଅନ୍ୟତମ କଚେରି ଭାଷା ସ୍ୱରୂପରେ ଗୃହୀତ କରାଇବା ପାଇଁ ସେତେବେଳେ କେତେକ ନେତୃସ୍ଥାନୀୟ ଓଡ଼ିଆମାନେ ଉଦ୍ୟମ କରୁଥିଲେ । ଶ୍ୟାମସୁନ୍ଦର କଲେଜରେ ପଢ଼ି ସୁଦ୍ଧା ଏହି ଆନ୍ଦୋଳରେ ଯୋଗଦାନ କରିଥିଲେ । ଏହା କରାଇବା ଲାଗି ସେ ନିଜ ଛାତ୍ରାବାସରେ ପାରଳାର 'ଉତ୍କଳହିତୈଷିଣୀ ସଭା' ସଂସ୍ଥାପନ କରି ଆଜୀବନ ତାହାର ସଭାପତି ରୂପେ କାର୍ଯ୍ୟ ନିର୍ବାହ କରିଥିଲେ । ଏହା ପରେ ନିଜ ଅକ୍ଷୁର୍ଣ୍ଣ ପନ୍ଦର ବର୍ଷ କାଳ ପାରଳା ମ୍ୟୁନିସିପାଲିଟିର ସଭାପତି ରୂପେ ପରିଚାଳନ କରିଥିଲେ । ଏହା ଛଡ଼ା ସେ କିଛି ସମୟ ପାଇଁ ଶ୍ରୀକାକୋଲ ତାଲୁକା ବୋର୍ଡ଼ ଓ ଗଞ୍ଜାମ ଜିଲ୍ଲା ବୋର୍ଡ଼େ ସଭ୍ୟ ହୋଇ ସେ ନିଜ କର୍ତ୍ତବ୍ୟ ପାଳନ କରିଥିଲେ ।

ପାରଳାଖେମୁଣ୍ଡିର ଶ୍ରୀ ପଦ୍ମନାଭ ରଙ୍ଗାଳୟର ସକଳ ବନ୍ଦୋବସ୍ତ ଓ ପରିଚାଳନା ଭାର ଶ୍ୟାମସୁନ୍ଦର ନିଭାଉଥିଲେ । 'ଗଞ୍ଜାମ ନିଉସ୍' ନାମକ ଇଂରାଜୀ ସାପ୍ତାହିକ ପତ୍ରିକାର ସମ୍ପାଦକ ଭାବେ ମଧ୍ୟ କାମ କରିଥିଲେ ।[୧]

ସାହିତ୍ୟ ପ୍ରତି ଅବଦାନସମ୍ପାଦନ କରନ୍ତୁ

ଓଡ଼ିଆ ସାହିତ୍ୟ ପ୍ରତି ଶ୍ୟାମସୁନ୍ଦରଙ୍କ ଗଭୀର ଆଗ୍ରହ ଥିଲା । ପୁରାତନ ତାଳପତ୍ର ପୋଥି ଆଦି ସଙ୍ଗ୍ରହ କରି ପଢ଼ିବାରେ ସେ ସୁଖ ପାଉଥିଲେ । କର୍ଣ୍ଣାଟ ରାଗରାଗିଣୀରେ କେତେକ ଗୀତ ରଚନା କରି ସେ ଓଡ଼ିଶୀ ସଙ୍ଗୀତର ଦାକ୍ଷିଣାତ୍ୟ ରୀତିକୁ ଉନ୍ନତ କରିଥିଲେ । 'Feasts and Fasts of the Oriyas' ନାମକ ଖଣ୍ଡିଏ କ୍ଷୁଦ୍ର ସଂକଳନଟିଏ ରାଜଗୁରୁ ଲେଖିଥିଲେ । ଗଞ୍ଜାମ ଜିଲ୍ଲାରେ କଚେରୀରେ ତେଲୁଗୁ ବଦଳରେ ଓଡ଼ିଆ ଭାଷା ପ୍ରଚଳନ ପାଈଁ ରାଜଗୁରୁଙ୍କ ଭୂମିକା ଅତୁଳନୀୟ

ଦେହତ୍ୟାଗସମ୍ପାଦନ କରନ୍ତୁ

ପାରଳାର କୀର୍ତ୍ତିଚନ୍ଦ୍ର ଶ୍ରୀ ଗୌରଚନ୍ଦ୍ର ଗଜପତି ନାରାୟଣ ଦେବ ମହାରାଜ ସି ଆଇ ଇଙ୍କ ଅକାଳ ବିଯୋଗ ହେତୁ ନାବାଳକ ଯୁବରାଜ ମହୋଦୟ ମାନ୍ଦ୍ରାଜ ନଗରସ୍ଥ ନ୍ୟୁଇଂଟନ ରାଜକୁମାର ସ୍କୁଲରେ ସର୍କାରଙ୍କ ଆଦେଶମତେ ଶିକ୍ଷା ପ୍ରାପ୍ତ ହୋଇଥିଲେ । ସେହି ଦିନରୁ ରାଜଗୁରୁଙ୍କ ରାଜକୀୟ ସମ୍ପର୍କ ବନ୍ଦ ରହିଲା । ଏହା ଯୋଗୁଁ ରାଜଗୁରୁ ପୀଡ଼ିତ ହୋଇ ରୁଗ୍ଣ ହୋଇପଡ଼ିଲେ ।

୧୯୦୯ ମସିହାରେ ଶ୍ୟାମସୁନ୍ଦରଙ୍କ ପରଲୋକ ଗମନରେ ଦୁଃଖ ପ୍ରକାଶ କରି ଜିଲ୍ଲା କଲେକ୍ଟର ମ୍ୟୁନିସିପାଲିଟିର ବାର୍ଷିକ ରିପୋର୍ଟରେ ଉଲ୍ଲେଖ କରିଥିଲେ -

ଶ୍ୟାମସୁନ୍ଦର ରାଜଗୁରୁଙ୍କ ଅକାଳ ବିଯୋଗରେ କେବଳ ପାରଳାଖେମୁଣ୍ଡି ମ୍ୟୁନିସିପାଲିଟି ନୁହେଁ ମାତ୍ର ସମଗ୍ର ଗଞ୍ଜାମ କ୍ଷତିଗ୍ରସ୍ତ ହୋଇଅଛି ।

ରଚନାବଳୀସମ୍ପାଦନ କରନ୍ତୁ

ଓଡ଼ିଆ ଛନ୍ଦ ଓ ସାହିତ୍ୟ ଉପରେ ଶ୍ୟାମସୁନ୍ଦର ରାଜଗୁରୁ ଉତ୍କଳ ସାହିତ୍ୟ ପତ୍ରିକାରେ ଅନେକ ପ୍ରବନ୍ଧ ଲେଖିଥିଲେ । ତାଙ୍କ ଲିଖିତ ପ୍ରବନ୍ଧଗୁଡ଼ିକର ସଂକଳନ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା 'ପ୍ରବନ୍ଧାବଳୀ' ନାମରେ ପ୍ରକାଶିତ ହୋଇଅଛି ।

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ ପ୍ରବନ୍ଧାବଳୀ - ଶ୍ୟାମସୁନ୍ଦର ରାଜଗୁରୁ । ଓଡ଼ିଶା ସାହିତ୍ୟ ଏକାଡେମୀ, ୧୯୬୪ ।