ଶ୍ୟାମସୁନ୍ଦର ମହାପାତ୍ର (ଯାତ୍ରା କଳାକାର)
ଶ୍ୟାମସୁନ୍ଦର ମହାପାତ୍ର ଜଣେ ଓଡ଼ିଆ ଯାତ୍ରା ଅଭିନେତା, ନାଟ୍ୟକାର ଥିଲେ । ସେ କଳିଙ୍ଗ ନାଟ୍ୟ ପରିଷଦ ଓ ମଞ୍ଚପୁଷ୍ପ ଭଳି ଯାତ୍ରା ଅନୁଷ୍ଠାର ସ୍ଥାପନ କରିବା ସହିତ ଓଡ଼ିଶା ଅପେରା ଭଳି ଜଣାଶୁଣା ଯାତ୍ରାପାର୍ଟିରେ ଅଭିନୟ କରିଥିଲେ । ତାଙ୍କ ସ୍ମୃତିରେ ଶ୍ୟାମ-ଶକୁନ୍ତଳା ଟ୍ରଷ୍ଟ ପକ୍ଷରୁ ଯାତ୍ରା ସମ୍ରାଟ ଶ୍ୟାମସୁନ୍ଦର ମହାପାତ୍ର ସ୍ମୃତି ପୁରସ୍କାର ପ୍ରଦାନ କରାଯାଉଛି ।[୧][୨]
ଶ୍ୟାମସୁନ୍ଦର ମହାପାତ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୯୨୭ ଧାମନଗର, ଭଦ୍ରକ, ଓଡ଼ିଶା |
ମୃତ୍ୟୁ | ୫ ଅଗଷ୍ଟ ୧୯୮୧ ଭଦ୍ରକ | (ବୟସ ୫୩–୫୪)
ବୃତ୍ତି | (ଯାତ୍ରା) ଅଭିନେତା |
ଭାଷା | ଓଡ଼ିଆ |
ନାଗରିକତା | ଭାରତୀୟ |
ଜନ୍ମ ଓ ପ୍ରାରମ୍ଭିକ ଜୀବନ
ସମ୍ପାଦନାଶ୍ୟାମସୁନ୍ଦର ୧୯୨୭ ମସିହାରେ, ଭଦ୍ରକ ଜିଲ୍ଲାର ଧାମନଗର ଠାରେ ଏକ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିଲେ । ଆଇ.ଏ. ପଢ଼ା ଶେଷ କରି ସେ ଶିକ୍ଷକତା କରୁଥିବା ସମୟରେ ଯାତ୍ରା ଜଗତରେ କାମ କରିବା ଆରମ୍ଭ କରିଥିଲେ ।
ଅଭିନୟ ଜୀବନ
ସମ୍ପାଦନାଶିକ୍ଷକତା କରୁଥିବାବେଳେ ତାଙ୍କ ମାମୁଁ ଗଙ୍ଗାଧର ମହାପାତ୍ର ତାଙ୍କୁ ଯାତ୍ରାରେ କାମ କରିବାକୁ ଆହ୍ୱାନ ଦେଇଥିଲେ । ଗଙ୍ଗାଧର ବାବୁଙ୍କ ଦ୍ୱାରା ସାରୋରେ ଗଠିତ ଯାତ୍ରାଦଳର ଦାୟିତ ତାଙ୍କୁ ଦେଇଥିଲେ, ସେ ଯାହାର ନାମ ପରିବର୍ତ୍ତନ କରି କଳିଙ୍ଗ ନାଟ୍ୟ ପରିଷଦ ରଖିଥିଲେ । ନାଟ୍ୟକାର କୃଷ୍ଣପ୍ରସାଦ ବେହେରାଙ୍କ ରଚିତ ନାଟକ ରକ୍ତପୂଜା ଥିଲା ତାଙ୍କ ଅଭିନୀତ ପ୍ରଥମ ନାଟକ, ଯେଉଁଥିରେ ସେ ଅଧୀରଥ ଭୂମିକାରେ ଅଭିନୟ କରିଥିଲେ ।
କଳିଙ୍ଗ ନାଟ୍ୟ ପରିଷଦ ବନ୍ଦ ହୋଇଯିବା ପରେ, ସାରଦା କଳାକୁଞ୍ଜ (ନଗେଶପୁର) ଯାତ୍ରାଦଳରେ ଚାକିରୀ କରିଥିଲେ । ଏହାପରେ, ସେ ଓଡ଼ିଶା ଅପେରା ଓ ଜନନୀ ଗଣନାଟ୍ୟରେ ଚାକିରୀ କରିଥିଲେ । ସାରୋକୁ ଫେରି ସେ ପୁଣିଥରେ ଏକ ଯାତ୍ରାଦଳ, ମଞ୍ଚପୁଷ୍ପା ଗଢ଼ିଥିଲେ, ମାତ୍ର ଅର୍ଥ ଅଭାବରୁ ଏହା ଅଳ୍ପଦିନରେ ବନ୍ଦ ହୋଇଯାଇଥିଲା ।
ଅଭିନୀତ ଯାତ୍ରା
ସମ୍ପାଦନା- ରକ୍ତପୂଜା (କଳିଙ୍ଗ ନାଟ୍ୟ ପରିଷଦ)
- ଅଷ୍ଟଧା
- ସାତ୍ତ୍ୱିକ
- ବ୍ୟଭିଚାର
- ଅଙ୍ଗ ପ୍ରତ୍ୟଙ୍ଗ
- ଉପାଙ୍ଗର ପ୍ରୟୋଗ
- ଚନ୍ଦ୍ର ଶେଖର - ମୀରାକାଶିମ୍ ଭୂମିକାରେ
ଅଭିନୀତ କଥାଚିତ୍ର
ସମ୍ପାଦନା- ମଥୁରା ବିଜୟ (୧୯୭୯) - ଅକ୍ରୁର ଭୂମିକାରେ
ରଚିତ ନାଟକ
ସମ୍ପାଦନା- ଜାତୀୟ ପତାକା
- ମହିୟସୀ ମହିଳା
- ବାଲ୍ୟ ବିଧବା
- ଲବକୁଶ
- ବୁନିୟାଦ୍
- ଚନ୍ଦ୍ରଶେଖର
- ଛତ୍ରଶାଳ
- ଖାରବେଳ
- ବେଇମାନ୍
- ପ୍ରତିଦାନ
- ସୁଲ୍ତାନ୍ ମାମୁଦ୍
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ସଙ୍ଗୀତ ନାଟକ ଏକାଡେମୀ (ଯାତ୍ରା), ୧୯୮୦
ଆଧାର
ସମ୍ପାଦନା- ↑ "ସୁଧାକର ନନ୍ଦଙ୍କୁ 'ଯାତ୍ରା ସମ୍ରାଟ ସ୍ମୃତି ସମ୍ମାନ'". ସକାଳ (in Odia). ବାରିକପୁର. 18 August 2024. p. 13. Archived from the original on 20 August 2024. Retrieved 20 August 2024.
{{cite news}}
: CS1 maint: unrecognized language (link) - ↑ Ray, Snigdha (17 August 2024). "ଯାତ୍ରା ସମ୍ରାଟ ଶ୍ୟାମସୁନ୍ଦର ମହାପାତ୍ର ସ୍ମୃତି ପୁରସ୍କାର". ଓଡ଼ିଆ ପୁଅ. Archived from the original on 20 August 2024. Retrieved 20 August 2024.
ବାହାର ଲିଙ୍କ୍
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଶ୍ୟାମସୁନ୍ଦର ମହାପାତ୍ର