ଶୈଳେନ୍ଦ୍ର ଦ୍ୱିବେଦୀ

ଓଡ଼ିଆ ଲେଖକ

ଶୈଳେନ୍ଦ୍ର ଦ୍ୱିବେଦୀ(ଜନ୍ମ : ୨୪ ଅପ୍ରେଲ ୧୯୬୪) ଜଣେ ଓଡ଼ିଆ ସାହିତ୍ୟିକ । ମୁଖ୍ୟତଃ ପ୍ରବନ୍ଧ ଲେଖୁଥିବା ଶୈଳେନ୍ଦ୍ର, ଓଡ଼ିଶାର ବିଭିନ୍ନ ଖବରକାଗଜରେ ନିୟମିତ ସ୍ତମ୍ବ ମଧ୍ୟ ଲେଖନ୍ତି । ବୃତ୍ତିରେ ସେ ଜଣେ ପ୍ରଶାସନିକ ଅଧିକାରୀ ।[୧] ସେ ୧୯୬୪ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ବ୍ଲକର ତଳକୁସୁମା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ୧୯୮୫ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଶୈଳେନ୍ଦ୍ର ସ୍ନାତକୋତ୍ତର ଶିକ୍ଷା ଶେଷ କରିଛନ୍ତି । ୧୯୮୬ମସିହାରେ ସେ ଓଡ଼ିଶା ସରକାରଙ୍କ ଅଧିନରେ ସହକାରୀ ଶ୍ରମ ଅଧିକାରୀ ଭାବରେ କାର୍ଯ୍ୟାରମ୍ଭ କରିଥିଲେ । ଇତିମଧ୍ୟରେ ସେ ପଞ୍ଚାୟତିରାଜ, ମତ୍ସ ଓ ପଶୁପାଳନା, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ଆଦି ବିଭାଗରେ କାମ କରିସାରିଛନ୍ତି ।[୨]

ଜନ୍ମ ଓ ଜନ୍ମସ୍ଥାନଶୈଳେନ୍ଦ୍ର କୁମାର ଦ୍ୱିବେଦୀ
(1964-04-24) ୨୪ ଅପ୍ରେଲ ୧୯୬୪ (ବୟସ ୫୯)
ତଳକୁସୁମା, ପାଟକୁରା, କେନ୍ଦ୍ରାପଡ଼ା
ବୃତ୍ତିସାହିତ୍ୟିକ ଓ ପ୍ରଶାସକ
ବାସସ୍ଥଳୀଜଗନ୍ନାଥନଗର, ଭୁବନେଶ୍ୱର
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକତ୍ତୋର(କର୍ମଚାରୀ ପରିଚାଳନା ଓ ଶିଳ୍ପ)
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ
ଜୀବନସାଥୀସୁଚିସ୍ମିତା ଦ୍ୱିବେଦୀ
ସନ୍ତାନସମ୍ବୀତ, ସଂଚିତା
ପିତାମାତାନିକୁଞ୍ଜ କିଶୋର, କନକବାଳା
ୱେବସାଇଟ
ନିଜ ୱେବସାଇଟ

ପିଲାଦିନୁ କବିତା ଲେଖା ଆରମ୍ଭ କରିଥିବା ଶୈଳେନ୍ଦ୍ରଙ୍କର ଏଯାବତ ପ୍ରାୟ ୯ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇସାରିଛି ।

ରଚନାବଳୀ ସମ୍ପାଦନା

  • ଅସନ୍ତୁଷ୍ଟ ହେବାର ଅନୁରାଗ ଓ ଅନ୍ୟାନ୍ୟ ପ୍ରବନ୍ଧ - ୨୦୦୬
  • ମୁଖା - ୨୦୦୭
  • ମାୟାମିରିଗ - ୨୦୦୭
  • ଏକ ଚିତ୍ରବାଘର କାହାଣୀ - ୨୦୦୯
  • ଲୋହିତ ସୂର୍ଯ୍ୟର ଦେଶ - ୨୦୧୦
  • ପାହାଡ଼ ତଳର ଏକ ଗାଁ - ୨୦୧୦
  • ବୋଆ ସିନିୟରଙ୍କ ଶେଷଗୀତ - ୨୦୧୧
  • ନିଜନିଜ ନିର୍ବାଣ - ୨୦୧୨
  • ନିଜ ଭିତରେ ଆକାଶ - ୨୦୧୪


ଆଧାର ସମ୍ପାଦନା

  1. http://www.gaodisha.gov.in/encroachment/cadre/OAS_time_scale_view.php
  2. "ନିଜ କଥା". ଧରିତ୍ରୀ ମେଟ୍ରୋ ମିଜାଜ ୧୪/୦୬/୨୦୧୮ ପୃଷ୍ଠା ୩. Retrieved 15 June 2018.