ଶିଶିର କୁମାର ସାହୁ
ଶିଶିର କୁମାର ସାହୁ (ଜନ୍ମ: ୧୧ ଜୁନ ୧୯୮୮; ଜନ୍ମସ୍ଥାନ: କେନ୍ଦୁଝର) ଜଣେ ଭାରତୀୟ କଥାଚିତ୍ର ନିର୍ଦ୍ଦେଶକ ତଥା ଲେଖକ । ସେ ଫର୍ଚ୍ଚା (୨୦୧୭), ଚରିତ୍ର (୨୦୨୦), ଫାଲଗୁନ ଚୈତ୍ର (୨୦୨୩) ଭଳି କଥାଚିତ୍ର ପାଇଁ ଜଣାଶୁଣା ।
ଶିଶିର କୁମାର ସାହୁ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ବୃତ୍ତିସମୂହ |
|
ସକ୍ରିୟ ବର୍ଷ | ୨୦୧୪ – ଏବେଯାଏଁ |
ପ୍ରସିଦ୍ଧି | ଫାଲଗୁନ ଚୈତ୍ର, ଚରିତ୍ର (ଓଡ଼ିଆ କଥାଚିତ୍ର) |
ଜନ୍ମ, ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
ସମ୍ପାଦନା୧୯୮୮ ମସିହାର ଜୁନ ୧୧ ତାରିଖରେ ଶିଶିର କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ରେଙ୍ଗାଲି ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ତାଙ୍କ ପ୍ରାରମ୍ଭିକ ଶିକ୍ଷା ଶେଷ ହୋଇଥିଲା । ପରବର୍ତ୍ତୀ ସମୟରେ, ସେ ବିଜୁ ପଟ୍ଟନାୟକ ଫିଲ୍ମ ଓ ଟେଲିଭିଜନ ଅନୁଷ୍ଠାନରୁ ଶିକ୍ଷାଗ୍ରହଣ କରିଥିଲେ ।[୧]
ପେଷା
ସମ୍ପାଦନା୨୦୧୪ ମସିହାରେ, ସେ ଟିଭି ଧାରାବାହିକ ସିମ୍ବିଧାନ: ଦି ମେକିଂ ଅଫ୍ ଦି କନ୍ଷ୍ଟିଚ୍ୟୁସନ୍ ଅଫ୍ ଇଣ୍ଡିଆ ଜରିଆରେ ଜଣେ ସହ-ନିର୍ଦ୍ଦେଶକ ଭାବରେ କାମ କରିବା ଆରମ୍ଭ କରିଥିଲେ । ୨୦୧୬ ମସିହାରେ, ହିନ୍ଦୀ କଥାଚିତ୍ର ଜଗତର ଜଣାଶୁଣା ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକରଙ୍କ ଦ୍ୱାରା ନିର୍ମିତ ହିନ୍ଦୀ କଥାଚିତ୍ର ମହେଞ୍ଜୋଦାରୋରେ ସେ ସହ-ନିର୍ଦ୍ଦେଶକ ଭାବରେ କାମ କରିଥିଲେ ।[୧]
୨୦୧୭ ମସିହାରେ, ତାଙ୍କ ନିର୍ଦ୍ଦେଶିତ କ୍ଷୁଦ୍ର କଥାଚିତ୍ର ଫର୍ଚ୍ଚା ମୁକ୍ତିଲାଭ କରିଥିଲା । ଏହାପରେ ତାଙ୍କ ନିର୍ଦ୍ଦେଶନା ନିର୍ମିତ କଥାଚିତ୍ର ଚରିତ୍ର (୨୦୨୦), ଡାଲଚିନି (୨୦୨୨), ଫାଲଗୁନ ଚୈତ୍ର (୨୦୨୩),[୨] ମାଇଁ ସୁଇଟ୍ ହାଉସ୍ୱାଇଫ୍ (୨୦୨୩) ଆଦି ମୁକ୍ତିଲାଭ କରିଛି ।
ନିର୍ଦ୍ଦେଶିତ କଥାଚିତ୍ର
ସମ୍ପାଦନାଆଧାର
ସମ୍ପାଦନା- ↑ ୧.୦ ୧.୧ AMBALY, ANWESHA (10 September 2019). "Odia boy's Bolly tale of perseverance". The Telegraph (in Indian English). Bhubaneswar. Retrieved 19 November 2024.
- ↑ Hashtag, Bureau The News (2023-01-24). "Odia movie 'Phalguna Chaitra' by director duo Sisir-Peenaki set to release soon". The News Hash Tag (in ଆମେରିକୀୟ ଇଂରାଜୀ). Retrieved 2023-03-05.
- ↑ ""Charitra" Explores New Way Of Storytelling". My City Links (in English). 22 April 2021. Archived from the original on 13 December 2021. Retrieved 13 December 2021.
{{cite news}}
: CS1 maint: unrecognized language (link) - ↑ "[Watch] Odisha Director Duo Explores Family Ties In 'Phalguna Chaitra', Know The Release Date". odishabytes (in ଆମେରିକୀୟ ଇଂରାଜୀ). 2023-01-19. Retrieved 2023-03-05.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଶିଶିର କୁମାର ସାହୁ