ଶାହନାଜ ହୁସେନ

ଭାରତୀୟ ମହିଳ ବ୍ୟବସାୟୀ

ଶାହନାଜ ହୁସେନ (ଜନ୍ମ ୫ ନଭେମ୍ବର ୧୯୪୪) ଭାରତର ଶାହନାଜ ହୁସେନ ଗ୍ରୁପର ପ୍ରତିଷ୍ଠାତା, ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ଅଟନ୍ତି । ହର୍ବାଲ ସୌନ୍ଦର୍ଯ୍ୟ ଯତ୍ନ ଆନ୍ଦୋଳନକୁ ଆଗେଇ ନେବା ଏବଂ ଆୟୁର୍ବେଦର ଭାରତୀୟ ହର୍ବାଲ ଐତିହ୍ୟକୁ ନେଇ ସେ ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ଲାଭ କରିଛନ୍ତି ।[୧][୨][୩] ୨୦୦୬ ମସିହାରେ ବାଣିଜ୍ୟ ଏବଂ ଶିଳ୍ପ କ୍ଷେତ୍ରରେ ଅବଦାନ ପାଇଁ ତାଙ୍କୁ ଭାରତ ସରକାରଙ୍କଦ୍ୱାରା ଚତୁର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମଶ୍ରୀ ପ୍ରଦାନ କରାଯାଇଥିଲା ।[୪]

ଶାହନାଜ ହୁସେନ
ଶାହନାଜ ହୁସେନ
ଜନ୍ମ (1944-11-05) ୫ ନଭେମ୍ବର ୧୯୪୪ (ବୟସ ୭୯)
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନସେଣ୍ଟ. ମେରିଙ୍ କନଭେଣ୍ଟ ଇଣ୍ଟର କଲେଜ, ଆହ୍ଲାବାଦ, ଭାରତ
ବୃତ୍ତିଉଦ୍ୟୋଗୀ
ପୁରସ୍କାରପଦ୍ମଶ୍ରୀ
ୱେବସାଇଟshahnaz.in

ବାଣିଜ୍ୟିକ ବିଜ୍ଞାପନ ବିନା ଏକ ଆନ୍ତର୍ଜାତୀୟ ବ୍ରାଣ୍ଡ ପ୍ରତିଷ୍ଠା କରିବାର ସଫଳତାର କାହାଣୀ ବିଷୟରେ କହିବାକୁ ତାଙ୍କୁ ହାର୍ଭାର୍ଡ ବିଜନେସ ସ୍କୁଲଦ୍ୱାରା ନିମନ୍ତ୍ରଣ କରାଯାଇଥିଲା ଏବଂ ଏହା ଏକ ହାର୍ଭାର୍ଡ କେସ ଷ୍ଟଡିରେ ପରିଣତ ହୋଇଛି ଯାହା ଏହାର ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ ରହିଛି ।[୫][୬] ସେ ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (MIT), ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସର ଛାତ୍ରମାନଙ୍କୁ ମଧ୍ୟ ଅଧ୍ୟାପନା କରିଛନ୍ତି ।[୭] ରାଷ୍ଟ୍ରପତି ବାରାକ ଓବାମାଙ୍କ ଉଦ୍ୟୋଗୀମାନଙ୍କ ପାଇଁ ବିଶ୍ୱ ସମ୍ମିଳନୀରେ ଶହନାଜ ମଧ୍ୟ ଭାରତର ପ୍ରତିନିଧିତ୍ୱ କରିଛନ୍ତି । ୧୯୬୬ ମସିହାରେ, ସେ ସଫଳତା ପତ୍ରିକାର "ବିଶ୍ୱର ସର୍ବଶ୍ରେଷ୍ଠ ମହିଳା ଉଦ୍ୟୋଗୀ" ପୁରସ୍କାର ଲାଭ କରିଥିଲେ ।[୮]

ବ୍ୟକ୍ତିଗତ ଜୀବନ ସମ୍ପାଦନା

ଶାହନାଜ ହୁସେନ, ଆହ୍ଲାବାଦ ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ନାସିର ଉଲ୍ଲା ବେଗ ଏବଂ ହାଇଦ୍ରାବାଦ ସେନାର ସେନାଧ୍ୟକ୍ଷଙ୍କ ଝିଅ ସୟିଦା ବେଗମଙ୍କ ଝିଅ ଅଟନ୍ତି । ତାଙ୍କ ଜେଜେବାପା ଜଷ୍ଟିସ ସାମିହୁଲା ବେଗ ସଂଯୁକ୍ତ ପ୍ରଦେଶର ଜଣେ ବିଶିଷ୍ଟ ରାଜନେତା ଥିଲେ ଏବଂ ପରେ ସେ ହାଇଦ୍ରାବାଦ ହାଇକୋର୍ଟର ପ୍ରଧାନ ବିଚାରପତି ଭାବରେ କାର୍ଯ୍ୟ କରିଥିଲେ । ତାଙ୍କ ଦାଦା ମିର୍ଜା ହେମିଦୁଲ୍ଲା ବେଗ ଭାରତର ପୂର୍ବତନ ପ୍ରଧାନ ବିଚାରପତି ଥିଲେ ।

ଶାହନାଜ, ସେଣ୍ଟ ମେରି କନଭେଣ୍ଟ ଇଣ୍ଟର କଲେଜରେ ପ୍ରୟାଗରାଜରେ ଅଧ୍ୟୟନ କରିଥିଲେ । ସେ ନାସିର ହୁସେନଙ୍କୁ ଅଳ୍ପ ବୟସରେ ବିବାହ କରିଥିଲେ ଏବଂ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ସେ ଇରାନରେ ଆୟୁର୍ବେଦ ଅଧ୍ୟୟନ କରିଥିବାବେଳେ ନାସିର ହୁସେନ ତେହେରାନରେ ପୋଷ୍ଟ ହୋଇଥିଲେ । ଏହା ପରେ ସେ ପାଶ୍ଚାତ୍ୟର ଅଗ୍ରଣୀ ଅନୁଷ୍ଠାନ ଯଥା ହେଲିନା ରୁବିନାଷ୍ଟାଇନ, ସ୍କ୍ୱାର୍କକୋଫ୍, କ୍ରିଷ୍ଟାଇନ୍ ଭାଲ୍ମି, ଲାନକୋମ ଏବଂ କପେନେଗେନର ଲିନ ଭଳି କସମେଟିକ ଥେରାପି ଏବଂ କସମେଟୋଲୋଜିରେ ତାଲିମ ସମାପ୍ତ କରିଥିଲେ ।

୧୯୯୯ ମସିହାରେ ହୃଦ୍‌ଘାତରେ ନାସିରଙ୍କ ମୃତ୍ୟୁ ହୋଇଥିଲା । ସେମାନଙ୍କ ପୁଅ ସମୀର ହୁସେନ ଯିଏକି ଜଣେ ରାପର ଥିଲେ; ୨୦୦୮ ମସିହାରେ ପାଟନାରେ ଆତ୍ମହତ୍ୟା କରିଥିଲେ ଏବଂ ସେମାନଙ୍କ ଝିଅ ନେଲୋଫର କୁରିମ୍ବୋ ତାଙ୍କ ଉତ୍ତରାଧିକାରୀ ଭାବରେ କାର୍ଯ୍ୟ କରୁଥିବା ଜଣାଯାଇଛି । ନେଲୋଫର ଶହନାଜ ହୁସେନଙ୍କ ଜୀବନୀ "ଫ୍ଲେମ"ର ଲେଖକ ଅଟନ୍ତି ।

ଶାହନାଜ ହୁସେନ ଗ୍ରୁପ ବିଷୟରେ ସମ୍ପାଦନା

ହର୍ବାଲ କେୟାର ଏବଂ ଆରୋଗ୍ୟର ଧାରଣା ଗ୍ରହଣ କରି ଶହନାଜ ୧୯୭୧ ମସିହାରେ ତାଙ୍କର ପ୍ରଥମ ହର୍ବାଲ କ୍ଲିନିକ ଖୋଲିଥିଲେ ଏବଂ ପରବର୍ତ୍ତୀ କିଛି ବର୍ଷ ମଧ୍ୟରେ ଶହନାଜ ହୁସେନ ନିଜର ଗ୍ରୁପ ଗଠନ କରିଥିଲେ । ନିର୍ଦ୍ଦିଷ୍ଟ ଚର୍ମ ଏବଂ କେଶ ସମସ୍ୟା ପାଇଁ ସେ ଚିକିତ୍ସା ଯୋଗ୍ୟ ଉତ୍ପାଦ ସୃଷ୍ଟି କରିଥିଲେ, ଏବଂ ଚର୍ମର ଯତ୍ନ ପାଇଁ ପ୍ରିମିୟମ ରେଞ୍ଜ ଯେପରିକି ୨୪ କ୍ୟାରେଟ ସୁନା, ଅମ୍ଳଜାନ, ହୀରା, ମୋତି, ପ୍ଲାଣ୍ଟ ଷ୍ଟେମ ସେଲ ଏବଂ ପ୍ଲାଟିନମ ରେଞ୍ଜ ତିଆରି କରିଥିଲେ । କମ୍ପାନୀ http://shahnaz.in.ରେ[permanent dead link] ମଧ୍ୟ ଏହାର ଉତ୍ପାଦକୁ ଅନଲାଇନରେ ବିକ୍ରି କରୁଛନ୍ତି । ଶାହନାଜ ହୁସେନଙ୍କ ଗ୍ରୁପରେ ସାରା ବିଶ୍ୱରେ ୪୮୦ରୁ ଅଧିକ ଫ୍ରାଞ୍ଚାଇଜ ଉଦ୍ୟୋଗ ରହିଛି । ୧୯୭୯ ମସିହାରେ କଲିକତାରେ ପ୍ରଥମ ଫ୍ରାଞ୍ଚାଇଜ କ୍ଲିନିକ ଖୋଲିଥିଲା । ଗୋଟିଏ ବର୍ଷ ମଧ୍ୟରେ ଭାରତରେ ୮୦ଟି ଶହନାଜ ହର୍ବାଲ ଫ୍ରାଞ୍ଚାଇଜ କ୍ଲିନିକ ଖୋଲିଥିଲା । ୧୯୮୨ ମସିହାରେ ଲଣ୍ଡନରେ ପ୍ରଥମ ବିଦେଶୀ ଶାହନାଜ ହର୍ବାଲ ଫ୍ରାଞ୍ଚାଇଜ କ୍ଲିନିକ ଖୋଲା ଯାଇଥିଲା ।

ଆଧାର ସମ୍ପାଦନା

  1. "International Acclaim of Ayurveda Herbal Beauty". By CSR VISION. Archived from the original on 2020-05-21. Retrieved 2023-09-23.
  2. "The Global Ambassador of Ayurveda in the beauty and wellness sector". medium.com. 5 January 2017.
  3. "Ayurveda's Story of World Domination". The Lucknow Observer. 5 July 2016.
  4. "Fourth highest civilian awards from the Government of India, presented by the President of India". Ministry of Home Affairs (Govt. of India). Archived from the original on 2020-05-11. Retrieved 2023-09-23.
  5. "Shahnaz Husain shares her secrets behind establishing an international brand". Brand Equity.
  6. "Shahnaz Husain now a subject at Harvard Business School". The Tribune. India. 25 February 2017. Retrieved 21 January 2019.
  7. "Visit to MIT". TIMES OF INDIA. 8 May 2013.
  8. "World Greatest Woman Entrepreneur Award". INDIA TODAY. 15 June 1996.