ଶଶିମଣି ଦେବୀ

ବଡ଼ଦେଉଳର ଶେଷ ଭିତର ଗାଉଣୀ ଦେବଦାସୀ

ଶଶିମଣି ଦେବୀ ଜଣେ ଓଡ଼ିଶାର ଜଣେ ଦେବଦାସୀ ଥିଲେ । ସେ ପୁରୀର ଦୋଳମଣ୍ଡପ ସାହିରେ ବାସ କରୁଥିଲେ । ୧୨ବର୍ଷ ବୟସରୁ ସେ ଜଗନ୍ନାଥ ମନ୍ଦିରରେ ଜଗମୋହନରେ ଜଗନ୍ନାଥଙ୍କ ସମ୍ମୁଖରେ ୬୭ ବର୍ଷ ଧରି [୧] ପାରମ୍ପରିକ ମାହାରୀ ନୃତ୍ୟ ପରିବେଷଣ କରୁଥିଲେ । ଜଗନ୍ନାଥ ମନ୍ଦିରରେ ବିଭିନ୍ନ ଦୈନିକ ନୀତି ଯଥା: ସକାଳ ଧୂପ, ସଞ୍ଜ ଧୂପ ଏବଂ ନନ୍ଦୋତ୍ସବ, ଚନ୍ଦନଯାତ୍ରା ଓ ଅନ୍ୟାନ୍ୟ ପର୍ବପର୍ବାଣିରେ ସେ ମାହାରୀ ନୃତ୍ୟକରୁଥିଲେ । ୨୦୧୫ ମସିହା ମାର୍ଚ୍ଚ ୧୯ ତାରିଖରେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତାରେ ତାଙ୍କ ଦେହାନ୍ତ ଘଟିଛି । ଶଶିମଣିଙ୍କ ପରଲୋକ ପରେ ଶ୍ରୀଜଗନ୍ନାଥ ମନ୍ଦିର ଦେବଦାସୀ ପରମ୍ପରା ଭିତର ଗାଉଣୀ ସମ୍ପ୍ରଦାୟ ଲୋପ ପାଇଛି ।[୨] [୩]

ଶଶିମଣି ଦେବୀ
ମୃତ୍ୟୁ୧୯ ମାର୍ଚ୍ଚ ୨୦୧୫ (୯୨ ବର୍ଷ)
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଦେବଦାସୀ, ମାହାରୀ ନୃତ୍ୟଶିଳ୍ପୀ

ପ୍ରାରମ୍ଭିକ ଜୀବନ ସମ୍ପାଦନା

ଶଶିମଣି ୧୨ବର୍ଷ ବୟସରରେ ଜଗନ୍ନାଥଙ୍କ ଆଗରେ ମାହାରୀ ନାଚିବା ଆରମ୍ଭ କରିଥିଲେ । ଜଗନ୍ନାଥ ମନ୍ଦିର ଜଗମୋହନରେ ପରମ୍ପରା ଅନୁଯାୟୀ ମାହାରୀ ନୃତ୍ୟ ପରିବେଷଣ କରିବା ସହିତ ଚନ୍ଦନଯାତ୍ରା ସମୟରେ ସେ ଦେବଦାସୀ ନୃତ୍ୟକରୁଥିଲେ । [୩]

ଅସୁସ୍ଥତା ଓ ଦେହାନ୍ତ ସମ୍ପାଦନା

ଅସୁସ୍ଥତା ଯୋଗୁଁ ପ୍ରାୟ ୭ବର୍ଷ ହେଲା ଶଶିମଣି ମନ୍ଦିର ଯାଇ ପାରୁ ନଥିଲେ । ସେ ଜଗନ୍ନାଥଙ୍କ ପାଇଁ ସାବିତ୍ରୀବ୍ରତ ପାଳନ କରୁଥିଲେ । ଶଶିମଣି ଧର୍ମପୁଅଙ୍କ ଘରେ ଆଶ୍ରୟ ନେଇଥିଲେ । ମାହାରୀ ନୃତ୍ୟଶିଳ୍ପୀ ରୂପଶ୍ରୀ ମହାପାତ୍ର ଶଶିମଣିଙ୍କୁ ଆଦର୍ଶ ଭାବେ ଗ୍ରହଣକରି ତାଙ୍କ ସେବାଶୁଶ୍ରୂସା କରୁଥିଲେ । ଶେଷ ଜୀବନରେ ଅର୍ଥାଭାବ ଯୋଗୁ ତାଙ୍କର ଚିକିତ୍ସା ଠିକ ଭାବେ ହୋଇପାରୁନଥିଲା। ସଂସ୍କୃତି ବିଭାଗର କଳାକାର ଭତ୍ତା ତାଙ୍କୁ ଅନିୟମିତ ଭାବେ ବଦଳୁଥିଲା । ଶଶିମଣିଙ୍କ ଶରୀର ଫୁଲିଯିବା ସହ ଦୁଇଗୋଡ଼ ଅଚଳ ହୋଇପଡିଥିଲା । ୨୦୧୫ ମସିହା ମାର୍ଚ୍ଚ ୧୯ ତାରିଖ ଦିନ ପୁରୀର ଦୋଳମଣ୍ଡପ ସାହିରେ ୯୨ ବର୍ଷ ବୟସରେ ଦେହାନ୍ତ ହୋଇଥିଲା। ସ୍ୱର୍ଗଦ୍ୱାରରେ ଶଶିମଣିଙ୍କ ଶବଦାହ କରାଯାଇଥିଲା । [୩]

ଆଧାର ସମ୍ପାଦନା

  1. "Home Entertainment Odisha Tourism Odisha Info Education Literature Fun Adda Odisha Jobs Odisha's last Devadasi Sashimani passes away at 92". Archived from the original on 10 May 2015. Retrieved 23 March 2015.
  2. "Odisha's last Devadasi Sashimani passes away at 92". The Odisha Sun Times. 19 March 2015. Retrieved 23 March 2015.
  3. ୩.୦ ୩.୧ ୩.୨ "ଅପୂର୍ଣ୍ଣ ରହିଲା ନବକଳେବର ଦର୍ଶନ ଇଚ୍ଛା: ଶେଷ ଦେବଦାସୀଙ୍କ ଦେହାନ୍ତ". ସମାଜ. ୨୦ ମାର୍ଚ୍ଚ ୨୦୧୫. {{cite news}}: |access-date= requires |url= (help); Check date values in: |date= (help)