ଶଲାବୁଢ଼ା
ଶଲାବୁଢ଼ା ୨୦୧୨ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଳାଧଳା ସିନେମା । ଏହା ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିଲା ।[୧]
ଶଲାବୁଢ଼ା | |
---|---|
ନିର୍ଦ୍ଦେଶକ | ସବ୍ୟସାଚୀ ମହାପାତ୍ର |
ପ୍ରଯୋଜକ | ସୁଶାନ୍ତ ମହାପାତ୍ର |
ସଂଳାପ | କପିଳେଶ୍ୱର ପ୍ରସାଦ ମହାପାତ୍ର |
କାହାଣୀ | କପିଳେଶ୍ୱର ପ୍ରସାଦ ମହାପାତ୍ର |
କଳାକାର | ଅଟଳ ବିହାରୀ ପଣ୍ଡା,ରତନ ମେହେର,ପୃଥ୍ୱୀରାଜ |
ସଙ୍ଗୀତ | ପଙ୍କଜ ଜାଲ, ଘାସିରାମ ମିଶ୍ର |
ଚିତ୍ରଗ୍ରହଣ | ଓମପ୍ରକାଶ ମହାପାତ୍ର |
ସମ୍ପାଦକ | ରାଜେନ୍ଦ୍ର ମହାପାତ୍ର |
ମୁକ୍ତିଲାଭ ତାରିଖ | ୨୦୧୨ |
କଥାଚିତ୍ରର ସମୟ | ୯୦ ମିନିଟ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଗ୍ରାମୀଣ ପୃଷ୍ଠଭୂମି ଉପରେ ପର୍ଯ୍ୟବସିତ ଏହି ଚଳଚ୍ଚିତ୍ରଟିର ନାୟକ ଜଣେ ଉଦାର ବୟସ୍କ ବ୍ୟକ୍ତି । ଦୁର୍ଭିକ୍ଷ ଭଳି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସେ କିପରି ଗ୍ରାମବାସୀମାନଙ୍କୁ ସାହାଯ୍ୟ କରିବା ଜାରୀ ରଖିପାରିଛନ୍ତି ତାହା ଏହି ଚଳଚ୍ଚିତ୍ରରେ ଦର୍ଶାଯାଇଛି ।[୨]
କଥାଚିତ୍ରଟିର କାହାଣୀ ସବ୍ୟସାଚୀଙ୍କ ପିତା କପିଳେଶ୍ୱର ପ୍ରସାଦ ମହାପାତ୍ରଙ୍କଦ୍ୱାରା ଲିଖିତ । ଏହାର ପ୍ରଯୋଜନା କରିଛନ୍ତି ତାଙ୍କ ଭାଇ ସୁଶାନ୍ତ ମହାପାତ୍ର । ଭାଇ ଓମପ୍ରକାଶ ଓ ରାଜେନ୍ଦ୍ର ଯଥାକ୍ରମେ କ୍ୟାମେରା ପରିଚାଳନା ଓ ସମ୍ପାଦନା ଦାୟିତ୍ୱରେ ଅଛନ୍ତି । ସବ୍ୟସାଚୀଙ୍କ ପୁତ୍ର ଚୋଡ଼ଗଙ୍ଗ ମହାପାତ୍ର ଏହି ଚଳଚ୍ଚିତ୍ରର ସହନିର୍ଦ୍ଦେଶକ ଅଟନ୍ତି । ଚଳଚ୍ଚିତ୍ରରେ ସ୍ୱର ସଂଯୋଜନା କରିଛନ୍ତି ପଙ୍କଜ ଜାଲ ଓ ଘାସିରାମ ମିଶ୍ର । ମୁଖ୍ୟ ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ୮୩ ବର୍ଷ ବୟସ୍କ ନାଟ୍ୟକର୍ମୀ ଅଟଳ ବିହାରୀ ପଣ୍ଡା । ଚଳଚ୍ଚିତ୍ରଟିରେ ଅଟଳ ବିହାରୀଙ୍କ ସମେତ ଅନେକ ନୂଆ କଳାକାରମାନଙ୍କୁ ସୁଯୋଗ ଦିଆଯାଇଛି ।[୩]
ଅଭିନୟରେ
ସମ୍ପାଦନା‘ଶଲାବୁଢ଼ା’ କଥାଚିତ୍ରରେ ଅଭିନୟ କରିଥିବା ପ୍ରମୁଖ କଳାକାରବୃନ୍ଦ :
- ଅଟଳ ବିହାରୀ ପଣ୍ଡା
- ରତନ ମେହେର
- ପୃଥ୍ୱୀରାଜ
- ତପସ୍ୱିନୀ ଗୁରୁ
- ପୁରୁଷୋତ୍ତମ ମିଶ୍ର
- ପ୍ରଦ୍ୟୁମ୍ନ ସାହୁ
- ରୋଜାଲିନ ଷଢ଼ଙ୍ଗୀ
- ବିନୋଦ ପାତ୍ର
- ଗୋପାଳ ପ୍ରଧାନ
- ବିଜୟ ତ୍ରିପାଠୀ
- ଗଦାଧର ବାରିକ
- ବାଞ୍ଛାନିଧି ପଟ୍ଟନାୟକ
ପୁରସ୍କାର ଏବଂ ସମ୍ମାନ
ସମ୍ପାଦନାଆଧାର
ସମ୍ପାଦନା- ↑ "ଏହି ପପୁଲାର ନିର୍ଦ୍ଦେଶକଙ୍କ ସହ କାମ କରିନାହାନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ". OdishaLIVE. 31 May 2018. Archived from the original on 27 March 2020. Retrieved 27 August 2018.
- ↑ http://www.telegraphindia.com/1131019/jsp/odisha/story_17468715.jsp#.UrFWICesdJE
- ↑ http://www.orissadiary.com/CurrentNews.asp?id=45802[permanent dead link]
- ↑ http://www.dailypioneer.com/state-editions/bhubaneswar/sala-budha--a-tale-of-human-values-generosity-sabyasachi.html
- ↑ "ଆର୍କାଇଭ୍ କପି". Archived from the original on 2013-11-29. Retrieved 2013-12-18.
{{cite web}}
: Cite has empty unknown parameter:|1=
(help) - ↑ ସମାଜ ୧୮୧୨୨୦୧୩ ପୃଷ୍ଠା ୧୪
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଶଲାବୁଢ଼ା