ଲୋକନାଥ ବେହେରା

ଭାରତୀୟ ପୁଲିସ ସେବା ଅଧିକାରୀ

ଲୋକନାଥ ବେହେରା ଜଣେ ଓଡ଼ିଶାରେ ଜନ୍ମିତ ଭାରତୀୟ ପୋଲିସ ସେବା (ଆଇପିଏସ୍) ଅଧିକାରୀ । ସେ ବର୍ତ୍ତମାନ କେରଳ ରାଜ୍ୟ ପୋଲିସ ମୁଖ୍ୟ ତଥା ମହାନିର୍ଦ୍ଦେଶକ (ଡିଜିପି) ଭାବରେ କାର୍ଯ୍ୟରତ । ସେ କେରଳର ପୂର୍ବତନ ଭିଜିଲାନ୍ସ ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ଭାରତର ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ପରେ ଟିପି ସେନକୁମାରଙ୍କୁ କେରଳ ରାଜ୍ୟ ପୋଲିସ ମୁଖ୍ୟ ତଥା ପୋଲିସ୍ ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯିବା ପରେ ସେ କେରଳର ପୂର୍ବତନ ଭିଜିଲାନ୍ସ ନିର୍ଦ୍ଦେଶକ ଥିଲେ । [୨]

ଲୋକନାଥ ବେହେରା

ଭାରାତୀୟ ପୁଲିସ ସେବା
Born (1961-06-17) ୧୭ ଜୁନ ୧୯୬୧ (ବୟସ ୬୨)
Alma materଉତ୍କଳ ବିଶ୍ୱବିଦ୍ୟାଳୟ
Awards ରାଷ୍ଟ୍ରପତି ପଦକ
Police career
Current statusକେରଳ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ
Departmentକେରଳ ପୁଲିସ
Badge number19851041[୧]
Countryଭାରାତୀୟ ପୁଲିସ ସେବା
Rankପୁଲିସ ମହାନିର୍ଦ୍ଦେଶକ, କେରଳ

ଶିକ୍ଷା ସମ୍ପାଦନା

ବେହେରା ଉତ୍କଳ ବିଶ୍ୱବିଦ୍ୟାଳୟରୁ ଭୂବିଜ୍ଞାନରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ।

ବୃତ୍ତି ସମ୍ପାଦନା

ବେହେରା ୧୯୮୫ରେ ଆଇପିଏସରେ ନିଯୁକ୍ତ ହୋଇ କେରଳ କ୍ୟାଡରରେ ଯୋଗ ଦେଇଥିଲେ ।[୩] ସେ କେରଳରେ ସହାୟକ ପୁଲିସ ଅଧିକ୍ଷକ( ଏ ଏସ ପି) ଭାବରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ସେ କୋଚିରେ ପୋଲିସ୍ କମିଶନର ଏବଂ ଥିରୁବନନ୍ତପୁରମରେ ପୁଲିସ ଡିସିପି ଭାବରେ କାର୍ଯ୍ୟ କରିଥିଲେ । ଏହା ପରେ ସେ ଏସପି ଏବଂ ପରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋରେ ଡିଜି ଭାବରେ ନିଯୁକ୍ତ ହୋଇଥିଲେ । ସେ ଗ୍ରାହାମ୍ ଷ୍ଟେନସ୍ ହତ୍ୟା ମାମଲା, ପୁରୁଲିଆ ଅସ୍ତ୍ର ଡ୍ରପ୍ ମାମଲା, ମୁମ୍ବାଇ ସିରିଏଲ ବ୍ଲାଷ୍ଟ ମାମଲା ଇତ୍ୟାଦି ସମ୍ବେଦନଶୀଳ ମାମଲାର ଅନୁସନ୍ଧାନରେ ଜଡ଼ିତ ଥିଲେ । ୨୦୦୯ରେ, ସେ ଜାତୀୟ ଅନୁସନ୍ଧାନ ସଂସ୍ଥାନ (NIA)ରେ ଯୋଗ ଦେଇଥିଲେ ଏବଂ ସେ ଏହାର ପ୍ରତିଷ୍ଠାତା ସଦସ୍ୟମାନଙ୍କ ମଧ୍ୟରୁ ଜଣେ ଥିଲେ ।[୪] ଜାତୀୟ ଅନୁସନ୍ଧାନ ସଂସ୍ଥାନରେ, ସେ ଆତଙ୍କବାଦ ଫାଇନାନ୍ସ ଏବଂ ନକଲି ମୁଦ୍ରା ବିଶେଷଜ୍ଞ ବିଭାଗର ନେତୃତ୍ୱ ନେଇଥିଲେ ।[୫] କେରଳର ଡିଜିପି ଭାବରେ ନିଯୁକ୍ତ ହେବା ପୂର୍ବରୁ ସେ କେରଳ ଅଗ୍ନିଶମ ଏବଂ ଉଦ୍ଧାର ସେବା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ୨୦୧୦ରେ ଡେଭିଡ ହେଡଲିଙ୍କୁ ପ୍ରଶ୍ନ କରିବା ପାଇଁ ଆମେରିକା ଯାଇଥିବା ଦଳର ସେ ଜଣେ ସଦସ୍ୟ ଥିଲେ ।[୬]

ପୁରସ୍କାର ସମ୍ପାଦନା

ଜାତୀୟ ଅନୁସନ୍ଧାନ ସଂସ୍ଥାନରେ ଥିବା ସମୟରେ, ବେହେରାଙ୍କୁ ରାଷ୍ଟ୍ରପତି ପଦକରେ ସମ୍ମାନୀତ କରାଯାଇଥିଲା ।[୭]

ଆଧାର ସମ୍ପାଦନା

  1. "IPS Civil List 2014". dtf.in. Disciplinary & Transparency forum. Retrieved 31 May 2016.
  2. "Kerala Government issues order to reinstate Senkumar as DGP". The New Indian Express. Retrieved 2017-05-08.
  3. "IPS Civil List". mha.nic.in. Ministry of Home Affairs. Archived from the original on 20 March 2018. Retrieved 31 May 2016.
  4. "Lokanath Behera". Secure Cities 2015. Security Watch India. Archived from the original on 25 June 2016. Retrieved 31 May 2016.
  5. "Jury members for the LEA awards". DSCI. Retrieved 31 May 2016.
  6. "Sushilkumar Shinde rubbishes allegations of manipulating Ishrat Jahan case file". India Today. 4 March 2016. Retrieved 31 May 2016.
  7. "2009 PMDS awardees" (PDF). Press Information Bureau. Government of India. Retrieved 31 May 2016.