ଲେମାଙ୍ଗ
ଲେମାଙ୍ଗ (ମିନାଙ୍ଗକାବାଉ: ଲାମାଙ୍ଗ) ହେଉଛି ଏକ ମିନାଙ୍ଗକାବାଉ[୭]ର ଏକ ପାରମ୍ପରିକ ଭୋଜନ ଅଟେ ଯାହା ଜାଉ ଭାତ, ନଡ଼ିଆ କ୍ଷୀର ଏବଂ ଲୁଣରୁ ପ୍ରସ୍ତୁତ ହୋଇଥାଏ । ଭାତ ବାଉଁଶରେ ନ ଲାଗିବା ପାଇଁ କଦଳୀ ପତ୍ରରେ ଆବୃତ ଏକ ଖାଲୁଆ ବାଉଁଶ ଟ୍ୟୁବରେ ରନ୍ଧା ଯାଇଥାଏ । ଇଣ୍ଡୋନେସିଆରୁ ଉତ୍ପନ୍ନ, ଏହା ସିଙ୍ଗାପୁର, ମାଲେସିଆ ଏବଂ ବ୍ରୁନେଇରେ ମଧ୍ୟ ଦେଖାଯାଏ । କାରଣ ଦକ୍ଷିଣ ପୂର୍ବ ଏସିଆରେ ବାଉଁଶରେ ରନ୍ଧା ଯାଇଥିବା ଜାଉ ଭାତ ସହିତ ପ୍ରସ୍ତୁତ ଖାଦ୍ୟ ସାଧାରଣ ଅଟେ ।
ଅନ୍ୟ ନାମ | ଲାମାଙ୍ଗା |
---|---|
ପ୍ରକାର | ଭାତ ଜାତୀୟ ଖାଦ୍ୟ |
ମୂଳ ସ୍ଥାନ | ଇଣ୍ଡୋନେସିଆ[୧][୨][୩] |
ଅଞ୍ଚଳ ବା ରାଜ୍ୟ | ପଶ୍ଚିମ ସୁମାତ୍ରା |
ସମ୍ବନ୍ଧିତ ଜାତୀୟ ଖାଦ୍ୟ | ଇଣ୍ଡୋନେସିଆ, ସିଙ୍ଗାପୁର, ମାଲେସିଆ,[୪][୫] Brunei[୬] |
ମୁଖ୍ୟ ଉପାଦାନ | ଜାଉ ଭାତ, ନଡ଼ିଆ କ୍ଷୀର |
|
ଇଦ ଉଲ-ଫିତର ଏବଂ ଇଦ ଉଲ-ଅଦାର ବାର୍ଷିକ ମୁସଲମାନ ଛୁଟିଦିନରେ ଦୈନିକ ଉପବାସର ସମାପ୍ତି ପାଇଁ ଲେମାଙ୍ଗ ପାରମ୍ପାରିକ ଭାବରେ ଖିଆଯାଏ ।[୮]
ଇତିହାସ
ସମ୍ପାଦନାବାଉଁଶରେ ପ୍ରସ୍ତୁତ ଏହି ଜାଉ ଭାତ ଦକ୍ଷିଣ-ପୂର୍ବ ଏସିଆ ସମ୍ପ୍ରଦାୟର ଏକ ସର୍ବବ୍ୟାପୀ ପାରମ୍ପାରିକ ଖାଦ୍ୟ ଭାବରେ ଜଣାଶୁଣା । ମୀନାଙ୍ଗକାବାଉ ସଂସ୍କୃତିରେ ଲେମାଙ୍ଗ କିମ୍ବା ଲାମାଙ୍ଗ ହେଉଛି ଏକ ପାରମ୍ପାରିକ ଖାଦ୍ୟ ଅଟେ, ଯାହାକୁ ଇଣ୍ଡୋନେସିଆ ଏବଂ ପଶ୍ଚିମ ସୁମାତ୍ରାର ବିଭିନ୍ନ ପାରମ୍ପାରିକ ସମାରୋହରେ ବ୍ୟବହୃତ କରାଯାଏ । ମୀନାଙ୍ଗକାବାଉ ପରମ୍ପରା ଅନୁଯାୟୀ ଲେମାଙ୍ଗ ରାନ୍ଧିବାର ପ୍ରକ୍ରିୟା ସର୍ବପ୍ରଥମେ ଶେଖ ବୁରହାନୁଦ୍ଦୀନଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା । ଅବଶ୍ୟ, ଲେମାଙ୍ଗ ଦକ୍ଷିଣ ପୂର୍ବ ଏସିଆ ଅଞ୍ଚଳର ଅନ୍ୟ ଜନଜାତିର ପାରମ୍ପାରିକ ଖାଦ୍ୟ ଭାବରେ ମଧ୍ୟ ଜଣାଯାଏ, ଏବଂ ସେମାନଙ୍କର ରନ୍ଧନ ପ୍ରଣାଳୀ ଏପର୍ଯ୍ୟନ୍ତ ବହୁ ପ୍ରାଚୀନ ଏବଂ ବାଉଁଶ ନଳୀ ସହିତ ପ୍ରାକୃତିକ ସାମଗ୍ରୀ ଏବଂ ଉପାଦାନ ଉପରେ ନିର୍ଭର କରେ ।[୯]
ଇଣ୍ଡୋନେସିଆର ପ୍ରାରମ୍ଭିକ ସାହିତ୍ୟରେ, ଲେମାଙ୍ଗ ବିଷୟରେ ମାରାହ ରୁସଲିଙ୍କ ୧୯୨୨ ମସିହାର ଉପନ୍ୟାସ ନର୍ବୟାରେ ଉଲ୍ଲେଖ କରାଯାଇଥିଲା, ଯେଉଁଥିରେ ମେରିଙ୍ଗଗୀହଙ୍କ ମନ୍ଦ ଯୋଜନା କାରଣରୁ ନର୍ବୟା ଅଜାଣତରେ ବିଷାକ୍ତ ଲେମାଙ୍ଗ ଖାଇଥିଲେ ।[୧୦]
ବଣ୍ଟନ ଏବଂ ପରମ୍ପରା
ସମ୍ପାଦନାଇଣ୍ଡୋନେସିଆରେ ଲେମାଙ୍ଗ ପଶ୍ଚିମ ସୁମାତ୍ରାର ମୀନାଙ୍ଗକାବାଉ ପରମ୍ପରା ସହିତ ଜଡିତ ।[୨][୧୧] ତଥାପି, ବାଉଁଶ ନଳୀର ବ୍ୟବହାର କରି ଭାତ ରାନ୍ଧିବାର ପ୍ରଣାଳୀ ଏହି କ୍ଷେତ୍ରରେ ବ୍ୟାପକ ଅଟେ, ଯେଉଁଥିରେ ବ୍ରୁନେଇ,[୧୨] ମୀନାହାସ, ଦୟାକ ଏବଂ ଓରଙ୍ଗର ଜନଜାତି ସାମିଲ ଅଛନ୍ତି । ଏହି ବ୍ୟଞ୍ଜନର ମୀନାହାସନ ସଂସ୍କରଣ ନାସୀ ଜହା ନାମରେ ଜଣାଯାଏ, ଯାହାକୁ ସମାନ ପଦ୍ଧତିରେ ରନ୍ଧାଯାଏ ।[୧୩]
ମୀନାଙ୍ଗକାବାଉ ପରମ୍ପରାରେ ଲେମାଙ୍ଗ ପ୍ରସ୍ତୁତି କରିବାର ପ୍ରଣାଳୀକୁ ମାଲାମାଙ୍ଗ କୁହାଯାଏ । ଲେମାଙ୍ଗ ନିଜେ ମୀନାଙ୍ଗ ଲୋକଙ୍କ ଏକତାକୁ ବର୍ଣ୍ଣନା କରିଥାଏ କାରଣ ଏହାର ପ୍ରସ୍ତୁତି ପ୍ରଣାଳୀ ସର୍ବଦା ଏକତ୍ର କରାଯାଇଥାଏ । ଲେମାଙ୍ଗ ଏବଂ ତପାଇ ତିଆରି କରିବା ସମୟରେ ଅନେକ ବିଧିକୁ ଅନୁସରଣ କରିବା ଜରୁରୀ ହୋଇଥାଏ । ସାଧାରଣତଃ ଲେମାଙ୍ଗ ଏବଂ ତପାଇ ନିଜର ଉପାଦାନରେ ଥିବା ରାସାୟନିକ ଉପାଦାନ ଦ୍ୱାରା ଉତ୍ପାଦିତ ଅନନ୍ୟ ସ୍ୱାଦ ପାଇଁ ପ୍ରସିଦ୍ଧ । ଏହି ପ୍ରସଙ୍ଗରେ ଲେମାଙ୍ଗ ଏବଂ ତପାଇର ଉତ୍ପତ୍ତି, ମୀନାଙ୍ଗକାବାଉ ଲୋକଙ୍କ ପରମ୍ପରାରେ ଲେମାଙ୍ଗର ଦର୍ଶନ, ଉପସ୍ଥାପନା ଏବଂ ବୈଜ୍ଞାନିକ ଦୃଷ୍ଟିକୋଣରୁ ଲେମାଙ୍ଗ ଏବଂ ତପାଇର ସ୍ୱାଦର ବୈଶିଷ୍ଟ୍ୟ ଉପରେ ଆଲୋଚନା କରାଯାଇଛି ।
ଇବାନ୍ ଲୋକମାନେ ସାଧାରଣତଃ ହରି ଗାୱାଇର ଅମଳ ପର୍ବ ଭଳି ଉତ୍ସବ ପାଇଁ ଲେମାଙ୍ଗ ପ୍ରସ୍ତୁତ କରନ୍ତି । ଲେମାଙ୍ଗ ସାଧାରଣତଃ ଚିକେନ୍ ତରକାରୀ ଭଳି ମାଂସ ଜାତୀୟ ବ୍ୟଞ୍ଜନ ସହିତ ଖିଆଯାଏ ।
ଆଧାର
ସମ୍ପାଦନା- ↑ "Lemang", Taste Atlas
- ↑ ୨.୦ ୨.୧ Eda Erwina (2014-05-08). "Lemang, Cerita Tradisi Malamang Dari Sumatera Barat". Merdeka.com (in ଇଣ୍ଡୋନେସୀୟ). Retrieved 2020-05-21.
- ↑ Azzahra, Dhiya Awlia (2020-05-20). "5 Fakta Unik Lemang, Makanan Khas Sumatra Saat Puasa dan Lebaran". idntimes.com (in ଇଣ୍ଡୋନେସୀୟ). Retrieved 2020-09-22.
- ↑ Vol. 3, pt. 2 comprises a monograph entitled: British Malaya, 1864-1867, by L.A. Mills, with appendix by C. O. Blagden, 1925.
- ↑ Journal of the Straits Branch of the Royal Asiatic Society, Issues 1-6, Royal Asiatic Society of Great Britain and Ireland. Malaysian Branch. 1878 - History
- ↑ Bahrum Ali; Bandar Seri Begwan (September 8, 2009), "'Lemang' stalls are found everywhere", The Brunei Times, archived from the original on December 10, 2015
- ↑ "Lamang dan Tradisi Malamang pada Masyarakat Minangkabau". Kemdikbud. Archived from the original on 2022-11-30. Retrieved 2024-11-03.
- ↑ Cecil Lee (September 22, 2009), "Travel Snapshot – Celebrate Hari Raya Aidilfitri With Lemang", Travel Feeder
- ↑ Yovani, Tania (December 2019). "Lamang tapai: the ancient Malay food in Minangkabau tradition". Journal of Ethnic Foods. 6 (1): 22. doi:10.1186/s42779-019-0029-z. S2CID 209325826.
- ↑ Kaya, Indonesia. "Warisan Sastra Indonesia Dalam Lantunan Lagu Dan Tarian Di Drama Musikal 'Siti Nurbaya (Kasih Tak Sampai)' | Liputan Budaya - Situs Budaya Indonesia". IndonesiaKaya (in ଇଣ୍ଡୋନେସୀୟ). Retrieved 2020-09-20.
- ↑ "Lemang". Tribunnewswiki.com (in ଇଣ୍ଡୋନେସୀୟ). 2019-07-18. Retrieved 2020-05-26.
- ↑ Bahrum Ali; Bandar Seri Begwan (September 8, 2009), "'Lemang' stalls are found everywhere", The Brunei Times, archived from the original on December 10, 2015
- ↑ "Jika Sumbar Punya Lamang, Minahasa Punya Nasi Jaha". Republika Online (in ଇଣ୍ଡୋନେସୀୟ). 2016-11-19. Retrieved 2020-09-20.