ଲେନଭାଟିନିବ

ଏହା ଏକ ଔଷଧ ଯାହା କେତେକ ପ୍ରକାରର ଥାଇରଏଡ କର୍କଟ, ବୃକ୍‌କୀୟ ଜୀବକୋଷ କର୍କଟ ଏବଂ ହେପାଟୋସେଲୁଲାର୍ କର୍କଟ ରୋଗମ

ଲେନଭାଟିନିବ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଲେନଭିମା, ଏକ ଔଷଧ ଯାହା କେତେକ ପ୍ରକାରର ଥାଇରଏଡ କର୍କଟ, ବୃକ୍‌କୀୟ ଜୀବକୋଷ କର୍କଟ ଏବଂ ହେପାଟୋସେଲୁଲାର୍ କର୍କଟ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] [୨] ଥାଇରଏଡ୍ କର୍କଟ ପାଇଁ, ଯେତେବେଳେ ରେଡିଓଆକ୍ଟିଭ୍ ଆୟୋଡିନ୍ ପ୍ରଭାବଶାଳୀ ହୁଏନି, ସେତେବେଳେ ଏହା ବ୍ୟବହୃତ ହୁଏ ।[୩] ଏହା ପାଟିରେ ଦିଆଯାଏ ।[୩]

ଲେନଭାଟିନିବ
Clinical data
Trade namesLenvima, Kisplyx, others
SynonymsE7080
AHFS/Drugs.commonograph
data
Pregnancy
category
  • AU: D
Routes of
administration
By mouth
Legal status
Legal status
  • AU: S4 (Prescription only)
  • US: ℞-only
  • EU: Rx-only
Pharmacokinetic data
Bioavailability85% (estimated)
Protein binding98–99%
MetabolismCYP3A4, aldehyde oxidase, non-enzymatic
MetabolitesDesmethyl-lenvatinib (M2) and others
Elimination half-life28 hours
Excretion~65% feces, 25% urine
Identifiers
  • 4-[3-Chloro-4-(cyclopropylcarbamoylamino)phenoxy]-7-methoxy-quinoline-6-carboxamide
Chemical and physical data
FormulaC21H19ClN4O4
Molar mass୪୨୬.୮୬ g·mol−1
3D model (JSmol)
  • C4CC4NC(=O)Nc3ccc(cc3Cl)Oc1ccnc(cc2OC)c1cc2C(=O)N
  • InChI=1S/C21H19ClN4O4/c1-29-19-10-17-13(9-14(19)20(23)27)18(6-7-24-17)30-12-4-5-16(15(22)8-12)26-21(28)25-11-2-3-11/h4-11H,2-3H2,1H3,(H2,23,27)(H2,25,26,28) checkY
  • Key:WOSKHXYHFSIKNG-UHFFFAOYSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତଚାପ, ତରଳ ଝାଡ଼ା, ଓଜନ ହ୍ରାସ, ଅଇ, ପାଟିରେ ପ୍ରଦାହ, ମୁଣ୍ଡବିନ୍ଧା ଏବଂ ରାସ ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ବୃକ୍‌କ ସମସ୍ୟା, ହୃଦ୍‌ପାତ, ରକ୍ତ ଜମାଟ ବାନ୍ଧିବା, ମସ୍ତିଷ୍କରେ ରକ୍ତସ୍ରାବ ଏବଂ ଯକୃତ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୩] ଏହା ଏକ ଏକ ଟାଇରୋସିନ୍ କାଇନେଜ ଇନହିବିଟର ଯାହା ଭିଇଜିଏଫଆର୧, ଭିଇଜିଏଫଆର୨ ଏବଂ ଭିଇଜିଏଫଆର୩ (VEGFR1, VEGFR2 ଏବଂ VEGFR3) ବିରୁଦ୍ଧରେ କାମ କରେ ।[୩]

୨୦୧୫ ମସିହାରେ ଯୁକ୍ତରାଷ୍ଟ୍ର ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଲେନଭାଟିନିବ ଅନୁମୋଦିତ ହୋଇଥିଲା [୩] [୧] ଯୁକ୍ତରାଷ୍ଟ୍ରରେ ଦୈନିକ ୧୦ ମିଗ୍ରା ବିଶିଷ୍ଟ ଏକ ମାସର ଏହି ଔଷଧର ମୂଲ ୨୦୨୧ ମସିହାର ପ୍ରାୟ ୨୧,୩୦୦ ଡଲାର ଥିଲା ।[୪]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "Lenvima". Archived from the original on 24 June 2021. Retrieved 21 November 2021.
  2. BNF 81: March-September 2021. BMJ Group and the Pharmaceutical Press. 2021. p. 1033. ISBN 978-0857114105.
  3. ୩.୦ ୩.୧ ୩.୨ ୩.୩ ୩.୪ "Lenvatinib Monograph for Professionals". Drugs.com (in ଇଂରାଜୀ). Archived from the original on 23 January 2021. Retrieved 21 November 2021.
  4. "Lenvima Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 16 January 2021. Retrieved 21 November 2021.