ଲେଗ କ୍ରିକେଟ ଏକ ଭିନ୍ନ ଧରଣର କ୍ରିକେଟ ଖେଳ, ଯେଉଁଥିରେ ବଲକୁ ପାଦରେ ମରାଯାଇ ଖେଳାଯାଏ । ଏହା ୧୧ ଜଣ ସଦସ୍ୟ ବିଶିଷ୍ଟ ଦୁଇଟି ଦଳ ମଧ୍ୟରେ ଖେଳାଯାଏ ।[୧][୨] ଏହି ଖେଳଟି ୮୦ ଫିଟ ବା ୧୨୦ଫିଟ ବ୍ୟାସାର୍ଦ୍ଧା ବିଶିଷ୍ଟ ଗୋଲାକାର ଖେଳ ପଡ଼ିଆରେ ଖେଳାଯାଏ ।[୩][୪] ଏହି ଖେଳ ମୁଖ୍ୟତଃ ଦକ୍ଷିଣ ଏସିଆର ଦେଶମାନଙ୍କରେ ଖେଳାଯାଏ ।[୫][୬][୭]

ଲେଗ କ୍ରିକେଟ
Highest governing bodyଆନ୍ତର୍ଜାତୀକ ଲେଗ କ୍ରିକେଟ କାଉନସିଲ
Characteristics
Equipmentବଲ, ଉଇକେଟ
Venueକ୍ରିକେଟ ପଡ଼ିଆ

ସାଧାରଣ କ୍ରିକେଟ ଖେଳରେ ବ୍ୟାଟଦ୍ୱାରା ବଲକୁ ମରାଯାଇଥାଏ କିନ୍ତୁ ଲେଗ କ୍ରିକେଟରେ ବ୍ୟାଟର କାମ ଖେଳାଳିର ପାଦ କରେ । ପାଦଦ୍ୱାରା ବଲକୁ ମରାଯାଇ ରନ ସଂଗ୍ରହ କରାଯାଏ । ବୋଲର ଅଣ୍ଡରାଆର୍ମ ବୋଲିଂ କରିଥାଏ । ଲେଗମ୍ୟାନ ବଲକୁ ଲାତ ମାରି ରନ ସଂଗ୍ରହ କରିଥାଏ । ବଲ ମାରି ବାଉଣ୍ଡରୀ ବାହାରକୁ ପଠେଇଲେ ଲେଗମ୍ୟାନକୁ ୪ ବା ୬ ରନ ମିଳିଥାଏ ।[୫]

ଓଡ଼ିଆ ଖେଳାଳୀ ଚନ୍ଦନ ରାୟ ବର୍ତ୍ତମାନ ଭାରତୀୟ ଜାତୀୟ ଲେଗ କ୍ରିକେଟ ଦଳର ଅଧିନାୟକ ।[୮][୯][୧୦]

ଇତିହାସ ସମ୍ପାଦନା

୧୯୯୯ ମସିହାରେ ମହାରାଷ୍ଟ୍ର ରାଜ୍ୟର ଔରଙ୍ଗାବାଦ ସହରର ସେଣ୍ଟ ଫ୍ରାନ୍ସିସ ହାଇସ୍କୁଲଠାରେ ମେହୁଲ ସୋରାଥିଆ ନାମକ ବାଳକ ଲେଗ କ୍ରିକେଟର ଉଦଭାବନ କରିଥିଲେ । ୨୦୦୫ ମସିହାରେ ବାଙ୍ଗାଲୋରର ଏସ ନାଗରାଜ ନାମକ କ୍ରୀଡ଼ାଶିକ୍ଷକ ଏହି ଖେଳକୁ ସ୍କୁଲ ପିଲାଙ୍କ ପାଠ୍ୟକ୍ରମରେ ସାମିଲ କରିଥିଲେ । ୨୦୧୦ ମସିହାରେ ଯୋଗୀନ୍ଦର ପ୍ରସାଦ ବର୍ମା ନାମକ ଦିଲ୍ଲୀର ଅନ୍ୟ ଜଣେ କ୍ରୀଡ଼ାଶିକ୍ଷକ ଏହି ଖେଳର ନିୟମାବଳୀ ପ୍ରସ୍ତୁତ କରିଥିଲେ । ଏସ ନାଗରାଜ ଓ ଯୋଗୀନ୍ଦର ପ୍ରସାଦ ବର୍ମାଙ୍କୁ ଲେଗ କ୍ରିକେଟର ଜନକ ବୋଲି କୁହାଯାଏ ।[୨][୧୧]

ବୈଶିଷ୍ଟ ସମ୍ପାଦନା

ଲେଗ କ୍ରିକେଟ ଖେଳ ୧୧ଜଣ ଖେଳାଳୀ ବିଶିଷ୍ଟ ଦୁଇଟି ଦଳ ମଧ୍ୟରେ ଖେଳାଯାଏ । ଏହା ୮୦ଫିଟ ବ୍ୟା ୧୨୦ଫିଟ ବିଶିଷ୍ଟ ଏକ ବୃତ୍ତାକାର ପଡ଼ିଆରେ ଖେଳାଯାଏ । ପିଚର ଲମ୍ବ ୪୨ଫିଟ ବା ୪୮ଫିଟ ଓ ପ୍ରସ୍ଥ ୮ଫୁଟ ହୋଇଥାଏ । ଷ୍ଟମ୍ପର ଚଉଡ଼ା ୧ ଫିଟ ହୋଇଥାଏ ।[୯]

ପିଚ
ବିଭାଗ ବାଳକ ବାଳିକା ଉଭୟ
୧୨ ବର୍ଷରୁ କମ-ମିନି ୪୪ ଫୁଟ ୪୪ ଫୁଟ ୪୪ ଫୁଟ
୧୪ ବର୍ଷରୁ କମ ସବ-ଜୁନିୟର ୪୪ ଫୁଟ ୪୪ ଫୁଟ ୪୪ ଫୁଟ
୧୭ ବର୍ଷରୁ କମ ଜୁନିୟର ୪୬ ଫୁଟ ୪୬ ଫୁଟ ୪୬ ଫୁଟ
୧୯ ବର୍ଷରୁ କମ ସିନିୟର ୪୮ ଫୁଟ ୪୮ ଫୁଟ ୪୮ ଫୁଟ
ମହିଳା/ପୁରୁଷ ୪୮ ଫୁଟ ୪୮ ଫୁଟ ୪୮ ଫୁଟt
ବାଉଣ୍ଡରୀ
ବିଭାଗ ବାଳକ ବାଳିକା ଉଭୟ
୧୨ ବର୍ଷରୁ କମ-ମିନି ୭୦ ଫୁଟ ୭୦ ଫୁଟ ୭୦ ଫୁଟ
୧୪ ବର୍ଷରୁ କମ ସବ-ଜୁନିୟର ୮୦ ଫୁଟ ୮୦ ଫୁଟ ୮୦ ଫୁଟ
୧୭ ବର୍ଷରୁ କମ ଜୁନିୟର ୯୦ ଫୁଟ ୮୫ ଫୁଟ ୯୦ ଫୁଟ
୧୯ ବର୍ଷରୁ କମ ସିନିୟର ୧୦୦ ଫୁଟ ୧୦୦ ଫୁଟ ୧୦୦ ଫୁଟ
ମହିଳା/ପୁରୁଷ ୧୨୦ ଫୁଟ ୧୨୦ ଫୁଟ ୧୨୦ ଫୁଟ
ଷ୍ଟମ୍ପ
୩ ଷ୍ଟମ୍ପର ଚଉଡ଼ ୧୨ ଇଞ୍ଚ, ୧ ଫୁଟ
ଷ୍ଟମ୍ପର ଉଚ୍ଚତା ୨୪-୩୦ ଇଞ୍ଚ , ୨-୨.୫ ଫୁଟ

ଫେଡେରେସନ ସମ୍ପାଦନା

ଆନ୍ତର୍ଜାତୀକ ସ୍ତରରେ ଲେଗ କ୍ରିକେଟର ବ୍ୟବସ୍ଥା ବୁଝିବା ପାଇଁ ଆନ୍ତର୍ଜାତୀକ ଲେଗ କ୍ରିକେଟ କାଉନସିଲ ରହିଛି । ବର୍ତ୍ତମାନ୍ ସୁରେନ୍ଦ୍ର କୁମାର ଏହି କାଉନସିଲର ଅଧ୍ୟକ୍ଷ ଓ ଯୋଗୀନ୍ଦର ପ୍ରସାଦ ବର୍ମା କାଉନସିଲର ସଚିବ ଭାବରେ କାର୍ଯ୍ୟ କରୁଛନ୍ତି । ଭାରତରେ ଲେଗ କ୍ରିକେଟ ଫେଡେରେସନ ୨୦୧୧ ମସିହାରେ ଗଠନ କରାଯାଇଥିଲା । ଏହା ସୋସାଇଟି ରେଜିଷ୍ଟ୍ରେସନ ଆକ୍ଟ ୧୮୬୦ ମସିହାରେ ରେଜିଷ୍ଟର କରାଯାଇଛି । ଏହା ଆନ୍ତର୍ଜାତୀକ ଲେଗ କ୍ରିକେଟ କାଉନସିଲ ସହିତ ଅନୁବନ୍ଧିତ ।[୩] ଭାରତ ବ୍ୟତୀତ ନେପାଳ, ଭୁଟାନ, ଶ୍ରୀଲଙ୍କା, ଫ୍ଲୋରିଡ଼ା, ଘାନାପାକିସ୍ଥାନରେ ଏହି ଖେଳର ଖେଳାଯାଏ ।

ପ୍ରତିଯୋଗିତା ସମ୍ପାଦନା

ଲେଗ କ୍ରିକେଟ ଫେଡେରେସନଦ୍ୱାରା ଭାରତରେ ଦିଲ୍ଲୀର ରାଜୀବ ଗାନ୍ଧୀ ଷ୍ଟାଡ଼ିୟମରେ ୨୦୧୨ ଜୁଲାଇ ମାସରେ ଜାତୀୟ ଚମ୍ପିୟନସିପ, ସିନିୟର ନେସନାଲ ଟି-୧୦ ଆଦି ପ୍ରତିଯୋଗୀତ ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତାରେ ୨୪ଟି ଦଳ ଅଂଶଗ୍ରହଣ କରିଥିଲା ।[୧୨] ୨୦୧୨ ମସିହାରୁ ଭାରତର ବିଭିନ୍ନ ସହରରେ ଏହି ଖେଳର ନେସନାଲ ଗେମମାନ ଆୟୋଜନ କରାଯାଇଛି ।[୧୩][୧୪]

ଆନ୍ତର୍ଜାତୀକ ସ୍ତରରେ ୨୦୧୩ ମସିହାରେ ଭାରତ ନେପାଳ ବିପକ୍ଷରେ ପ୍ରଥମ ଟି-୧୦ ଶୃଙ୍ଖଳା ଜିତିଥିଲା ।[୩][୧୫]

ଆଧାର ସମ୍ପାଦନା

  1. Kargal, Rahul (March 15, 2017). "Leg Cricket - your favourite sport, served with a twist". Sportskeeda.
  2. ୨.୦ ୨.୧ K., Sarumathi (February 28, 2017). "Welcome to the world of leg cricket". The Hindu.
  3. ୩.୦ ୩.୧ ୩.୨ harpreet, Lamba Kaur (January 6, 2018). "Football or cricket? Leg cricket tries to find its feet in India". Asian Age.
  4. "Cricket's Rendition of the 'Beautiful Game' - Leg Cricket". News 18. May 8, 2017.
  5. ୫.୦ ୫.୧ Narayanan, Jayashree (July 20, 2016). "'Every game has its challenges'". Deccan Herald.
  6. Engineer, Rayomand (January 6, 2018). "Is It Cricket? Is It Football? Well, It Is Both! Try Your Hand at This Unusual Sport". Thebetterindia.com.
  7. Mishra, Vidhan Chandra (August 11, 2017). "देश में लोकप्रिय हो रहा लेग क्रिकेट, अपने पैर से कीजिए किक मिलेगा फोर और सिक्स" (in Hindi). Prabhat Khabar.{{cite news}}: CS1 maint: unrecognized language (link)
  8. "Odisha's Chandan Ray is India U-19 Leg Cricket team captain". Incredibleorissa. May 12, 2016.
  9. ୯.୦ ୯.୧ Panda, Namita (May 12, 2016). "Bargarh boy strives to promote new sport". Telegraph India.
  10. Biswas, Sudipta (June 12, 2016). "Leg Cricketer Chandan urges Government for sponsorship". Sportzwiki.
  11. "Home". legcricketindia.com. Retrieved 2023-02-01.
  12. Mather, Nazrin (January 24, 2018). "'Is it football or cricket?': Captain of India's Leg Cricket team decodes the sport". Thebridge.in.
  13. "Chandan to lead State Leg Cricket team". Daily Pioneer. May 18, 2016.
  14. "Odisha finish 3rd in National Leg Cricket". SportsLogon. May 24, 2016.
  15. "Chandan, Tushar, Ansuman get rousing welcome". Bhubaneswar: SportsLogon. July 25, 2016.

ବାହାର ଆଧାର ସମ୍ପାଦନା