ଲୁମାକାଫ୍ଟର/ଇଭାକାଫ୍ଟର

ଔଷଧ

ଲୁମାକାଫ୍ଟର/ଇଭାକାଫ୍ଟର (ଇଂରାଜୀ ଭାଷାରେ Lumacaftor/ivacaftor, ଏକ ବିକ୍ରୟ ନାମ ଓରକାମ୍ବି/ Orkambi) ଏକ ମିଶ୍ରତ ଔଷଧ (combination) ଯେଉଁଥିରେ ଲୁମାକାଫ୍ଟର (lumacaftor) ଓ ଇଭାକାଫ୍ଟର (ivacaftor) ଔଷଧ ଦ୍ୱୟ ଥାଏ ଓ ଦୁଇଟି (F508del) ମ୍ୟୁଟେସନ ଥିବା ସିସ୍ଟିକ ଫାଇବ୍ରୋସିସ (cystic fibrosis) ରୋଗର ଚିକିତ୍ସାରେ ବ୍ୟବ‌ହୃତ ହୁଏ ।[୨] ଅନ୍ୟ କାରଣରୁ ଜାତ ସିସ୍ଟିକ ଫାଇବ୍ରୋସିସ ରୋଗରେ ଏହି ଔଷଧ କାର୍ଯ୍ୟକ୍ଷମ ହୁଏ କି ନାହିଁ, ସେ ବିଷୟ ସ୍ପଷ୍ଟ ହୋଇନାହିଁ ।[୨] ଏହା ପାଟିରେ ଦିଆଯାଏ ।[୨]

ଲୁମାକାଫ୍ଟର/ଇଭାକାଫ୍ଟର
Combination of
LumacaftorCFTR chaperone
IvacaftorCFTR potentiator
Clinical data
Trade namesOrkambi
AHFS/Drugs.commonograph
data
Pregnancy
category
  • US: B (No risk in non-human studies) [୧]
Routes of
administration
By mouth
ATC code
Legal status
Legal status
Identifiers
KEGG

ଲୁମାକାଫ୍ଟର/ଇଭାକାଫ୍ଟର ଔଷଧର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଣନିଶ୍ୱାସୀ (shortness of breath), ଅଇ, ତରଳ ଝାଡ଼ା, ଥକ୍କାଣ, ଶ୍ରବଣ ସମସ୍ୟା ଓ ରାସ ଇତ୍ୟାଦି ହୋଇପାରେ ।[୨][୩] ପ୍ରତିକ୍ରିୟା ସାଂଘାତିକ ହେଲେ ଯକୃତ ସମସ୍ୟା (liver problems) ଓ ପରଳ ହୋଇପାରେ ।[୨] ସିଏଫଟିଆର ପ୍ରୋଟିନର (CFTR protein) କାର୍ଯ୍ୟ କ୍ଷମତାକୁ ଇଭାଫାକ୍ଟର ବୃଦ୍ଧି କରିଦିଏ ଓ ଲୁମାଫାକ୍ଟର ଯୋଗୁ ସେହି ପ୍ରୋଟିନର ପ୍ରୋଟିନ ଫୋଲ୍ଡିଙ୍ଗ (protein folding) ଉନ୍ନତ ହୁଏ ।[୨][୪]

ସନ ୨୦୧୫ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଓ ସନ ୨୦୧୬ରେ କାନାଡ଼ାରେ ଲୁମାକାଫ୍ଟର/ଇଭାକାଫ୍ଟର ଔଷଧ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୨][୪] ସନ ୨୦୧୮ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସକୁ ପ୍ରାୟ ୪୦୦୦ ପାଉଣ୍ଡରୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୩] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୮ରେ ଏହାର ମାସିକ ଖର୍ଚ୍ଚ ୨୨,୦୦୦ ଡଲାରରୁ ଅଧିକ ଥିଲା ।[୫][୬] ସଂଯୁକ୍ତ ରାଷ୍ଟ୍ରରେ (United Kingdom) ସନ ୨୦୧୮ରୁ ଏହାର ବ୍ୟବ‌ହାରକୁ ନିଷେଧ କରାଯାଇଛି ।[୩]

ଆଧାର ସମ୍ପାଦନା

  1. "Orkambi" (PDF). www.accessdata.fda.gov. 2015. Retrieved 8 January 2019.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Orkambi Monograph for Professionals". Drugs.com (in ଇଂରାଜୀ). AHFS. Retrieved 8 January 2019.
  3. ୩.୦ ୩.୧ ୩.୨ British national formulary : BNF 76 (76 ed.). Pharmaceutical Press. 2018. pp. 293–294. ISBN 9780857113382.
  4. ୪.୦ ୪.୧ "[116] New drug for cystic fibrosis: Regulatory approval, clinical uncertainty?". Therapeutics Initiative (in କାନାଡିୟ ଇଂରାଜୀ). Therapeutics Initiative. 28 December 2018. Retrieved 8 January 2019.
  5. Ferkol, T; Quinton, P (15 September 2015). "Precision Medicine: At What Price?". American Journal of Respiratory and Critical Care Medicine. 192 (6): 658–9. doi:10.1164/rccm.201507-1428ED. PMID 26207804.
  6. Thomas, Katie (24 June 2018). "A Drug Costs $272,000 a Year. Not So Fast, Says New York State". The New York Times. Retrieved 8 January 2019.