ଅନ୍ଧପୁଟୁଳି ଭାରତୀୟ ଶିଶୁଙ୍କର ଏକ ଲୋକପ୍ରିୟ ଖେଳ । ଏହି ଖେଳ ବଡ଼ ଲୋକମାନେ ବି ଅନେକ ସମୟରେ ଖେଳିଥାନ୍ତି । ଅନ୍ୟ କିଛି ଦେଶରେ ମଧ୍ୟ ଏହି ଖେଳ କିମ୍ବା ଏହିଭଳି ଖେଳର ପ୍ରଚଳନ ରହିଛି ।

ଅନ୍ଧପୁଟୁଳି ଖେଳୁଥିବା କିଛି ପିଲା

ନିୟମ ସମ୍ପାଦନା

ଏହି ଖେଳରେ ଗୋଟିଏ ପିଲା ଆଖିରେ 'ପଟି' ବନ୍ଧଯାଏ ଯେପରିକି ସେ କିଛି ଦେଖି ପାଇବାନାହିଁ । ଛୋଟ ପିଲାମାନେ ସାଧାରଣତଃ ରୁମାଲ, ଗାମୁଛା କିମ୍ବା ଓଢଣିକୁ ପଟି ଭାବେ ବ୍ୟବହାର କରିଥାନ୍ତି । ଖେଳ ଆରମ୍ଭରେ କେଉଁ ପିଲା ଆଖିରେ ପଟି ବନ୍ଧାଯିବ ଏକଥା ନିର୍ଣ୍ଣୟ କରିବା ପାଇଁ ବିଭିନ୍ନ ପ୍ରକାରର ପଦ୍ଧତି ସବୁ ବ୍ୟବହାର କରାଯାଏ । ଏହି ପଦ୍ଧତିଦ୍ୱାରା ଯେଉଁ ପିଲାଟି ଆଖିରେ ପଟି ବାନ୍ଧିବା ପାଇଁ ଶେଷରେ ବଛାଯାଏ ସେହି ପିଲାଟିକୁ ଚୋର କହନ୍ତି । ବର୍ତ୍ତମାନ ଏହି ଚୋରକୁ ଖେଳରେ ସାମିଲ ଥିବା ଅନ୍ୟମାନଙ୍କୁ ଖୋଜି ଛୁଇଁବାକୁ ହୁଏ । ସେ ଯାହାକୁ ଛୁଏଁ ସେହି ପିଲାଟି ପରବର୍ତ୍ତୀ ଚୋର ହୁଏ । ଏହି ଖେଳଟି ସାଧାରଣତଃ ସୀମିତ ପରିସର ମଧ୍ୟରେ ଖେଲାଯାଇଥାଏ ।

ବିପଦ ସମ୍ପାଦନା

ଏହି ଖେଳରେ ଚୋର କିଛି ଦେଖିପାରୁନଥିବାରୁ ବିପଦ ରହିଥାଏ । ଖଣ୍ଡିଆ-ଖବରା ହେବା କିମ୍ବା କଣ୍ଟା ଫୋଡି ହେଇଯିବା ଭଳି ସାଧାରଣ ଘଟଣାଠୁଁ ଆରମ୍ଭକରି ବାଲକୋନୀ କିମ୍ବା ସିଡିରୁ ପଡ଼ିଯିବା ଭଳି ଘଟଣା ଘଟିପରେ ।

ଆଧାର ସମ୍ପାଦନା

ବାହାର ଆଧାର ସମ୍ପାଦନା