ଲିୱିସ କାରୋଲ

ପ୍ରଖ୍ୟାତ ଫାଣ୍ଟାସୀ ଲେଖକ,ଗଣିତଜ୍ଞ, ତର୍କବିତ, ଫଟୋଗ୍ରାଫର


ଲିୱିସ କାରୋଲ ଓରଫ ଚାର୍ଲସ ଲୁଚୱିଜ ଡ଼ଜସନ (/ˈɑːrlz ˈlʌtwɪ ˈdɒdsən/;[୧][୨][୩] (୧୮୩୨/ଜାନୁଆରୀ ୨୭ - (୧୮୯୮/ଜାନୁଆରୀ ୧୪)ଙ୍କୁ ବ୍ରିଟେନର ଜଣେ ପ୍ରଖ୍ୟାତ ଫାଣ୍ଟାସୀ ଲେଖକ ବୋଲି କୁହାଯାଇଥାଏ । କିନ୍ତୁ ସେ ନିଜକୁ କେବଳ ଲେଖକ ଭାବେ ସୀମିତ ରଖି ନ ଥିଲେ । ସେ ଏକାଧାରରେ ଥିଲେ ଜଣେ ଲେଖକ , ଗଣିତଜ୍ଞ , ତର୍କବିତ ଏବଂ ଫଟୋଗ୍ରାଫର । ତାଙ୍କର ରଚନା ବଳି ମଧ୍ୟରେ ରହିଛି - ଆଲାଇସ'ଭେଞ୍ଚର୍ ଇନ୍ ୱଣ୍ଡରଲ୍ୟାଣ୍ଡ , ଥ୍ରୋ ଦି ଲୁକିଂ ଗ୍ଲାସ , ଦି ହଣ୍ଟିଂ ଅଫ୍ ଦି ସ୍ନାର୍କ । ବିଶେଷକରି ଫାଣ୍ଟାସୀ ସୃଷ୍ଟିକରି ସେ ବିଶ୍ୱରେ ନିଜର ନାମକୁ ଏକ ସ୍ୱତନ୍ତ୍ର ପର୍ଯାୟକୁ ନେଇ ପାରିଥିଲେ । ତାଙ୍କର ରଚନାବଳୀ ସବୁର ବିଜ୍ଞାନଠାରୁ ଆରମ୍ଭ କରି ଲୋକକଥା , ଗାଣିତିକ ତତ୍ତ୍ୱ ପୁଣି ତର୍କର ସ୍ପର୍ଶ ଦେଖିବାକୁ ମିଳିଥାଏ ।

ଲିୱିସ କାରୋଲ
tinted monochrome 3/4-length photo portrait of seated Dodgson holding a book
ଜନ୍ମ ଓ ଜନ୍ମସ୍ଥାନCharles Lutwidge Dodgson
(1832-01-27)୨୭ ଜାନୁଆରୀ ୧୮୩୨
Daresbury, Cheshire, England
ମୃତ୍ୟୁ୧୪ ଜାନୁଆରୀ ୧୮୯୮(1898-01-14) (ବୟସ ୬୫)
Guildford, Surrey, England
ବୃତ୍ତିWriter, mathematician, Anglican cleric, photographer, artist
ଜାତୀୟତାBritish
ଶୈଳୀChildren's literature, fantasy literature, mathematical logic, poetry, literary nonsense, linear algebra, voting theory
ସାହିତ୍ୟ କୃତିAlice's Adventures in Wonderland,
Through the Looking-Glass,
The Hunting of the Snark,
Jabberwocky,
Curiosa Mathematica, Part I: A New Theory of Parallels,
Curiosa Mathematica, Part II: Pillow Problems,
"The Principles of Parliamentary Representation"

ଦସ୍ତଖତ
Lewis Carroll self portrait circa 1895

ଜନ୍ମ ଓ ପିଲାବେଳ ସମ୍ପାଦନା

୧୮୩୨ ମସିହା ଜାନୁଆରୀ ୨୭ ତାରିଖରେ ୱାରିଂଟନର ଚେସାୟାରଠାରେ ଲିୱିସ କାରୋଲଙ୍କ ଜନ୍ମ । ସେ ତାଙ୍କ ବାପା-ମା'ଙ୍କର ପ୍ରଥମ ସନ୍ତାନ ଥିଲେ । ମାତ୍ର ପରିବାରରେ ତାଙ୍କର ସ୍ଥାନୀୟମାନ ଥିଲା ତୃତୀୟ । ତାଙ୍କର ଭାଇ ଏବଂ ଭଉଣୀ ମିଶି ଥିଲେ ଆଠ ଜଣ । କାରୋଲଙ୍କୁ ୧୧ବର୍ଷ ହୋଇଥିବା ବେଳେ ତାଙ୍କ ବାପାଙ୍କର ନର୍ଥ ୟର୍କସାୟରକୁ ସ୍ଥାନାନ୍ତରିତ ହୋଇଯାଇଥିଲା । ଫଳରେ ସେ ପରିବାର ସହିତ ସେଠାକୁ ଚାଲି ଯାଇଥିଲେ ।

କାରୋଲଙ୍କ ବାପା ଥିଲେ ଜଣେ ରକ୍ଷଣଶୀଳ ଧର୍ମାନୁରାଗୀ । ସେ ଚର୍ଚ୍ଚର ସମସ୍ତ ନୀତିନିୟମକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ । ସେତିକି ନୁହେଁ , ସେ ତାଙ୍କର ପିଲାମାନଙ୍କୁ ମଧ୍ୟ ଚର୍ଚ୍ଚାନୁରାଗୀ କରାଇଥିଲେ । ସେଥିଲାଗି କାରୋଲଙ୍କ ରଚନା ସବୁରେ ଧର୍ମ ଓ ତତ ସଂକ୍ରାନ୍ତ କାହାଣୀ ମାନ ପରିଦୃଶ୍ୟ ହୋଇଥାଏ । କ୍ରିଟିକମାନଙ୍କ ମତରେ , ଧର୍ମ ପୁସ୍ତକ ସବୁହିଁ କାରୋଲଙ୍କ ଲେଖକ ହେବାପାଇଁ ଅନୁପ୍ରେରିତ କରିଛନ୍ତି । ସେ ଯେଉଁ ଫାଣ୍ଟାସୀ ସୃଷ୍ଟି କରିଛନ୍ତି ସେଥିରେ ବିଭିନ୍ନ ଦେଶର ପୌରାଣିକ ଚରିତ୍ରର ରୂପାନ୍ତର ସ୍ପଷ୍ଟଭାବେ ଜାଣିହୁଏ । ଆଉ ଏ ସବୁ ଘଟିଛି ତାଙ୍କ ବାପାଙ୍କର ଧର୍ମ ପ୍ରତି ରହିଥିବା ଦୁର୍ବଳତା ପାଇଁ । ପିଲାବେଳେ ଖୁବ୍ ପଢାପଢି କରୁଥିଲେ କାରୋଲ । ବାପାଙ୍କ ପରି ତାଙ୍କର ମଧ୍ୟ ଗଣିତ ପ୍ରତି ଅଧିକ ଦୁର୍ବଳତା ରହିଥିଲା । ପୁଣି ସେ ପିଲାଟି ବେଳୁ ତର୍କଶୀଳ ଥିଲେ । କୌଣସି ଗୋଟିଏ ବି ଘଟଣାକୁ ସେ ସହଜରେ ଗ୍ରହଣ କରୁ ନ ଥିଲେ । ତା' ପଛରେ ରହିଥିବା ରହସ୍ୟ ନ ଜାଣିବା ଯାଏ ତାଙ୍କ ମନରେ ଅସନ୍ତୋଷ ଭାବ ଲାଗି ରହୁଥିଲା ।

ପରିବାର ସମ୍ପାଦନା

ଲିୱିସଙ୍କ ପରିବାର ମୁଖ୍ୟତଃ ବ୍ରିଟେନର ଉତ୍ତର ନିବାସୀ । ତାଙ୍କ ପରିବାରର ଅନେକ ସଦସ୍ୟଙ୍କ ମୂଳ ଉତ୍ସ ଆୟରଲ୍ୟାଣ୍ଡ ସହିତ ସମ୍ପୃକ୍ତ । ସେମାନଙ୍କର କୌଣସି ନା କୌଣସି ପିଢ଼ି ଆୟରଲ୍ୟାଣ୍ଡରେ ଜନ୍ମିତ ଓ ପାଳିତ । ସେ ଯାହାଭି ହେଉନା କାହିଁକି କାରୋଲଙ୍କ ପରିବାରର ସଦସ୍ୟମାନେ ରକ୍ଷଣଶୀଳ ଏବଂ ଚର୍ଚ୍ଚ ବିଶ୍ୱାସୀ । ପରିବାରର ଅଧିକାଂଶ ପୁରୁଷ ସଦସ୍ୟ ସେନାରେ ସାମିଲ ଓ ଦେଶ ପାଇଁ କାର୍ଯ୍ୟରତ । ଅନ୍ୟମାନେ ଚର୍ଚ୍ଚର କର୍ମଚାରୀ । କାରୋଲଙ୍କ ପରିବାର ବିଷୟରେ କ୍ରିଟିକମାନେ କୁହନ୍ତି ଯେ , ସେମାନେ ଜୀବନରେ ଦୁଇଟି କାମ କରିବାକୁ ବେଶୀ ଭଲପାଆନ୍ତି । ପ୍ରଥମତଃ ଲଢେଇ ଏବଂ ଦ୍ୱିତୀୟରେ ଧର୍ମସେବା । କାରୋଲଙ୍କ ଜଣେ ଜେଜେବାପା ଏକ ଚର୍ଚ୍ଚର ବିଶପ୍ ହୋଇପାରିଥିଲେ । ତାଙ୍କର ଆଉ ଜଣେ ଜେଜେବାପା ବ୍ରିଟେନ ସେନାର କ୍ୟାପ୍ଟେନ ଥିଲେ , ଯିଏ ୧୮୦୩ ମସିହାରେ ଯୁଦ୍ଧ କରିବା ବେଳେ ପ୍ରାଣ ହରାଇଥିଲେ । କାରୋଲଙ୍କ ବାପାଙ୍କ ନାମ ଚାର୍ଲସ ଡଜସନ । ଚାର୍ଲସ ଜନ୍ମରୁ ଜଣେ ଗଣିତଜ୍ଞ ହୋଇ ଜନ୍ମ ହୋଇଥିଲେ । ଖୁବ୍ ପିଲାଟି ବେଳୁ ତାଙ୍କର ଗଣିତ ପ୍ରତିଭା ବିକଶିତ ହୋଇଥିଲା ଓ ସେ ଅନ୍ୟମାନଙ୍କୁ ପ୍ରଭାବିତ କରିପାରିଥିଲେ । ଅକ୍ସଫୋର୍ଡ଼ର ଖ୍ରୀଷ୍ଟଚର୍ଚ୍ଚରେ ତାଙ୍କର ପାଠପଢ଼ା ଆରମ୍ଭ ହୋଇଥିଲା । ସେ ଜଣେ ପ୍ରଚଣ୍ଡ ଧର୍ମବିଶ୍ୱାସୀ ଥିଲେ । ବାଇବେଲର ବାକ୍ୟକୁ ସେ ଗଭୀର ସମ୍ମାନ ଦେଉଥିଲେ ଓ ଅତି ପବିତ୍ର ମନେକରୁଥିଲେ । ଗଣିତରେ ସେ ଭିନ୍ନଭିନ୍ନ ସ୍ଥାନରୁ ଦୁଇଥର ଡିଗ୍ରୀ ହାସଲ କରିଥିଲେ । ତାଙ୍କର ଏକାଡ଼େମୀକ କ୍ୟାରିଅର ଅତି ଚମତ୍କାର । ୧୮୨୭ ମସିହାରେ ତାଙ୍କର ବିବାହ ହୋଇଥିଲା ଫ୍ରାନସିସ ଜଣେ ଲୁଚୱୀଜଙ୍କ ସହିତ । ଜଣେ ତାଙ୍କର ନିକଟ ସମ୍ପର୍କୀୟ ଭଉଣୀ (କଜିନ ସିଷ୍ଟର) ଥିଲେ ।

ଫଟୋଗ୍ରାଫି ସମ୍ପାଦନା

 
Photo of Alice Liddell taken by Lewis Carroll (1858)

ଲେଖିବା ଆଉ ପଢିବାକୁ ବାଦଦେଲେ କାରୋଲଙ୍କ ଥିଲା ଆଉ ଗୋଟେ ସୌକ । ତାହା ହେଉଛି ଫଟୋଗ୍ରାଫି । ପିଲାଟିବେଳୁ ପ୍ରକୃତି ପ୍ରତି ଖୁବ୍ ଦୁର୍ବଳ ଥିବା କାରୋଲ ବଡ଼ ହେବା ପରେ ଫଟୋଗ୍ରାଫି ପ୍ରତି ଆକୃଷ୍ଟ ହୋଇପଡିଥିଲେ । ତେବେ ଫଟୋଗ୍ରାଫି ପ୍ରତି ତାଙ୍କର ମୋହ ସୃଷ୍ଟି ହୋଇଥିଲା ତାଙ୍କ ମାମୁ ଚ୍ମେଫିଙ୍ଗଟନ ଲୁଚୱୀଜଙ୍କୁ ଦେଖି । ପୁଣି ଅକ୍ସଫୋର୍ଡରେ ପଢ଼ିବା ସମୟରେ ରିଜିନାଲ୍ଡ଼ ସାଉଦାଏ ନାମକ ତାଙ୍କର ଜଣେ ସହପାଠୀ ତାଙ୍କୁ ଫଟୋଗ୍ରାଫି କରିବା ପାଇଁ ପରାମର୍ଶ ଦେଇଥିଲେ । ତା' ପରଠାରୁ ସେ ଆରମ୍ଭ କରିଦେଇଥିଲେ ନିଜ ଉଦ୍ୟମ । ବାଣୀ ଯାଇଥିଲେ ଜଣେ ଜେଣ୍ଟଲ ମ୍ୟାନ ଫଟୋଗ୍ରାଫର । ତାଙ୍କର ସମଗ୍ର ସୃଷ୍ଟି ସର୍ଜନା ଉପରେ ଗବେଷଣା କରିଥିବା ରୋଜର ଟେଲର ଏବଂ ଏଡ଼ୱାର୍ଡ଼ ୱାକେଲିଂ ସେମାନଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି ଯେ କାରୋଲ ମୁଖ୍ୟତଃ ପୁରୁଷ , ନାରୀ , ଶିଶୁ , ପ୍ରାକୃତିକ ପରିବେଶର ଫଟୋ ଉଠାଉଥିଲେ । ସେ ଜଣେ ଲେଖକ , ତର୍କବିତ ଏବଂ ଗଣିତଜ୍ଞ ଥିଲେ । କିନ୍ତୁ ତାଙ୍କର ବେଶୀ ସମୟ ଫଟୋଗ୍ରାଫିରେ ଯାଉଥିଲା । ସମାଲୋଚକ ମାନଙ୍କ ମତରେ , ତାଙ୍କ ଭିତରେ ଏକ ଅଦ୍ଭୁତ କଳାତ୍ମକତା ଲୁଚି ରହିଥିଲା , ଯାହା ଫଟୋଗ୍ରାଫି ବାଟଦେଇ ପ୍ରକଟିତ ହେଉଥିଲା ।

ଶେଷ ଜୀବନ ସମ୍ପାଦନା

ଜୀବନରେ ମନ , ସମ୍ମାନ , ଖ୍ୟାତି , ପ୍ରତିଷ୍ଠା , ପ୍ରତିପତ୍ତି କିଛିରେ କମ ନ ଥିଲା କରୋଲଙ୍କର । ସେ ଅଧ୍ୟାପନକୁ ନିଜର ଏକ ମାତ୍ର ବ୍ରତ ତଥା ବୃତ୍ତି ବୋଲି ଗ୍ରହଣ କରିନେଇଥିଲେ । ୧୮୮୧ ପର୍ଯ୍ୟନ୍ତ ସେ ଖ୍ରୀଷ୍ଟଚର୍ଚ୍ଚରେ ପାଠ ପଢ଼ାଉଥିଲେ । ତାଙ୍କର ଶେଷ ଦୁଇଟି ଉପନ୍ୟାସ ଯଥାକ୍ରମେ ୧୮୮୯ ଏବଂ ୧୮୯୩ ମସିହାରେ ପ୍ରକାଶିତ ହୋଇଥିଲା । ଅବଶ୍ୟ ଏହା ତାଙ୍କର ପୂର୍ବ ଉପନ୍ୟାସ ଭଳି ସେତେ ବେଶୀ ପାଠକୀୟତା ପାଇ ନ ଥିଲା କିମ୍ବା ବିକ୍ରି ମଧ୍ୟ ଆଶାନୁରୂପ ନ ଥିଲା । ଅବଶ୍ୟ ତାହାକୁ ନେଇ ତାଙ୍କର କୌଣସି ମଧ୍ୟ ଅନୁଶୋଚନା ନ ଥିଲା । ୧୮୯୮ ମସିହା ଜାନୁଆରୀ ମାସ , ସେ ତାଙ୍କ ଭଉଣୀ ଘରେ ଥିବା ଅବସ୍ଥାରେ ନିମୁନିଆରେ ଆକ୍ରାନ୍ତ ହୋଇପଡିଥିଲେ । ସେହି ମାସ ୧୪ ତାରିଖରେ ତାଙ୍କର ଦେହାନ୍ତ ଘଟିଥିଲା ।

 
The grave of Lewis Carroll at the Mount Cemetery

ଆଧାର ସମ୍ପାଦନା

  1. Elster, Charles Harrington (2006). The big book of beastly mispronunciations: the complete opinionated guide for the careful speaker. Houghton Mifflin Harcourt. pp. 158–159. ISBN 061842315X.
  2. Emerson, R. H. (1996). "The Unpronounceables: Difficult Literary Names 1500–1940". English Language Notes. 34 (2): 63–74. ISSN 0013-8282.
  3. "Lewis Carroll". Biography in Context. Gale. Retrieved 24 September 2015.