ଲିଲିମା ମିଞ୍ଜ

ଓଡ଼ିଆ ମହିଳା ହକି ଖେଳାଳି


ଲିଲିମା ମିଞ୍ଜ, ଜଣେ ଓଡ଼ିଆ ମହିଳା ହକି ଖେଳାଳୀ ।[୧] ସେ ଭାରତୀୟ ଜାତୀୟ ଦଳରେ ଖେଳିଥିଲେ ଓ ୨୦୨୨ ମସିହାରେ ନିଜର ଅବସର ଘୋଷଣା କରିଥିଲେ ।

ଲିଲିମା ମିଞ୍ଜ
ବ୍ୟକ୍ତିଗତ ସୂଚନା
ଜନ୍ମ (1994-04-10) ୧୦ ଅପ୍ରେଲ ୧୯୯୪ (ବୟସ ୨୯)
ଓଡ଼ିଶା, ଭାରତ
ଉଚ୍ଚତା ୧.୫୮ ମିଟର
ଓଜନ ୫୨ କିଲୋଗ୍ରାମ
Playing position ଡିଫେଣ୍ଡର
Club information
Current club ଓଡ଼ିଶା ରେଳବାଇ
National team
୨୦୧୧ - ୨୦୨୨ India ୧୩୩ (୪)
Medal record
Women's field hockey
Competitor for  ଭାରତ
ଏସିଆଡ଼୍
Silver ୨୦୧୮ ଏସିଆଡ଼୍ ଦଳ
Bronze ୨୦୧୪ ଏସିଆଡ଼୍ ଦଳ
ହକି ଏସିଆ କପ୍
Gold ୨୦୧୭ ମହିଳା ହକି ଏସିଆ କପ୍ ଦଳ

ବ୍ୟକ୍ତିଗତ ଜୀବନ  ସମ୍ପାଦନା

ଲିଲିମା ସୁନ୍ଦରଗଡ଼ ଜିଲ୍ଲାର ବିହାବନ୍ଧ-ତାଲାତୋଳି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିତା ଅଞ୍ଜଲୁସ ମିଞ୍ଜ ଓ ମାଆ ସିଲଭିଆ ମିଞ୍ଜ ।[୨] । ସେ ରାଉରକେଲାସ୍ଥିତ ସ୍ପୋର୍ଟସ୍ ଛାତ୍ରାବାସରେ ପ୍ରଶିକ୍ଷଣ ନେଇଥିଲେ ।[୩]

ଅବଦାନ  ସମ୍ପାଦନା

ସେ ସମୁଦାୟ ୭୪ଟି ଆନ୍ତର୍ଜାତିକ ପ୍ରତିଯୋଗୀତାରେ ଭାରତ ପାଇଁ ଖେଳିଛନ୍ତି । ସେଥିରେ ସେ ୬ଟି ଗୋଲ କରିଛନ୍ତି । ୨୦୧୧ ମସିହାରେ ଥାଇଲାଣ୍ଡବ୍ୟାଙ୍କକ୍ଠାରେ ହେଇଥିବା ପ୍ରତିଯୋଗୀତାରେ ୧୮ ବର୍ଷରୁ କମ ହକି ଏସିଆ କପରେ ସେ ଜାତୀୟ ମହିଳା ହକି ଦଳରେ ଖେଳିଥିଲେ । ଏହି ପ୍ରତିଯୋଗୀତାରେ ଭାରତୀୟ ଦଳ ବ୍ରୋଞ୍ଜ ପଦକ ଜିତିଥିଲା ।[୪] ଜର୍ମାନୀରେ ଅନୁଷ୍ଠିତ ବିଶ୍ୱ କପରେ ସେ ସିଓଲଠାରେ ଖେଳିଥିଲେ ।[୫][୬] ଏହା ଛଡ଼ା ସେ ମାଲେସିଆ ସହ ହେଇଥିବା ୬ଟି ପ୍ରତିଯୋଗୀତାର ଏକ ସିରିଜ ଖେଳିଥିଲେ ।[୭] ସେ ଅନେକ ଆନ୍ତର୍ଜାତୀୟ ଓ ଭାରତରେ ହେଇଥିବା ହକି ପ୍ରତିଯୋଗିତାରେ ଜାତୀୟ ଦଳର ସଦସ୍ୟା ଭାବରେ ଖେଳିଆସିଛନ୍ତି ।[୮][୯]

୨୦୨୨ ମସିହା ଜାନୁଆରୀ ୧୩ ତାରିଖ ଦିନ ଲିଳିମା, ଜାତୀୟ ଦଳରୁ ନିଜର ଅବସର ଘୋଷଣା କରିଥିଲେ ।[୧୦]

ପୁରସ୍କାର ଓ ସମ୍ମାନ  ସମ୍ପାଦନା

  • ୨୦୧୬ ମସିହାର ରିଓ ଅଲିମ୍ପିକରେ ଲିଲିମାଙ୍କର ଯୋଗଦାନ ପାଇଁ ସମୁଦାୟ ପ୍ରସ୍ତୁତି ଖର୍ଚ୍ଚ ଭାବରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ୧୦ ଲକ୍ଷ ଟଙ୍କାର ଅନୁଦାନ ଦେଇଥିଲେ ।[୧୧]
  • ୨୦୧୪ ମସିହାରେ ଭାରତୀୟ ମହିଳାମାନେ ଏସୀୟ କ୍ରୀଡ଼ାରେ ମହିଳା ହକିରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଦଳର ସଦସ୍ୟା ଭାବରେ ଲିଲିମାଙ୍କୁ ରାଜ୍ୟ ସରକାର ୫୦,୦୦୦ ଟଙ୍କାର ପୁରସ୍କାର ପ୍ରଦାନ କରିଥିଲେ ।[୧୨]
  • ୨୦୧୩ ମସିହାର ବିଶ୍ୱ ଜୁନିଅର ମହିଳା ହକି ଦଳର ସଦସ୍ୟା ଭାବରେ ଭାରତକୁ ବ୍ରୋଞ୍ଜ ପଦକ ଜିତାଇଥିବାରୁ ଓଡ଼ିଶାର ମହାନଦୀ କୋଇଲାଖଣି କର୍ତ୍ତୃପକ୍ଷ ତାଙ୍କୁ ୧,୦୦,୦୦୦ ଟଙ୍କାର ପୁରସ୍କାର ପ୍ରଦାନ କରିଥିଲେ ।

ଆଧାର ସମ୍ପାଦନା

  1. "Four Odisha players part of Olympic-bound women's hockey squad". timesofindia.indiatimes.com. Retrieved 30 July 2016.
  2. "PERSONALITIES". orisports.com. Retrieved 1 August 2016.
  3. "Hockey cradle celebrates Rio entry". newindianexpress.com. Archived from the original on 16 August 2016. Retrieved 31 July 2016.
  4. "Senior Women Core Probables". hockeyindia.org. Archived from the original on 14 September 2016. Retrieved 1 August 2016.
  5. "Bronze for India in the U-18 Girls Asia Cup". thefansofhockey.com. Retrieved 31 July 2016.
  6. "India Get Bronze Medal in u-18 Asia Cup Women's Hockey". bharatiyahockey.org. Retrieved 31 July 2016.
  7. "Ritu Rani to Lead Indian Women's Team at World Hockey League Round 2 in Delhi". thefansofhockey.com. Retrieved 31 July 2016.
  8. "India win historic bronze at junior women hockey World Cup". thehindu.com. Retrieved 31 July 2016.
  9. "Sushila to Lead India at Junior Women's Hockey World Cup in Mönchengladbach". thefansofhockey.com. Retrieved 31 July 2016.
  10. "ଜାତୀୟ ମହିଳା ହକି ଦଳରୁ ଲିଲିମା ମିଞ୍ଜଙ୍କ ଅବସର ଘୋଷଣା: କହିଲେ- ଓଡ଼ିଶା ହକିର ଉନ୍ନତି ପାଇଁ ଜାରି ରଖିବେ କାମ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 13 January 2022. Retrieved 13 January 2022.
  11. "Odisha announces incentive for Rio 2016 Olympics participants from state". indianexpress.com. Retrieved 1 August 2016.
  12. "Government announces cash prizes for four Odisha hockey players". indianexpress.com. Retrieved 1 August 2016.