ଲିନିଆ ନାଇଗ୍ରା

ଗର୍ଭାବସ୍ଥାରେ ପେଟରେ ରେଖା ଆକାରରେ ବର୍ଦ୍ଧିତ ପିଗମେଣ୍ଟେସନ ବା ରଞ୍ଜନ ପ୍ରକ୍ରିୟା ଦେଖାଯାଏ ।

ଲିନିଆ ନାଇଗ୍ରା, ଯାହା ଗର୍ଭଧାରଣ ରେଖା ଭାବରେ ମଧ୍ୟ ଜଣାଶୁଣା, ଗର୍ଭାବସ୍ଥାରେ ପେଟରେ ରେଖା ଆକାରରେ ବର୍ଦ୍ଧିତ ପିଗମେଣ୍ଟେସନ ବା ରଞ୍ଜନ ପ୍ରକ୍ରିୟା ଦେଖାଯାଏ ।[] ଏହା ସାଧାରଣତଃ ଏକ ସେଣ୍ଟିମିଟର (୦.୪ ଇଞ୍ଚ) ଚଉଡ଼ା, ବାଦାମୀ ବା କଳା ରଙ୍ଗର ଏବଂ ମଧ୍ୟଭାଗରେ ଭୂଲମ୍ବ ଭାବରେ ପୁବିସଠାରୁ ନାଭି ପର୍ଯ୍ୟନ୍ତ ବିସ୍ତାର ହୁଏ ।[] ବିଭିନ୍ନ ଭାବରେ ଏହା ଉପର ପେଟକୁ ମଧ୍ୟ ବିସ୍ତାର ହୋଇପାରେ ।[] ପ୍ରଥମ ଗର୍ଭଧାରଣରେ ଏହାର ଆରମ୍ଭ ସାଧାରଣତ ୩ୟ ମାସରେ ହୋଇଥାଏ; ଅବଶ୍ୟ, ପରବର୍ତ୍ତୀ ଗର୍ଭଧାରଣରେଏହା ପୂର୍ବରୁ ଦେଖାଯାଏ ।[] ଏହା ସ‌ହିତ ଗାଲରେ ଏବଂ ସ୍ତନାଗ୍ରରେ ମେଲାସମା ଦେଖାଯାଏ ।[]

ଲିନିଆ ନାଇଗ୍ରା
Pregnancy line
Linea nigra as seen in a pregnant woman
ବିଭାଗObstetrics, dermatology
ଲକ୍ଷଣ1 cm (0.4 in) wide, brownish to blackish line, from the pubis to the belly button[]
ଆକ୍ରାନ୍ତ ସମୟ3rd month or earlier[]
କାରଣUnclear[]
ରୋଗ ନିର୍ଣ୍ଣୟ ପଦ୍ଧତିBased on appearance[]
ସଠିକ ରୋଗ ନିର୍ଣ୍ଣୟCafé au lait macules, postinflammatory hyperpigmentation, flagellate hyperpigmentation[]
ପ୍ରତିକାରSunscreen[]
ଚିକିତ୍ସାNo specific treatment[]
PrognosisGenerally resolves in the year following birth[]
ପୁନଃପୌନିକ>90% of pregnant women[]

ଏହାର ଅନ୍ତର୍ନିହିତ ପ୍ରଣାଳୀ ଅସ୍ପଷ୍ଟ କିନ୍ତୁ ବର୍ଦ୍ଧିତ ଇଷ୍ଟ୍ରୋଜେନ୍ ଯୋଗୁ ମେଲାନିନର ବୃଦ୍ଧି ହେଉଥିବା ବିଶ୍ୱାସ କରାଯାଏ ।[] [] ରୋଗ ନିର୍ଣ୍ଣୟ ଉପରେ ଲକ୍ଷଣ ଉପରେ ଆଧାରିତ ହୁଏ ।[] ଏହା ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ଆବଶ୍ୟକ ହୁଏନି ଏବଂ ଏହା ସାଧାରଣତଃ ପ୍ରସବ ପରେ ମଳିନ ହୋଇଯାଏ ।[] [] ସୂର୍ଯ୍ୟ କିରଣ ଏଡ଼ାଇବା କିମ୍ବା ସେହି ଅଞ୍ଚଳରେ ସନସ୍କ୍ରିନ ବ୍ୟବହାର କରି ପିଗମେଣ୍ଟେସନର ଡିଗ୍ରୀ ହ୍ରାସ କରାଯାଇପାରେ ।[] []

ଅଧିକାଂଶ ଗର୍ଭବତୀ ମହିଳା (>୯୦%) କିଛି ମାତ୍ରାରେ ପ୍ରଭାବିତ ହୁଅନ୍ତି ।[] ଯେଉଁମାନଙ୍କର ଗାଢ଼ ଚର୍ମ ଥାଏ ସେମାନେ ସାଧାରଣତଃ ଅଧିକ ପ୍ରଭାବିତ ହୁଅନ୍ତି ।[] ଜନ୍ମ ନିୟନ୍ତ୍ରଣ ବଟିକା ଖାଉଥିବା ୩୦% ଲୋକଙ୍କର ଏହି ଅବସ୍ଥା ହୋଇପାରେ, ଏପରିକି ଶିଶୁ ଏବଂ ପୁରୁଷମାନଙ୍କର ମଧ୍ୟ ହୋଇପାରେ ।[] [] ଶବ୍ଦଟି "କଳା ରେଖା" ପାଇଁ ଲାଟିନ୍ ଭାଷାରୁ ଆସିଛି ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ "Linea nigra". dermnetnz.org (in ଇଂରାଜୀ). DermNet. Archived from the original on 14 January 2024. Retrieved 11 January 2024.
  2. ୨.୦ ୨.୧ Perry, Shannon E.; Hockenberry, Marilyn J.; Lowdermilk, Deitra Leonard; Wilson, David; Alden, Kathryn Rhodes; Cashion, Kitty (9 September 2017). Maternal Child Nursing Care - E-Book (in ଇଂରାଜୀ). Elsevier Health Sciences. p. 162. ISBN 978-0-323-47921-9. Archived from the original on 14 January 2024. Retrieved 11 January 2024.
  3. ୩.୦ ୩.୧ Tyler, Kelly H. (24 July 2020). Cutaneous Disorders of Pregnancy (in ଇଂରାଜୀ). Springer Nature. p. 3. ISBN 978-3-030-49285-4. Archived from the original on 15 January 2024. Retrieved 11 January 2024.
  4. ୪.୦ ୪.୧ ୪.୨ Blackburn, Susan Tucker (2007). Maternal, Fetal, & Neonatal Physiology: A Clinical Perspective (in ଇଂରାଜୀ). Elsevier Health Sciences. p. 517. ISBN 978-1-4160-2944-1. Archived from the original on 15 January 2024. Retrieved 11 January 2024.
  5. ୫.୦ ୫.୧ Bobonich, Margaret; Nolen, Mary; Honaker, Jeremy; DiRuggiero, Douglas (14 May 2021). Dermatology for Advanced Practice Clinicians: A Practical Approach to Diagnosis and Management (in ଇଂରାଜୀ). Lippincott Williams & Wilkins. p. PT1412. ISBN 978-1-9751-4837-9. Archived from the original on 14 January 2024. Retrieved 11 January 2024.
  6. ୬.୦ ୬.୧ The Science of Pregnancy: The Complete Illustrated Guide From Conception to Birth (in ଇଂରାଜୀ). Penguin. 29 October 2019. p. 138. ISBN 978-1-4654-9921-9. Archived from the original on 15 January 2024. Retrieved 11 January 2024.