ମେଲାସମା
ମେଲାସମା (ଗର୍ଭଧାରଣର ମାସ୍କ ଭାବରେ ମଧ୍ୟ ଜଣାଶୁଣା)[୯] ସାଧାରଣତଃ ମୁହଁର ଉଭୟ ପାର୍ଶ୍ୱରେ ବାଦାମୀ କିମ୍ବା କଳା ଚର୍ମ ଦାଗ ଆକାରରେ ଦେଖାଯାଏ ।[୩] [୪] ସାଧାରଣତଃ ଏହା ଗାଲ, ଥୋଡ଼ି, ନାକ କିମ୍ବା କପାଳରେ ଦେଖାଯାଏ | [୩] ଅଗ୍ରବାହୁ କିମ୍ବା ବେକରେ ମଧ୍ୟ ଦେଖାଯାଇପାରେ | [୧୦]
Melasma | |
---|---|
Chloasma faciei,[୧] mask of pregnancy[୨] | |
ବିଭାଗ | Dermatology |
ଲକ୍ଷଣ | Areas of brown or darker skin on the face[୩] |
ଆକ୍ରାନ୍ତ ସମୟ | 20 to 40 yr old[୪] |
ବିପଦ କାରକ | Sun exposure, genetics, pregnancy, hormonal birth control, hormone replacement therapy[୩][୫] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on the appearance[୪] |
ସଠିକ ରୋଗ ନିର୍ଣ୍ଣୟ | Solar lentigo, drug induced hyperpigmentation, Nevus of Ota, post inflmmatory hyperpigmentation[୪] |
ଔଷଧ | Hydroquinone, tretinoin, steroid cream[୬] |
ଚିକିତ୍ସା | Sunscreen[୭] |
Prognosis | Generally good[୮] |
ପୁନଃପୌନିକ | Common[୩] |
Patient UK | Melasma |
କାରଣଗୁଡ଼ିକରେ ଅଧିକ ସୂର୍ଯ୍ୟକିରଣ ସଂସ୍ପର୍ଶ, ଜେନେଟିକ୍ସ, ଗର୍ଭାବସ୍ଥା, ହରମୋନାଲ ଜନ୍ମ ନିୟନ୍ତ୍ରଣ, ହରମୋନ ପୁନଃସ୍ଥାପନ ଚିକିତ୍ସା (HRT) କିମ୍ବା କିଛି ଔଷଧ ଯୋଗୁ ହୋଇପାରେ |[୩] [୫] ବେଳେବେଳେ ଥାଇରଏଡ ବେମାରୀ ଯୋଗୁ ମଧ୍ୟ ହୁଏ | [୪] ରୋଗ ନିର୍ଣ୍ଣୟ ସାଧାରଣତଃ ଚର୍ମ ପରୀକ୍ଷାଦ୍ୱାରା ହୋଇଥାଏ |[୬] ବେଳେବେଳେ ଅନ୍ୟାନ୍ୟ ସମ୍ଭାବ୍ୟ କାରଣକୁ ଏଡ଼ାଇବା ପାଇଁ ଚର୍ମ ବାୟୋପ୍ସି କରାଯାଇପାରେ | [୬]
ଚିକିତ୍ସାରେ ସାଧାରଣତଃ ସୂର୍ଯ୍ୟକିରଣ ଏଡ଼େଇବା ଏବଂ ଖରା ପ୍ରତିରୋଧୀ ମଲମ ଲଗେଇବାକୁ ଉପଦେଶ ଦିଆଯାଏ ।[୧୦] ଟ୍ରିଗର ଅଧିକ ନଥିଲେ ଏହା ସ୍ୱତଃ ଭଲ ହୋଇଯାଏ | [୬] ବେଳେବେଳେ ହାଇଡ୍ରୋକୁଇନୋନ, ଟ୍ରେଟିନଏନ୍ କିମ୍ବା ଷ୍ଟିରଏଡ କ୍ରିମ ବ୍ୟବହାର କରାଯାଇପାରେ।[୬] ଅନ୍ୟାନ୍ୟ ଔଷଧ କିମ୍ବା ପ୍ରଣାଳୀ ମଧ୍ୟ ବ୍ୟବହୃତ ହୋଇପାରେ | [୪] ଫଳାଫଳ ସାଧାରଣତ ଭଲ; ତଥାପି ଏହା ପୁନର୍ବାର ହୋଇପାରେ | [୬] [୪]
ମେଲାସମା ରୋଗ ପ୍ରାୟ ୧.୫%ରୁ ୩୩% ଲୋକଙ୍କୁ ହୋଇପାରେ ।[୩] ମହିଳାମାନେ ପୁରୁଷଙ୍କ ତୁଳନାରେ ପ୍ରାୟ ୧୦ଗୁଣ ଅଧିକ ପ୍ରଭାବିତ ହୁଅନ୍ତି।[୩] [୫] ସାଧାରଣତଃ ୨୦ରୁ ୩୦ ଦଶକ ବୟସରେ ଏହି ରୋଗ ହୋଇଥାଏ | [୪] କଳା ଚର୍ମ ଥିବା ଲୋକମାନେ ଅଧିକ ପ୍ରଭାବିତ ହୁଅନ୍ତି | [୫] ମେଲାସମା ଶବ୍ଦର ଅର୍ଥ ହେଉଛି ବାଦାମୀ ଚର୍ମ।[୪]
ଆଧାର
ସମ୍ପାଦନା- ↑ James, William; Berger, Timothy; Elston, Dirk (2005). Andrews' Diseases of the Skin: Clinical Dermatology. (10th ed.). Saunders. ISBN 0-7216-2921-0.:854
- ↑ Tunzi, M; Gray, GR (January 2007). "Common skin conditions during pregnancy". Am Fam Physician. 75 (2): 211–18. PMID 17263216.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ Basit, H; Godse, KV; Al Aboud, AM (January 2020). "Melasma". PMID 29083744.
{{cite journal}}
: Cite journal requires|journal=
(help) - ↑ ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ ୪.୭ ୪.୮ "Melasma | DermNet NZ". www.dermnetnz.org (in ଇଂରାଜୀ). Retrieved 22 October 2020.
- ↑ ୫.୦ ୫.୧ ୫.୨ ୫.୩ "Melasma: Who gets and causes". www.aad.org (in ଇଂରାଜୀ). Retrieved 22 October 2020.
- ↑ ୬.୦ ୬.୧ ୬.୨ ୬.୩ ୬.୪ ୬.୫ ଆଧାର ଭୁଲ: ଅଚଳ
<ref>
ଚିହ୍ନ;AAP2020Tx
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ "Melasma: Overview". www.aad.org (in ଇଂରାଜୀ). Retrieved 22 October 2020.
- ↑ "Melasma: Diagnosis and treatment". www.aad.org (in ଇଂରାଜୀ). Retrieved 22 October 2020.
- ↑ Tunzi, M; Gray, GR (January 2007). "Common skin conditions during pregnancy". Am Fam Physician. 75 (2): 211–18. PMID 17263216.
- ↑ ୧୦.୦ ୧୦.୧ ଆଧାର ଭୁଲ: ଅଚଳ
<ref>
ଚିହ୍ନ;AAP2020Over
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।