ଲିଙ୍ଗରାଜ ରଥ

ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ଲିଙ୍ଗରାଜ ରଥ (ଜନ୍ମ: ୨୦ ଅକ୍ଟୋବର ୧୯୫୬) ଜଣେ ଓଡ଼ିଆ କବି, ଗୀତିକାର, ସମାଲୋଚକ ଓ ଶିଶୁ ସାହିତ୍ୟିକ । ସେ ନିଜର ଆଲୋଚନା ପୁସ୍ତକ 'ଅନୁଶୀଳନ' ପାଇଁ ୨୦୧୧ରେ ରାଜଧାନୀ ପୁସ୍ତକ ମେଳା ପୁରସ୍କାର ପାଇଥିଲେ ।[]

ଲିଙ୍ଗରାଜ ରଥ
ଜନ୍ମ (1956-10-20) ୨୦ ଅକ୍ଟୋବର ୧୯୫୬ (ବୟସ ୬୮)
ଜଗନ୍ନାଥପୁର ଶାସନ, କେନ୍ଦ୍ରାପଡ଼ା
ଜାତୀୟତାଭାରତୀୟ
ପିତାମାତାଜଗନ୍ନାଥ ରଥ (ପିତା), ହାରାମଣି ଦେବୀ (ମାତା)
ପୁରସ୍କାରରାଜଧାନୀ ପୁସ୍ତକମେଳା ପୁରସ୍କାର

ସଂକ୍ଷିପ୍ତ ଜୀବନୀ

ସମ୍ପାଦନା

ଲିଙ୍ଗରାଜ ୧୯୫୬ ମସିହା ଅକ୍ଟୋବର ୨୦ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ଜଗନ୍ନାଥପୁର ଶାସନରେ ଜନ୍ମ ଗ୍ରହଣ କରିଥିଲେ । ବୃତ୍ତିରେ ପ୍ରଶାସକ ହେଲେ ମଧ୍ୟ ପ୍ରବୃତ୍ତିରେ ସେ ଜଣେ କବି । ସେ ଗୀତିକବିତା ସହ ସାଧାରଣ କବିତା, ସମାଲୋଚନା, ପ୍ରବନ୍ଧ ଓ ଶିଶୁ ସାହିତ୍ୟ ରଚନା କରିଛନ୍ତି । ସ୍ନାତକୋତ୍ତର ରାଜନୀତି ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ଲିଙ୍ଗରାଜ କବି ରାଧାମୋହନ ଗଡ଼ନାୟକଙ୍କ କାବ୍ୟ ଜଗତ ସଂପର୍କରେ ଗବେଷଣାତ୍ମକ ସନ୍ଦର୍ଭ ରଚନା କରି ଉତ୍କଳ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଉପାଧି ଲାଭ କରିଥିଲେ ।[] ୧୯୮୮ ମସିହାରେ ସେ ଆକାଶବାଣୀ ତରଫରୁ ଗୀତିକାର ଭାବେ ସ୍ୱୀକୃତି ପାଇଥିଲେ ।

ରଚନାବଳୀ

ସମ୍ପାଦନା

ଗୀତି କବିତା

ସମ୍ପାଦନା
  • ଗୀତି ମହକ
  • ଗୀତି ଅମୃତ
  • ଗୀତି ପୁଲକ
  • ଗୀତି ନୈବେଦ୍ୟ
  • ହେ ମହାବାହୁ
  • ସବୁରୀ ପ୍ରଭୁ ତ ଜଣେ !
  • ମୁଁ ଯେ କବିଟିଏ
  • ଏ ଯେ ମୋ ମରମ ଗାଥା
  • ଘାସ ଗଛଟିଏ ମୁଁ
  • ହେ ଜୀବନ
  • କବିତା ଏକଶତ
  • ପ୍ରଣୟ ଗୀତିକା

ପ୍ରବନ୍ଧ/ଆଲୋଚନା

ସମ୍ପାଦନା
  • କବି ରାଧାମୋହନ ଗଡ଼ନାୟକଙ୍କ କୃତି ଓ କୃତିତ୍ୱ
  • ଅନୁଶୀଳନ[]
  • ଗଣତନ୍ତ୍ରର ଆତ୍ମା ଓ ଅନ୍ୟାନ୍ୟ ପ୍ରବନ୍ଧ

ଶିଶୁ ସାହିତ୍ୟ

ସମ୍ପାଦନା
  • ଗପ ପେଡ଼ି
  • ଭାରତ ମୋର ଦେଶ
  • ମନଛୁଆଁ ଗପ
  • ଗଢ଼ିବା ନୂଆ ସକାଳ
  • ତୁମେ ହିଁ ହସିଲେ ଜଗତ ହସିବ
  • ଧୀର ପାଣି ପଥର କାଟେ

ସମ୍ମାନ ଓ ପୁରସ୍କାର

ସମ୍ପାଦନା
  • ୨୦୦୦ରେ ଓଡ଼ିଶା ଶିଶୁ ଲେଖକ ଏକାଡ଼େମୀ ସମ୍ବର୍ଦ୍ଧନା
  • ୨୦୧୧ରେ ରାଜଧାନୀ ପୁସ୍ତକ ମେଳା ପୁରସ୍କାର ଅନୁଶୀଳନ ପାଇଁ
  • ୨୦୧୩ରେ ଗଞ୍ଜାମ ଜିଲ୍ଲା ପୁସ୍ତକ ମେଳା ସମିତି ଦ୍ୱାରା ସମ୍ୱର୍ଦ୍ଧିତ
  1. "ଆର୍କାଇଭ୍ କପି". Archived from the original on 2022-07-07. Retrieved 2024-12-02. {{cite web}}: Cite has empty unknown parameter: |1= (help)
  2. https://www.ameodia.com/odia-author/dr-lingaraj-rath/
  3. "Selected Books Under Raja Rammohan Ray Library Foundation - RRRLF Scheme for the Year 2020" (PDF). culture.odisha.gov.in.