ଲଳିତ ମୋହନ ଶର୍ମା (୧୨ ଫେବୃଆରୀ ୧୯୨୮ – ୩ ନଭେମ୍ବର ୨୦୦୮) ଭାରତର ଉଚ୍ଚତମ ନ୍ୟାୟାଳୟର ୨୪ତମ ମୁଖ୍ୟ ବିଚାରପତି । ତାଙ୍କ ପିତା ଏଲ୍. ଏନ୍. ସିହ୍ନା ଥିଲେ ଭାରତର ପୂର୍ବତନ ଆଟର୍ଣ୍ଣି ଜେନେରାଲ । ଜଷ୍ଟିସ ଶର୍ମା ଭାରତର ଉଚ୍ଚତମ ନ୍ୟାୟାଳୟରେ ୧୮ ନଭେମ୍ବର ୧୯୯୨ରୁ ୧୧ ଫେବୃଆରୀ ୧୯୯୩ ପର୍ଯ୍ୟନ୍ତ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ ତୁଲାଇଥିଲେ ।[୧]

ଲଳିତ ମୋହନ ଶର୍ମା
ଜଷ୍ଟିସ ଲଳିତ ମୋହନ ଶର୍ମା
୨୪ତମ ମୁଖ୍ୟ ବିଚାରପତି, ଉଚ୍ଚତମ ନ୍ୟାୟାଳୟ
Appointed byଭାରତର ରାଷ୍ଟ୍ରପତି ଶଙ୍କର ଦୟାଲ ଶର୍ମା
ପୂର୍ବ ଅଧିକାରୀମଧୁକର ହିରାଲାଲ କାନିୟା
ପର ଅଧିକାରୀଜଷ୍ଟିସ ଏମ୍. ଏନ୍. ଭେଙ୍କେଟଚାଲିୟା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1928-02-12)୧୨ ଫେବୃଆରୀ ୧୯୨୮
ଗୟା, (ବିହାର)
ମୃତ୍ୟୁ୩ ନଭେମ୍ବର ୨୦୦୮(2008-11-03) (ବୟସ ୮୦)
ପାଟନା

ବୃତ୍ତିଗତ ଜୀବନ ସମ୍ପାଦନା

ଜଷ୍ଟିସ ଶର୍ମା ପାଟନା ବିଶ୍ୱବିଦ୍ୟାଳୟରୁ ୧୯୪୬ ମସିହାରେ ବି. ଏ. (ସମ୍ମାନ) ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ୧୯୪୮ରେ ଉକ୍ତ ବିଶ୍ୱବିଦ୍ୟାଳୟରୁ ବି. ଏଲ୍. ଡ଼ିଗ୍ରୀ ହାସଲ କଲେ । ୧୯୪୯ ମସିହାରେ ପାଟନା ଉଚ୍ଚ ନ୍ୟାୟାଳୟରେ ଏକ କିରାଣୀ ଭାବେ ଯୋଗ ଦେଇଥିଲେ । ପରେ ୧୯୫୦ ମସିହା ଫେବୃଆରୀ ମାସରୁ ପାଟନା ଉଚ୍ଚ ନ୍ୟାୟାଳୟରେ ଓକିଲାତି ଆରମ୍ଭ କଲେ । ୬ ମାର୍ଚ୍ଚ ୧୯୫୭ ମସିହାରେ ଭାରତର ଉଚ୍ଚତମ ନ୍ୟାୟାଳୟର ଓକିଲ ଭାବେ ପଞ୍ଜିକୃତ ହେବା ପରେ ସେ ଏକ ବରିଷ୍ଠ ଓକିଲ ଭାବେ ମାନ୍ୟତା ପ୍ରାପ୍ତ ହେଲେ । ୧୨ ଏପ୍ରିଲ ୧୯୭୩ରେ ସେ ପାଟନା ଉଚ୍ଚ ନ୍ୟାୟାଳୟର ଏକ ବିଚାରପତି ଭାବେ ଯୋଗଦେଲେ ।[୨]

୧୮ ନଭେମ୍ବର ୧୯୯୨ରେ ସେ ଭାରତର ଉଚ୍ଚତମ ନ୍ୟାୟାଳୟର ବିଚାରପତି ଆସନକୁ ଉନ୍ନିତ ହୋଇ ପରେ ୧୮ ନଭେମ୍ବର ୧୯୯୨ରେ ସର୍ବୋଚ୍ଚ ନ୍ୟାୟାଳୟରେ ମୁଖ୍ୟ ବିଚାରପତି ଆସନ ଅଳଂକୃତ କରିଥିଲେ । ପରିଶେଷରେ ୧୧ ଫେବୃଆରୀ ୧୯୯୩ ଦିନ ସେ ଚାକିରିରୁ ଅବସର ନେଇଥିଲେ ।

ପରିବାର ଏବଂ ବାଲ୍ୟ ଜୀବନ ସମ୍ପାଦନା

ଲଳିତ ମୋହନ ଶର୍ମା ୧୨ ଫେବୃଆରୀ ୧୯୨୮ରେ ବିହାର ରାଜ୍ୟର ଗୟାଜିଲ୍ଲା ଅନ୍ତର୍ଗତ ମୁସି ଗ୍ରାମରେ ଏକ ଜମିଦାରି ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ଲାଲ ନାରାୟଣ ସିହ୍ନା ଭାରତରେ ଇନ୍ଦିରାଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ୧୭ ଜୁଲାଇ ୧୯୭୨ରୁ ଏପ୍ରିଲ ୫ ୧୯୭୭ ପର୍ଯ୍ୟନ୍ତ ଭାରତର ଆଟର୍ଣ୍ଣି ଜେନେରାଲ ଥିଲେ । ତାଙ୍କ ପୁତ୍ର ଜଷ୍ଟିସ ପାର୍ଥ ସାରଥୀ ପାଟନା ଉଚ୍ଚ ନ୍ୟାୟାଳୟର ଏକ ବିଚାରପତି ଭାବେ କାର୍ଯ୍ୟ ତୁଲାଇଥିଲେ ।

ମୃତ୍ୟୁ ସମ୍ପାଦନା

ଜଷ୍ଟିସ ଶର୍ମା ୮୦ ବର୍ଷ ବୟସରେ ୩ ନଭେମ୍ବର ୨୦୦୮ ଦିନ ପାଟନାସ୍ଥିତ ନିଜ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କ ପରିବାର ଅନ୍ୟ ସଦସ୍ୟମାନେ ହେଲେ ତାଙ୍କର ସ୍ତ୍ରୀ, ପୁତ୍ର ଏବଂ କନ୍ୟା ।[୩]

ଆଧାର ସମ୍ପାଦନା

  1. "L.M Sharma". Supreme Court Observer. Retrieved 24 April 2022.
  2. "Home | SUPREME COURT OF INDIA".
  3. "Former Chief Justice of India L M Sharma passes away". bihartimes.com. Retrieved 24 April 2022.

ବାହାର ଲିଙ୍କ ସମ୍ପାଦନା