ଲଳିତା ବାବର
ଲଳିତା ବାବର , (ଜନ୍ମ ୩ ଜୁନ ୧୦\୯୮୯ ) ଜଣେ ଦୂରଗାମୀ ଦଉଡାଳି । ମହାରାଷ୍ଟ୍ର ଡ଼ାଜ୍ୟର ଏକ ମଫସଲ ଗ୍ରାମରେ ହେଇଥିଲା । ତାଙ୍କର ମୁଖ୍ୟ ଇଭେଣ୍ଟ ୩୦୦୦ ମିଟର ସ୍ତିପଳଚେଜ ରହିଥିଲା ଓ ସେ ସେହି ଦୌଡରେ ଜାତୀୟ ରେକର୍ଡ ମଧ୍ୟ କରିଛନ୍ତି । ଏହା ସହ ସେ ବର୍ତ୍ତମାନ ଏସିଯା ଚମ୍ପିୟାନ ମଧ୍ୟ ରହିଛନ୍ତି । ସେ ୨୦୧୬ ମସିହାରୁ ଭାରତୟା ରେଭେଣ୍ୟୁ ଭିଭାଗରେ କାର୍ଯ୍ୟ କରୁଥିବା ଡାଃ ସନଦୀପ ଦିନକର ଭୋସଲେଙ୍କ ବିଭାହ କରିବାକୁ ପ୍ରତିବଦ୍ଧ ।
ବାବରଙ୍କୁ ଭାରତୀୟ ଚମ୍ବର ଅଫ କମର୍ସ ଓ ଭାରତର ଯୁବ କଲ୍ୟାଣ ବିଭାଗ ତରଫରୁ ୨୦୧୫ ବର୍ଷ ପାଇଁ ଶ୍ରେଷ୍ଠ କ୍ରୀଡ଼ାବିଡ ଭାବରେ ପୁରସ୍କୃତ କରାଯାଇଥିଲା । ୨୦୧୬ ମସିହାରେ ତାଙ୍କୁ ଭାରତ ସରକାର ସମ୍ମାନଜନକ ଅର୍ଜୁନ ପୁରସ୍କାର ପ୍ରଦାନ କରିଥିଲେ ।
ପ୍ରାରମ୍ଭିକ ଜୀବନୀ
ସମ୍ପାଦନାଜୁନ ୨ ତାରଖ ୧୯୮୯ ମସିହାରେ ସେ ଭାରତୀୟ ରାଜ୍ୟ ସତାରା ଜିଲ୍ଲାରେ ମୋହୀ ନାମକ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପରିବାର କୃଶକ ଥିଲେ । ତାଙ୍କ ଅଞ୍ଚଳ ସର୍ବଦା ମରୁଡିଦ୍ୱାରା ଗ୍ରସ୍ତ ହେଇଥାଏ । .[୧]
ତେବେ ନିପାତ ମଫସଲରେ ଥିଲେ ମଧ୍ୟ ସେ ଖୁବ ସାନ ବେଳରେ ଲାମ୍ବା ଦୁରତ୍ୱ ଦୌଡ ଅଭ୍ୟାସ କରିଥିଲେ ଓ ଜାତୀୟ ଦୃଷ୍ଟି ଆକର୍ଷଣ କାଲେ ଯେତେବେଳେ ସେ ପୁନେଠାରେ ହେଇଥିବା ୨୦ ବର୍ଷରୁ କମ ମହିଳା ଜାତୀୟା ଚମ୍ପିୟାନଶିପରେ ସ୍ୱର୍ଣ୍ଣ ପଦକ ଜିତିପାରିଥିଲେ । ବର୍ତ୍ତମାନ ଦିଲ୍ଲୀସ୍ଥିତ " ମେଡାଲ ହଂତ କମ୍ପାନୀ" ନାମକ ଏକ ପ୍ରତିଷ୍ଠାନର ସହାୟତାରେ ତାଙ୍କର ଖେଳ ଓ ତାଲିମ ଜାରି ରଖିଛନ୍ତି । [୨]
କ୍ରୀଡ଼ା ଅବସାନ
ସମ୍ପାଦନାବାବର ପ୍ରଥମେ ଦୂରଗାମୀ ଦୌଡରେ ଭାଗ ନେଇ ମାରାଥନରେ ଭାଗ ନାଉଥିଲେ । ସେ ମୁମ୍ବାଇ ମାରାଥନ କ୍ରମାଦାତା ୩ ବର୍ଷ ଧରି ଜିତି ଥିଲେ । ଏସିଆନ ଗେମ ଓ କମନୱେଲ୍ଥ ଆଦିରେ ବେଶୀ ଇଭେଣ୍ଟରେ ସୁଯୋଗ ପାଇବାକୁ ୩୦୦୦ ମିଟର ମହିଳା ସ୍ତିପାଳଚେଜରେ ଭାଗ ନେଇ ୨୦୧୪ ଦକ୍ଷିଣ କୋରିଆରେ ହେଇଥିବା ଏସୀୟ କ୍ରୀଡ଼ାରେ ବ୍ରୋଞ୍ଜ ହାସଲ କରିଥିଲେ ।ଏହି କ୍ରୀଡ଼ା ସମୟରେ ଭାରତର ଜାତୀୟ ରେକର୍ଡକୁ ମଧ୍ୟ ଅତିକ୍ରମ କରିଥିଲେ । ସେହି କ୍ରୀଡ଼ାରେ ସେ ପରେ ସ୍ୱର୍ଣ୍ଣ ଜିତିଥିବା ବାହରେନର ରୂଥ ଜବେତଙ୍କୁ ପରେ ଅଜଜ୍ଞା ଘୋଷିତ ହେବା ପରେ ତାଙ୍କୁ ରୌପ୍ୟ ମିଳିଥିଲା ।
୨୦୧୫ ମସିହା ଏସିଆନ ଚମାପିଅନଶିପରେ ସେ ସ୍ୱରନା ପଦକ ହାସଲ କରିଥିଲେ । ଏଥିରେ ସେ ନିଜର ଜାତୀୟ ରେକର୍ଡକୁ ଅଉଣୀ ଅତିକ୍ରମ କରିଥିଲେ । ସେ ତାଙ୍କ ଏଭେଣ୍ଟ ୩୦୦୦ ମିଟର ଷ୍ଟିପାଳଚାଜ ଚାଡା ମରାଥନ ପାଇଁ ମଧ୍ୟ ଯୋଗ୍ୟତା ହାସଲ କରିଯଜିଲେ । ୨୦୧୫ ବିଶ୍ୱ ଚମ୍ପିୟାନ ଶିପରେ ସେ ଷ୍ଟିପଲଚାଜରେ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ । [୩][୪]
ଫେଡେରେସନ କପରେ ସେ ଭାରତରେ ପୁନର୍ବାର ଜାତୀୟ ରେକର୍ଡ ଭଙ୍ଗ କରିଥିଲେ ।[୫] ଋଓ ଅଲିମ୍ପିକ ପାଇଁ ଯୋଗ୍ୟତା ହାସଲ କରି ସେ ସେଥିରେ ୧୦ ମ ସ୍ଥାନ ପାଇଥିଲେ ଓ ଫାଇନାଲ ଦଉଡାରେ ସାମିଲ ହେବାରେ ସେ ୩୨ ବର୍ଷଘା ପରେ ପ୍ରଥମ ଭାରତୀୟ ମହିଳା ଥିଲେ । [୬]
ପୁରସ୍କାର
ସମ୍ପାଦନାତାଙ୍କୁ ୨୦୧୫ ମସିହାର ଶ୍ରେଷ୍ଠ କ୍ରୀଡ଼ା ମହିଳା ସହ ୨୦୧୬ ମସିହାରେ ଅର୍ଜୁନ ପୁରସ୍କାର ପ୍ରାପ୍ତ ହେଇଥିଲା । [୭]
ଆଧାର
ସମ୍ପାଦନା- ↑ "Family Battling Drought, but Lalita on a High with Asian Athletics Gold". The New Indian Express. Archived from the original on 2016-06-01. Retrieved 2015-11-02.
- ↑ "No Challenge is steep for Satara Girl Lalita Babar" (PDF). Archived from the original (PDF) on 2016-01-16. Retrieved 2017-03-18.
- ↑ "5 Things About Lalita Babar – 1st Indian to Reach Steeplechase Finals, World Athletics Championships - The Better India". The Better India (in ଇଂରାଜୀ). Retrieved 2015-11-02.
- ↑ Women's 3000 metres steeplechase results
- ↑ "Lalita Babar Sets National Mark, Sudha Singh Qualifies For Olympics". NDTV. 29 April 2016. Retrieved 1 May 2016.
- ↑ "Lalita Babar finishes 10th in 3,000m steeplechase". The Indian Express. 15 August 2016. Retrieved 16 August 2016.
- ↑ "Lalita Babar named Sportsperson of the Year in India Sports Awards". The Times of India. 22 February 2016. Retrieved 1 May 2016.
ବାହାର ଲିଙ୍କ
ସମ୍ପାଦନା- ଲଳିତା ବାବର profile at IAAFIAAF