ଲଖି ସ୍ୱାଇଁ

ଓଡ଼ିଆ ଗଲ୍ଫ ଖେଳାଳି

ଲାଖି ସ୍ୱାଇଁ (ଇଂରାଜୀ: Lakhi Swain) ଜଣେ ଭାରତୀୟ ଗଲ୍ଫ ଖେଳାଳୀ । ୨୦୧୫ ମସିହା ସେପ୍ଟେମ୍ବର ୮-୧୦ ଭିତରେ ଜାକର୍ତ୍ତାଠାରେ ହୋଇଥିବା ଗଲ୍ଫ ପ୍ରତିଯୋଗିତା ୬ଷ୍ଟ ବାଲାଣ୍ଟିନ ଟିମ-ଆମ ଗଲ୍ଫ ଚ୍ୟାଲେଞ୍ଜରେ ସେ ତାଙ୍କ ପ୍ରଥମ ଟୁର୍ଣ୍ଣାମେଣ୍ଟ ଜିତି ଆନ୍ତର୍ଜାତୀୟ ଟ୍ରଫି ଲାଭ କରିଥିଲେ । ଗଲ୍ଫ ଖେଳରେ ଆନ୍ତର୍ଜାତୀୟ ଟ୍ରଫି ଜିତିବାରେ ସେ ପ୍ରଥମ ଓଡ଼ିଆ ମହିଳା । ଏହା ଥିଲା ସ୍ୱାଇଁଙ୍କ ପ୍ରଥମ ଆନ୍ତର୍ଜାତିକ ପ୍ରତିଯୋଗିତା ।[୧]

ଲାଖି ସ୍ୱାଇଁ
ଜନ୍ମ
ଜାତୀୟତାଭାରତୀୟ
ଜାତୀୟତାଭାରତ
ବୈବାହିକ-ସାଥୀରମେଶ ସ୍ୱାଇଁ
ପୁରସ୍କାରଆନ୍ତର୍ଜାତୀୟ ଟ୍ରଫି, ୬ଷ୍ଟ ବାଲାଣ୍ଟିନ ଟିମ-ଆମ ଗଲ୍ଫ ଚ୍ୟାଲେଞ୍ଜ, ଜାକର୍ତା, ଇଣ୍ଡୋନେସିଆ

ପାରିବାରିକ ଜୀବନ ସମ୍ପାଦନା

ଅନ୍ୟତମ ଓଡ଼ିଆ ଗଲ୍ଫ ଖେଳାଳୀ ରମେଶ ସ୍ୱାଇଁ ଲାଖି ସ୍ୱାଇଁଙ୍କ ସ୍ୱାମୀ । ସେ ଭୁବନେଶ୍ୱରଠାରେ ବାସ କରନ୍ତି ।[୨]

କ୍ରୀଡ଼ା ଜୀବନ ସମ୍ପାଦନା

ସ୍ୱାଇଁ ଭୁବନେଶ୍ୱର ଗଲ୍ଫ କ୍ଲବର ଜଣେ ସଦସ୍ୟ ।[୨]

ପୁରସ୍କାର ଓ ସମ୍ମାନ ସମ୍ପାଦନା

୨୦୧୫ ମସିହା ସେପ୍ଟେମ୍ବର ୮-୧୦ ଭିତରେ ଜାକର୍ତ୍ତାଠାରେ ହୋଇଥିବା ଗଲ୍ଫ ପ୍ରତିଯୋଗିତା ୬ଷ୍ଟ ବାଲାଣ୍ଟିନ ଟିମ-ଆମ ଗଲ୍ଫ ଚ୍ୟାଲେଞ୍ଜରେମୋଟ ବ୍ୟକ୍ତିଗତ ଏନିଟି ଷ୍ଟେବଲଫୋର୍ଡ଼ (Overall Individual NET Stableford) ଶ୍ରେଣୀରେ ଖେଳି ସେ ୬ଷ୍ଟ ବାଲାଣ୍ଟିନ ଟିମ-ଆମ ଗଲ୍ଫ ଚ୍ୟାଲେଞ୍ଜରେ ସେ ତାଙ୍କ ପ୍ରଥମ ଟୁର୍ଣ୍ଣାମେଣ୍ଟ ଜିତିଥିଲେ । ତିନିଦିନ ଧରି ଚାଲିଥିବା ତିନୋଟି ରାଉଣ୍ଡରେ ୯୭ ପଏଣ୍ଟ ହାସଲ କରି ସେ ଏହି ସମ୍ମାନ ଲାଭକରିଥିଲେ ।[୧][୩]

ଆଧାର ସମ୍ପାଦନା

  1. ୧.୦ ୧.୧ "Lakhi Swain first woman golfer from Odisha to win international trophy". Odisha Sun Times. 18 September 2015. Retrieved 22 September 2015.
  2. ୨.୦ ୨.୧ Panda, Namita (28 November 2012). "Share on email Share on print Share on facebook Share on twitter More Sharing Services Different strokes, one goal". The Telegraph. Retrieved 22 September 2015.
  3. "Debutant Odia Golfer Lakhi Swain wins International Trophy". odishanewsinsight.com. 18 September 2015. Retrieved 22 September 2015.