ଲକ୍ଷ୍ମୀଧର ମହାନ୍ତି
ଭାରତୀୟ ଓଡ଼ିଆ-ଭାଷୀ ଲେଖକ
(ଲକ୍ଷ୍ମୀଧର ମହାନ୍ତି (ମାଳାକାର)ରୁ ଲେଉଟି ଆସିଛି)
ଲକ୍ଷ୍ମୀଧର ମହାନ୍ତି (ଜନ୍ମ: ୨ ଫେବୃଆରୀ ୧୯୫୭) ଜଣେ ଓଡ଼ିଆ ଶିଶୁ ସାହିତ୍ୟିକ । ସେ ନିଜ ଶିଶୁ ଉପନ୍ୟାସ ମାଣିକ ନିମନ୍ତେ ୨୦୦୬ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୧]
ଲକ୍ଷ୍ମୀଧର ମହାନ୍ତି (ମାଳାକାର) | |
---|---|
ଜନ୍ମ ଓ ଜନ୍ମସ୍ଥାନ | ସୁରୁଣା, ସିମୁଳିଆ, ବାଲେଶ୍ୱର | ୨ ଫେବୃଆରୀ ୧୯୫୭
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ମାଣିକ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୨୦୦୬) |
ସଂକ୍ଷିପ୍ତ ଜୀବନୀ
ସମ୍ପାଦନାଲକ୍ଷ୍ମୀଧର ମହାନ୍ତି ଓରଫ ମାଳାକାର ୧୯୫୭ ମସିହା ଫେବୃଆରୀ ମାସ ୨ ତାରିଖରେ ବାଲେଶ୍ୱର ଜିଲ୍ଲାର ସୁରୁଣା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ ଓ ଶିଶୁ ସାହିତ୍ୟିକ ଭାବେ ଜଣାଶୁଣା । ତାଙ୍କର ମାଣିକ ଶିଶୁ ଉପନ୍ୟାସଟି ଇଂରାଜୀ, ହିନ୍ଦୀ ଓ ସାନ୍ତାଳୀ ଭାଷାରେ ଅନୂଦିତ ।[୨]
ରଚନାବଳୀ
ସମ୍ପାଦନା- ଅଲଗା ପୃଥିବୀ (ଗଳ୍ପ, ୧୯୯୯)
- ବାପା ଆସୁଛନ୍ତି (ନାଟକ, ୨୦୦୮)
- ତଳ ବରଡ଼ା, ନାଟକ (୨୦୧୨)
ଶିଶୁ ସାହିତ୍ୟ
ସମ୍ପାଦନା- କଥା କୁହୁକ (ଗପ. ୨୦୦୧)
- ଗପ ପସରା (୨୦୦୧)
- ଧାଇଁ ଗୁଡ଼ୁଗୁଡ଼ୁ (କବିତା, ୨୦୦୨)
- ଗପ ଚାଙ୍ଗୁଡ଼ି (୨୦୦୩)
- ଜେଜେ ମା (୨୦୦୩, ଉପନ୍ୟାସ)
- ଗପ ପେଟରା (୨୦୨୧)
- ମାଣିକ (ଉପନ୍ୟାସ)
- ବାହାଘର (ନାଟକ)
- ଭାଇଭଉଣୀ (ନାଟକ)
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୬ରେ ମାଣିକ ପାଇଁ
ଆଧାର
ସମ୍ପାଦନା- ↑ "ଆର୍କାଇଭ୍ କପି". Archived from the original on 2019-09-23. Retrieved 2024-12-02.
{{cite web}}
: Cite has empty unknown parameter:|1=
(help) - ↑ ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୭୩୫, ୮୧୬, ୮୩୨. ISBN 81-7400-331-2.